ରତ୍ନଗର୍ଭାରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବରୀ,୨୩।୧(ଡି.ଏନ.ଏ.): ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ବୌଦ୍ଧପୀଠ ମଧ୍ୟରେ ରତ୍ନଗିରିର ରହିଛି ସ୍ବତନ୍ତ୍ର ପରିଚୟ। ରତ୍ନଗର୍ଭା ବୋଲି କୁହାଯାଉଥିବା ଏହି ବୌଦ୍ଧପୀଠରେ ନାନା ସମସ୍ୟା ରହିଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ଏହାକୁ ନେଇ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧପୀଠରେ ଥିବା କୀର୍ତ୍ତିରାଜି, କାରୁକାର୍ଯ୍ୟରେ ଦେଶ ତଥା ବିଦେଶର ପର୍ଯ୍ୟଟକ, ବୌଦ୍ଧ ଗବେଷକ ଆକୃଷ୍ଟ ହୋଇ ଏଠାକୁ ଆସିଥାନ୍ତି। ହେଲେ ଉକ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ବୌଦ୍ଧପୀଠର ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ବହୁ କୀର୍ତ୍ତିରାଜି ନଷ୍ଟ ହୋଇଗଲାଣି। ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ଉଠି ଏହାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ନତାତ୍ତ୍ୱିକା ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ସେଥିରେ ତାଲା ପଡ଼ିଛି। ଫଳରେ ମହିଳା ପର୍ଯ୍ୟଟକ ଶୌଚଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏତଦ୍‌ବ୍ୟତୀତ ଏଠାରେ ପର୍ଯ୍ୟଟକଙ୍କ ରହିବା,ଖାଇବା ବ୍ୟବସ୍ଥା ନାହିଁ। ଘରୋଇ ହୋଟେଲରେ ରହିବା ଓ ଖାଇବା ଖର୍ଚ୍ଚ ଅଧିକ ହୋଇଥିବାରୁ ଏହି ଅର୍ଥ ପଇଠ କରିବାକୁ ପର୍ଯ୍ୟଟକ ବାଧ୍ୟ ହେଉଛନ୍ତି। ଏହି ଐତିହାସିକ ସ୍ଥାନର ଐତିହ୍ୟକୁ ସୁରକ୍ଷା ପାଇଁ ପ୍ରତ୍ନତାତ୍ତ୍ୱିକ ବିଭାଗ ତରଫରୁ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ଯେଉଁ ପାଚେରି କରାଯାଇଛି ତାହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ପାଚେରି କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ବୁଲା ଗୋରୁ ପଶି ଫୁଲ ଗଛଗୁଡିକୁ ନଷ୍ଟ କରୁଛନ୍ତି।
ଏଠାରେ ପାର୍କିଂ ସୁବିଧା ନ ଥିବାରୁ ରତ୍ନଗିରି ମୁଖ୍ୟ ବଜାରଠାରେ ଗାଡି ରଖି ଛାତ୍ରୀଛାତ୍ର ଓ ପର୍ଯ୍ୟଟକ ଚାଲିଚାଲି ଆସୁଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକ ନେଇ ଆସୁଥିବା ଗାଡ଼ି ରତ୍ନଗିରି ବଜାରରେ ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଥିବା ଦେଖିବାକୁ ମିଳୁଛି। ବିଭାଗ ତରଫରୁ ପୀଠରେ ଥିବା ମହାକାଳ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିର କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ୨୦ ବର୍ଷ ହେଲା ମନ୍ଦିର କାମ ଅର୍ଦ୍ଧନିର୍ମିତ ହୋଇରହିଛି। ସରକାରଙ୍କ ପକ୍ଷରୁ ବୌଦ୍ଧ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିଲେ ବି ଏହାର ସୁଫଳ ମିଳୁ ନ ଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି। ତେବେ ଏହାର ଉନ୍ନତୀକରଣ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖଥିବା କହିଛନ୍ତି। ରତ୍ନଗିରିର ଉନ୍ନୟନମୂଳକ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ଠିକ୍‌ ବିନିଯୋଗ ହୋଇ ପାରୁ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି କଂଗ୍ରେସ ନେତା ଉମେଶ ଜେନା ମତ ରଖିଛନ୍ତି। ସେହିପରି ରତ୍ନଗିରିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିକାଶ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ରତ୍ନଗର୍ଭା ବରୀ ଅଞ୍ଚଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri