Posted inଫୁରସତ

ବୁଲିଯାଆନ୍ତୁ ରାଜସ୍ଥାନର ବରନ

ବରନ ହେଉଛି ରାଜସ୍ଥାନର ବରନ ଜିଲା ଅନ୍ତର୍ଗତ ଏକ ପବିତ୍ରତମ ପର୍ଯ୍ୟଟନସ୍ଥଳୀ। ଏକାଦଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ପବିତ୍ର ଭାଣ୍ଡ ଦେବ୍ରା ମନ୍ଦିର ଏବଂ ସୀତାବରୀ ପାଇଁ ଏହା ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପାର୍ବନ, ପାର୍ବତୀ ଓ କାଳୀସିନ୍ଧ ନାମରେ ତିନୋଟି ନଦୀ ଏହି ସ୍ଥାନ ଦେଇ ବହି ଯାଇଥିବାରୁ ଏଠାକାର ଆକର୍ଷଣ ଦେଖିବାଯୋଗ୍ୟ ହୋଇଥାଏ। ସେହିପରି ଅନେକ ପାହାଡ଼, ପର୍ବତ ଓ ଝରଣା ବି ଏଠାରେ ଦେଖିବାକୁ ମିଳିଥାଏ। ତେଣୁ ଜନଗହଳିଠାରୁ ଦୂରରେ ଥିବା ଏହି ସ୍ଥାନରେ ଟିକେ ଶାନ୍ତି ପାଇବା ଆଶାରେ ତଥା ଏଠାକାର ଅପୂର୍ବ ପ୍ରାକୃତିକ ଶୋଭାକୁ ଉପଭୋଗ କରିବାର ଲକ୍ଷ୍ୟ ନେଇ ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।

ରାମାୟଣ ସହ ବରନର ସମ୍ପର୍କ
ବରନରେ ଏମିତି ଅନେକ ତୀର୍ଥଭୂମି ରହିଛି, ଯାହା ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ, ଯେମିତି କି ସୀତାବରୀ। ଏହି ସ୍ଥାନଟି ନିଜର ଧାର୍ମିକ ତଥା ଐତିହାସିକ କାରଣ ପାଇଁ ଶ୍ରେଷ୍ଠ ହୋଇପାରିଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ଭଗବାନ ରାମଙ୍କର ଧର୍ମପତ୍ନୀ ମାତା ସୀତା କୁଆଡ଼େ ଅଯୋଧ୍ୟା ଛାଡ଼ିବା ପରେ ଏହି ସ୍ଥାନରେ ନିଜର ଦୁଇ ପୁତ୍ର ଲବ ଓ କୁଶଙ୍କୁ ଜନ୍ମ ଦେଇଥିଲେ ଆଉ ଏହିଠାରେ ରହୁଥିଲେ। ସେଥିପାଇଁ ଏଠାରେ ମାତା ସୀତାଙ୍କୁ ସମର୍ପିତ ଏକ ମନ୍ଦିର ଦେଖିବାକୁ ମିଳିଥାଏ। ତା’ଛଡ଼ା ଏହି ସୀତାବରୀର ନିକଟତମ ଅଞ୍ଚଳରେ ଅନେକ ପାଣି କୁଣ୍ଡ ମଧ୍ୟ ଥିବାର ଦେଖାଯାଇଥାଏ। ପ୍ରତି ବର୍ଷ ଏଠାରେ ସୀତାବରୀ ମେଳାର ଆୟୋଜନ ମଧ୍ୟ କରାଯାଇଥାଏ; ଯାହା ହେଉଛି ଏଠାକାର ଅନ୍ୟତମ ଆକର୍ଷଣ।

ବରନରେ ଥିବା କିଛି ପ୍ରସିଦ୍ଧ ମନ୍ଦିର
ଭାଣ୍ଡ ଦେବରା ମନ୍ଦିର, ବ୍ରାହ୍ମଣୀ ମାତାଜୀ ମନ୍ଦିର ଓ ମନିହାର ମହାଦେବ ମନ୍ଦିର ବି ହେଉଛି ବରନର ଅନ୍ୟ କେତେକ ପ୍ରମୁଖ ଧାର୍ମିକ ସ୍ଥଳୀ। ତେବେ ବରନରୁ ପ୍ରାୟ ୪୦ କି.ମି. ଦୂରରେ ଥିବା ରାମଗଡ଼ ପାହାଡ଼ ଉପରେ ନିର୍ମିତ ଭାଣ୍ଡ ଦେବରା ମନ୍ଦିରର ଅପୂର୍ବ କାରୁକାର୍ଯ୍ୟକୁ ଦେଖିଲେ ଲାଗେ ସତେ ଯେମିତି ଏହା ହେଉଛି ରାଜସ୍ଥାନର ଖଜୁରାହୋ। କୁହାଯାଏ, ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରର ନିର୍ମାଣ କୁଆଡ଼େ ଏକାଦଶ ଶତାବ୍ଦୀରେ ହୋଇଥିଲା।

ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ଏସବୁ ବ୍ୟତୀତ ପର୍ଯ୍ୟଟକ ବରନର ନିକଟବର୍ତ୍ତୀ ଅଞ୍ଚଳରେ ଶେରଗଡ଼ ଦୁର୍ଗ, ଗୁଗୋର୍‌ ଦୁର୍ଗ, କପିଲ୍‌ଧାରା ଜଳପ୍ରପାତ, କାକୋନୀ, ବିଲାସଗର ତଥା ଶାହବାଦ ଦୁର୍ଗ ଭଳି ଅନେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲି ଦେଖିପାରିବେ।

କେବେ ଯିବେ
ବରନରେ ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମଋତୁ, ଜୁନ୍‌ରୁ ଅକ୍ଟୋବର ବର୍ଷା ତଥା ନଭେମ୍ବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବରନକୁ ଅନ୍ୟ ଯେ କୌଣସି ସମୟରେ ବୁଲିଗଲେ ବୁଲିବାର ଭରପୂର ମଜା ନେଇହୁଏ। ତା’ଛଡ଼ା କୁହାଯାଏ, ବରନରେ ଦୋଳ ମେଳା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ, ଆଉ ଏହି ସମୟରେ ଏଠାରେ କୁଆଡ଼େ ପ୍ରବଳ ଭିଡ଼ ଜମେ। ପର୍ଯ୍ୟଟକ ଚାହିଁଲେ ଏହି ମେଳା ଚାଲିଥିବା ସମୟରେ ମଧ୍ୟ ଏଠାକୁ ଯାଇ କିଛିଟା ନିଆରା ଅନୁଭୂତି ପାଇପାରିବେ।

କେମିତି ଯିବେ
ବରନକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ଏହା ପ୍ରାୟ ୩୩୯ କି.ମି. ଦୂରରେ ଅବସ୍ଥିତ। ତେଣୁ ବରନର ନିକଟତମ ତଥା ମୁଖ୍ୟ ବିମାନବନ୍ଦର ହେଉଛି ଜୟପୁର ଇଣ୍ଟରନାଶନାଲ୍‌ ଏୟାରପୋର୍ଟ। ତା’ଛଡ଼ା ଉଦୟପୁର ଏୟାରପୋର୍ଟ ଏବଂ ଯୋଧପୁର ଏୟାରପୋର୍ଟ ବି ବରନର ଅନ୍ୟତମ ଦୁଇ ନିକଟତମ ବିମାନବନ୍ଦର। ସେହିପରି କାଟା ଜଙ୍କସନ୍‌ ହେଉଛି ବରନର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ଏହାଛଡ଼ା ପର୍ଯ୍ୟଟକ ଚାହିଁଲେ ସଡ଼କପଥରେ ମଧ୍ୟ ବରନକୁ ସୁବିଧାରେ ଯାଇପାରିବେ।

ବରନର ଲୋକପ୍ରିୟ ଖାଦ୍ୟପେୟ
ବରନର ଡାଲ୍‌ ବାଟି ଚୁର୍‌ମା, ଚପାତି, ରାବିଡ଼ି, ସମୋସା ବେଶ୍‌ ଲୋକପ୍ର୍ରିୟ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହି ସବୁ ଖାଦ୍ୟପେୟର ଭରପୂର ମଜା ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri