ପର୍ଯ୍ୟଟକ ୯୬%, ରାଜସ୍ଵ ୪୬% ଅଭିବୃଦ୍ଧି

ଭୁବନେଶ୍ୱର, ୭।୮(ବ୍ୟୁରୋ): ଓଡ଼ିଶାରେ ଇକୋ-ଟୁରିଜମ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋଭିଡ୍‌ ମହାମାରୀ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଗତ ୨ ବର୍ଷରେ ଇକୋ ଟୁରିଜମ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟଟକ ସଂଖ୍ୟାରେ ୯୬% ଏବଂ ରାଜସ୍ଵ ସଂଗ୍ରହରେ ୪୬% ଅଭିବୃଦ୍ଧି ଘଟିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ ଇକୋ ଟୁରିଜମ୍‌ ପ୍ରକଳ୍ପର ପରିଚାଳନା ଏବଂ ବିକାଶ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପର୍ଯ୍ୟଟକଙ୍କ ପାଇଁ ୫ ନୂତନ ପର୍ଯ୍ୟଟନସ୍ଥଳୀ ପ୍ରସ୍ତୁତ ହୋଇଛି। ବରଗଡ଼ ଜିଲାର ନୃସିଂହନାଥ, କୋରାପୁଟର ଦେବଦାରୁ ଜଙ୍ଗଲ, ନୂଆପଡ଼ାର ପାତୋରା ଡ୍ୟାମ୍‌, ସୁନ୍ଦରଗଡର ଟେନ୍‌ସା ଏବଂ କେନ୍ଦୁଝରର କାଞ୍ଜିଆପାଣିରେ ନୂତନ ଭାବେ ଇକୋ-ଟୁରିଜମର ବିକାଶ କରାଯାଇଛି। ଏ ସମ୍ପର୍କିତ ତଥ୍ୟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ କଳିଙ୍ଗା ଘାଟି ପାଇନ୍‌ ବଣ, ବଣାଇ, ଦେଓମାଳି ପର୍ବତ ଶିଖର, ଡମ୍ବୁରୁଗଡ଼ ଏବଂ କଳାହାଣ୍ଡିର ଜଖମ ଆଦି ସ୍ଥାନରେ ରାତ୍ର ରହଣି ଯୋଗ୍ୟ ଇକୋ ଟୁରିଜମ୍‌ ବ୍ୟବସ୍ଥା କରାଯିବ। ଫୁଲବାଣୀ ବନଖଣ୍ଡର ଭୀମଡୁଙ୍ଗୁରି, ସାତକୋଶିଆର ବାଲିପୁଟ, କଳାହାଣ୍ଡିର ଫୁଲ୍‌ଝରଣ, ରାବଣଧାର ଝରଣା, ଢେଙ୍କାନାଳର ଚକୁରିଆ ଘାଟ, ବୌଦ୍ଧ ବନଖଣ୍ଡର ଡମ୍ବୁରୁଗଡ଼ଠାରେ ପ୍ରକୃତି-ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ଏହିସବୁ କାର୍ଯ୍ୟ ଲାଗି ୩୦ କୋଟି ଟଙ୍କାର ଯୋଜନା ଅନୁମୋଦିତ ହୋଇଛି। କୋଭିଡ୍‌ ପ୍ରତିରୋଧ ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ୨୫ ବନଖଣ୍ଡକୁ ସମୁଦାୟ ୧୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ସୂଚନା ଦିଆଯାଇଥିଲା।
ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନ ବନରକ୍ଷକ ଶଶି ପାଲ୍‌ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ଇକୋ ଟୁରିଜମ୍‌ କେନ୍ଦ୍ରଗୁଡ଼ିକୁ ୧୧ ହଜାର ୫୦୦ ପର୍ଯ୍ୟଟକ ଆସିଥିଲେ। ସେହିପରି ୨୦୧୮-୧୯ରେ ଏହି ସଂଖ୍ୟା ୨୯ ହଜାର ୨୪ ଏବଂ ୨୦୨୦-୨୧ରେ ୫୭ ହଜାରକୁ ବୃଦ୍ଧି ପାଇଥିଲା। ୨୦୧୭-୨୮ରେ ଇକୋ ଟୁରିଜମ୍‌ରୁ ୩.୪୦ କୋଟି ରାଜସ୍ବ ଆଦାୟ ହୋଇଥିବାବେଳେ ୨୦୧୮-୨୯ ବର୍ଷରେ ଏହା ୫.୬୧ କୋଟି ଏବଂ ୨୦୨୦-୨୧ ବର୍ଷରେ ଏହା ୮.୩୨ କୋଟି ଟଙ୍କାକୁ ଛୁଇଁଛି। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପର୍ଯ୍ୟଟକଙ୍କ ଆଗମନରେ ୯୬% ଏବଂ ରାଜସ୍ବ ଆଦାୟରେ ୪୬% ବୃଦ୍ଧି ଘଟିଥିବା ବୈଠକରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri