ଆପଣଙ୍କର ଅଛି କି ଗ୍ୟାସ୍‌ କନେକ୍ସନ୍‌, ମିଳିବ ଏସବୁ ସୁବିଧା…

ନୂଆଦିଲ୍ଲୀ,୭।୮: ପୂର୍ବରୁ ଏଲ୍‌ପିଜି ସଂଯୋଗ ପାଇବା ଏକ ସମୟରେ କଷ୍ଟସାଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଏହା ସହଜ ହୋଇଯାଇଛି। ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଗ୍ୟାସ କନେକ୍ସନ ଅଛି, ତେବେ ଆପଣ ସେହି ଆଧାରରେ ଅନ୍ୟ ଏକ କନେକ୍ସନ ସୁବିଧା ମଧ୍ୟ ନେଇପାରିବେ। ଦ୍ୱିତୀୟ କନେକ୍ସନ ପାଇବାକୁ ହେଲେ ଆଧାର କାର୍ଡ ଏବଂ କନେକ୍ସନ କାଗଜର ଏକ ନକଲ ଗ୍ୟାସ ଏଜେନ୍ସିରେ ଦାଖଲ କରିବାକୁ ପଡିବ। ଭାରତୀୟ ତୈଳ ନିଗମ (ଆଇଓସି) ଅନୁଯାୟୀ, ଦେଶର ପ୍ରତି ଅଞ୍ଚଳର ଗ୍ୟାସ୍‌ ଉପଭୋକ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ପ୍ରଥମ ଗ୍ୟାସ କନେକ୍ସନ ପରି ଅନ୍ୟ କନେକ୍ସନରେ ସବସିଡିର ସୁବିଧା ମିଳି ପାରିବ। ଗ୍ୟାସ କନେକ୍ସନକୁ ଆଧାର ସହିତ ସଂଯୋଗ କରାଯାଇଥିବାରୁ ତ୍ରୁଟିର ଆଶଙ୍କା କମ୍‌ ରହୁଛି। ତେଣୁ ସମାନ ଠିକଣାରେ ସରକାର ଏକାଧିକ ଗ୍ୟାସ କନେକ୍ସନର ସୁବିଧା ପ୍ରଦାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସମାନ ଠିକଣାରେ, ଯଦି ଆପଣଙ୍କର ମାତାପିତା, ଭାଇଭଉଣୀଙ୍କ ନାମରେ ପୂର୍ବରୁ ଏକ ଗ୍ୟାସ କନେକ୍ସନ ଅଛି, ତେବେ ଆପଣ ମଧ୍ୟ ଏହି ଠିକଣାରେ ଅନ୍ୟକନେକ୍ସନ ମଧ୍ୟ ନେଇପାରିବେ। ପାଖରେ ଥିବା ପୁରୁଣା କନେକ୍ସନ ସହିତ ଆପଣଙ୍କୁ ଏହାର ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ। ଠିକଣା ଯାଞ୍ଚ ପରେ, ଆପଣଙ୍କୁ ନୂଆ ଗ୍ୟାସ କନେକ୍ସନ ଯୋଗାଇ ଦିଆଯିବ। ଏହିପରି ଗ୍ୟାସ ସଂଯୋଗ ମଧ୍ୟ ପ୍ରଧାନ ମନ୍ତ୍ର ଉଜ୍ୱଳା ଯୋଜନା ଅନ୍ତର୍ଗତ ମଧ୍ୟ ଏହି ସୁବିଧା ମିଳିପାରିବ। ଜୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଏହି ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ଉପଭୋକ୍ତାଙ୍କୁ କୌଣସି ଠିକଣା ପ୍ରମାଣ ଦାଖଲ କରିବାର ଆବଶ୍ୟକତା ନାହିଁ। କେବଳ ଏକ ନୂତନ କନେକ୍ସନ ପାଇଁ ଆବେଦନ କରିବାକୁ ପଡିବ ଏବଂ ଯାଞ୍ଚ ପରେ କନେକ୍ସନ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri