ରତ୍ନଗର୍ଭାରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବରୀ,୨୩।୧(ଡି.ଏନ.ଏ.): ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ବୌଦ୍ଧପୀଠ ମଧ୍ୟରେ ରତ୍ନଗିରିର ରହିଛି ସ୍ବତନ୍ତ୍ର ପରିଚୟ। ରତ୍ନଗର୍ଭା ବୋଲି କୁହାଯାଉଥିବା ଏହି ବୌଦ୍ଧପୀଠରେ ନାନା ସମସ୍ୟା ରହିଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ଏହାକୁ ନେଇ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧପୀଠରେ ଥିବା କୀର୍ତ୍ତିରାଜି, କାରୁକାର୍ଯ୍ୟରେ ଦେଶ ତଥା ବିଦେଶର ପର୍ଯ୍ୟଟକ, ବୌଦ୍ଧ ଗବେଷକ ଆକୃଷ୍ଟ ହୋଇ ଏଠାକୁ ଆସିଥାନ୍ତି। ହେଲେ ଉକ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ବୌଦ୍ଧପୀଠର ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ବହୁ କୀର୍ତ୍ତିରାଜି ନଷ୍ଟ ହୋଇଗଲାଣି। ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ଉଠି ଏହାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ନତାତ୍ତ୍ୱିକା ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ସେଥିରେ ତାଲା ପଡ଼ିଛି। ଫଳରେ ମହିଳା ପର୍ଯ୍ୟଟକ ଶୌଚଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏତଦ୍‌ବ୍ୟତୀତ ଏଠାରେ ପର୍ଯ୍ୟଟକଙ୍କ ରହିବା,ଖାଇବା ବ୍ୟବସ୍ଥା ନାହିଁ। ଘରୋଇ ହୋଟେଲରେ ରହିବା ଓ ଖାଇବା ଖର୍ଚ୍ଚ ଅଧିକ ହୋଇଥିବାରୁ ଏହି ଅର୍ଥ ପଇଠ କରିବାକୁ ପର୍ଯ୍ୟଟକ ବାଧ୍ୟ ହେଉଛନ୍ତି। ଏହି ଐତିହାସିକ ସ୍ଥାନର ଐତିହ୍ୟକୁ ସୁରକ୍ଷା ପାଇଁ ପ୍ରତ୍ନତାତ୍ତ୍ୱିକ ବିଭାଗ ତରଫରୁ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ଯେଉଁ ପାଚେରି କରାଯାଇଛି ତାହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ପାଚେରି କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ବୁଲା ଗୋରୁ ପଶି ଫୁଲ ଗଛଗୁଡିକୁ ନଷ୍ଟ କରୁଛନ୍ତି।
ଏଠାରେ ପାର୍କିଂ ସୁବିଧା ନ ଥିବାରୁ ରତ୍ନଗିରି ମୁଖ୍ୟ ବଜାରଠାରେ ଗାଡି ରଖି ଛାତ୍ରୀଛାତ୍ର ଓ ପର୍ଯ୍ୟଟକ ଚାଲିଚାଲି ଆସୁଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକ ନେଇ ଆସୁଥିବା ଗାଡ଼ି ରତ୍ନଗିରି ବଜାରରେ ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଥିବା ଦେଖିବାକୁ ମିଳୁଛି। ବିଭାଗ ତରଫରୁ ପୀଠରେ ଥିବା ମହାକାଳ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିର କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ୨୦ ବର୍ଷ ହେଲା ମନ୍ଦିର କାମ ଅର୍ଦ୍ଧନିର୍ମିତ ହୋଇରହିଛି। ସରକାରଙ୍କ ପକ୍ଷରୁ ବୌଦ୍ଧ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିଲେ ବି ଏହାର ସୁଫଳ ମିଳୁ ନ ଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି। ତେବେ ଏହାର ଉନ୍ନତୀକରଣ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖଥିବା କହିଛନ୍ତି। ରତ୍ନଗିରିର ଉନ୍ନୟନମୂଳକ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ଠିକ୍‌ ବିନିଯୋଗ ହୋଇ ପାରୁ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି କଂଗ୍ରେସ ନେତା ଉମେଶ ଜେନା ମତ ରଖିଛନ୍ତି। ସେହିପରି ରତ୍ନଗିରିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିକାଶ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ରତ୍ନଗର୍ଭା ବରୀ ଅଞ୍ଚଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?