ନିଯୁକ୍ତି ବୃଦ୍ଧି କରିବ ପର୍ଯ୍ୟଟନ

ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟମୟୀ ସାଂସ୍କୃତିକ ପରମ୍ପରା, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ହସ୍ତତନ୍ତ ଓ ହସ୍ତଶିଳ୍ପର ଚମତ୍କାରିତା ସମସ୍ତଙ୍କୁ ଆକର୍ଷିତ କରେ। ପୁରୀ, ଗୋପାଳପୁର, ଚନ୍ଦ୍ରଭାଗା, ପାରାଦୀପ,ଚାନ୍ଦିପୁର ଆଦି ବେଳାଭୂମିର ନୈସର୍ଗିକତା, ସାତକୋଶିଆ ଗଣ୍ଡର ଭୀମକାନ୍ତ ଦୃଶ୍ୟ ମଧ୍ୟରେ ଲୁଚି ରହିଥିବା ଅପୂର୍ବ ଶୋଭା, ଭିତରକନିକା ଓ ଶିମିଳିପାଳ ଅଭୟାରଣ୍ୟ, ନୌକା ବିହାର ପାଇଁ ଚିଲିକା ହ୍ରଦଠାରୁ ଆରମ୍ଭ କରି ହୀରାକୁଦ ଜଳଭଣ୍ଡାର, କଟକ ଯୋବ୍ରା ବ୍ୟାରେଜ, ପାରାଦୀପଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ କ୍ରିକ୍‌ରେ ଅଛି ପର୍ଯ୍ୟଟନ ପାଇଁ ଅପୂର୍ବ ସୁଯୋଗ। ଓଡ଼ିଶା ଯଦି ଯୋଜନାବଦ୍ଧ ଭାବରେ ପର୍ଯ୍ୟଟନ ପାଇଁ ଥିବା ଅପାର ସୁଯୋଗକୁ ଉପଯୋଗ କରେ ତେବେ କୃଷି ପରେ ପର୍ଯ୍ୟଟନ ହିଁ ନିଯୁକ୍ତି ଯୋଗାଇପାରନ୍ତା।
କୋଭିଡ ପୂର୍ବରୁ ଆମେ ସସ୍ତ୍ରୀକ ଶ୍ରୀଲଙ୍କା ଭ୍ରମଣରେ ଯାଇଥିଲୁ। ଆମ ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟରେ ଥିଲା ମଧୁ ଗଙ୍ଗାନଦୀ ମୁହାଣରେ ନୌକା ବିହାର। ଆମ ଟୁର୍‌ ପରିଚାଳକ ଆମକୁ ଯଥା ସମୟରେ ନଦୀ ମୁହାଣରେ ପହଞ୍ଚାଇ ଦେଲେ। ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ମଧୁ ଗଙ୍ଗାନଦୀ ଯାଇ ଏକ ହ୍ରଦରେ ପଡ଼ିଛି। ସେହି ମୁହାଣରେ ହେନ୍ତାଳ ବଣ। ଆମେ ଶକ୍ତିଚାଳିତ ନୌକା ବିହାରରେ ବାହାରିଲୁ । ଦେଖିଲୁ ହେନ୍ତାଳ ବଣ ଦେଇ ନୌକା ଚାଲିଲା ମଧୁ ଗଙ୍ଗାନଦୀ ମୁହାଣ ସୃଷ୍ଟି କରିଥିବା ହ୍ରଦ ମଧ୍ୟକୁ। ଆମ ନୌକାରେ ଦୁଇ ଜଣ ଚାଇନାର ପର୍ଯ୍ୟଟକ ଥିଲେ। ଜଣେ ପୁଅ, ଜଣେ ଝିଅ। ନୌକାରେ ଗଲାବେଳେ ଗୋଟିଏ ଛୋଟ କୁମ୍ଭୀର ଛୁଆ ଦେଖାଗଲା ଆଉ ସେହି ଦୁଇ ଚାଇନା ପର୍ଯ୍ୟଟକ ଆନନ୍ଦ ବିହ୍ବଳ ହୋଇ ନାଚିଗଲେ। ମୁଁ ମନେ ମନେ ଭାବୁଥାଏ ଆମ ଭିତରକନିକା କୁମ୍ଭୀର ଦେଖିଲେ ଏମାନେ କ’ଣ ନହେବେ। ଆମକୁ କିଛି ସମୟ ପରେ ଏକ ଟାପୁକୁ ନିଆଗଲା। ସେଠି ଓହ୍ଲାଇ ଦିଆଗଲା। ସେହି ଟାପୁରେ ଡାଲଚିନି ଚାଷ ହେଉଛି। ଡାଲଚିନିରୁ ପ୍ରସ୍ତୁତ ଚା ପିଇ ଫେରି ଆସିଲୁ।
ଫେରିଲା ବେଳେ ମନେପଡ଼ିଲା ମୁଁ ପାରାଦୀପରେ ମୋ ବୃତ୍ତିଗତ ଜୀବନରେ ଅବସ୍ଥାପିତ ହୋଇଥିବା ବେଳେ କେତେ ଜଣ ସହକର୍ମୀଙ୍କୁ ନେଇ ପାରାଦୀପର ନେହେରୁ ବଙ୍ଗଳା, ଯେଉଁଠି ମହାନଦୀ ସମୁଦ୍ରରେ ପଡ଼ିଛି, ସେହିଠାରୁ ଏକ ଶକ୍ତି ଚାଳିତ ଛୋଟ ନୌକାରେ ଆମେ ଜଳ ଯାତ୍ରା କଲୁ। ପ୍ରଥମେ ସବୁଠାରୁ ପୁରୁଣା ବତିଘର ଦେଖିଲୁ। ବତିଘର ଦେଖିଲା ପରେ କ୍ରିକ ଦେଇ ଆମ ନୌକା ଚାଲିଲା ହୁକିଟୋଲା ବନ୍ଦର ଅଭିମୁଖେ। କ୍ରିକ୍‌ର ଦୁଇ ପାର୍ଶ୍ୱରେ ହେନ୍ତାଳ ଜଙ୍ଗଲ ଓ ହେନ୍ତାଳ ଜାତୀୟ ଅନେକ ପ୍ରକାରର ଲୁଣି ପାଣିରେ ବଢୁଥିବା ବୃକ୍ଷ। ଅତି ମନୋରମ ଦୃଶ୍ୟ ଉପଭୋଗ କରି ପହଞ୍ଚିଲୁ ହୁକିଟୋଲା ବନ୍ଦର ପରିସରରେ। ସେଠି ଥିବା ବିଭିନ୍ନ କୋଠାବାଡ଼ି ଦେଖିଲୁ। ସେଠି ଏକ କୋଠା,ଏପରି ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ ହୋଇଥିଲା ଯେ, ସେହି କୋଠା ଛାତରୁ ବର୍ଷା ଜଳ ସଂଗୃହୀତ ହୋଇ ତଳେ ଥିବା ଟାଙ୍କିରେ ସାଇତା ଯାଉଥିଲା, ଯାହାକି ଶୁଦ୍ଧ ପାନୀୟ ଜଳ ରୂପେ ବନ୍ଦର କର୍ମଚାରୀମାନେ ବ୍ୟବହାର କରୁଥିଲେ। ଆମେ ସେଠି ବଣଭୋଜି କରି ଖାଇବା ପରେ ଫେରି ଆସିଲୁ। ଏହି ନୌକାବିହାର ଶ୍ରୀଲଙ୍କାର ମଧୁ ଗଙ୍ଗା ନୌକା ବିହାରଠାରୁ ଅଧିକ ଉପଭୋଗ୍ୟ ଥିଲା।
ଆମର ପ୍ରସ୍ତାବ ହେଲା ରାଜ୍ୟ ସରକାର ମହାନଦୀ ମୁହାଣଠାରୁ ବତିଘର, ହୁକିଟୋଲା ବନ୍ଦର, ଭିତରକନିକା ଅଭୟାରଣ୍ୟ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ଏକ ନୌକା ବିହାରର ଯୋଜନା ପ୍ରସ୍ତୁତ କରନ୍ତୁ। ସେଥିପାଇଁ ପାରାଦୀପର ନେହେରୁ ବଙ୍ଗଳା ପାଖରେ, ଭିତରକନିକାର ଡାଙ୍ଗମାଳ ଓ ଚାନ୍ଦବାଲିରେ ଏକ ତିନିତାରକା ହୋଟେଲ ନର୍ମାଣ କରନ୍ତୁ। ଅନୂ୍ୟନ ୨୫ ଜଣ ପର୍ଯ୍ୟଟକ ବସିବା ଭଳି ଷ୍ଟିମରର ବ୍ୟବସ୍ଥା କରନ୍ତୁ। ଷ୍ଟିମର କ୍ରିକ୍‌ରେ ଚଳପ୍ରଚଳ ପାଇଁ ପଥ ପରିଷ୍କାର କରନ୍ତୁ। ପର୍ଯ୍ୟଟକମାନେ ପାରାଦୀପରେ ରାତ୍ରି ଯାପନ କରି ସକାଳୁ ପ୍ରାତଃ ଭୋଜନ କରି ଷ୍ଟିମରରେ ବାହାରି ପଡ଼ିବେ ବତିଘର ଓ ହୁକିଟୋଲା ବନ୍ଦର ଅଭିମୁଖେ। ହୁକିଟୋଲା ବନ୍ଦର ପରିବେଶରେ ମଧ୍ୟାହ୍ନ ଭୋଜନ କରି ବାହାରି ପଡ଼ିବେ ଡାଙ୍ଗମାଳ ଅଭିମୁଖେ। ସେଠି ରାତ୍ରି ଯାପନ କରି ପରଦିନ ଭିତର କନିକା ଭ୍ରମଣ କରି ବାହାରି ପଡିବେ ଚାନ୍ଦବାଲି ଅଭିମୁଖେ। ଏଥିପାଇଁ ଏକ ସୁପରିକଳ୍ପିତ ଯୋଜନା ଆବଶ୍ୟକ ଏବଂ ସ୍ଥାନୀୟ, ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନ ପରିଚାଳକଙ୍କ ସହ ବୁଝାମଣା କରିବାକୁ ପଡ଼ିବ।
ଶ୍ରୀଲଙ୍କା ଭ୍ରମଣରୁ ଜାଣିବାକୁ ପାଇଲୁ ଯେ ଶ୍ରୀଲଙ୍କାର ବୌଦ୍ଧଧର୍ମୀମାନେ କହନ୍ତି ସେମାନେ କଳିଙ୍ଗ ବଂଶୋଦ୍ଭବ, ଆର୍ଯ୍ୟ ଓ କ୍ଷତ୍ରିୟ ଏବଂ ସେମାନଙ୍କର ପ୍ରଥମ ରାଜା ହେଲେ କଳିଙ୍ଗ ରାଜକୁମାର ବିଜୟ ସିଂହ। ସମସ୍ତଙ୍କଠାରୁ ଏହି କଥା ଶୁଣିଲୁ। ଆମ ଟୁର୍‌ ଗାଇଡଙ୍କୁ କାଣ୍ଡିର ଏକ ବଡ଼ ବହି ଦୋକାନକୁ ନେବାକୁ କହିଲି। ସେଠି ପିଲାଙ୍କ ପାଇଁ ଶ୍ରୀଲଙ୍କାର ଇତିହାସ ପୁସ୍ତକ ଖଣ୍ଡିଏ ପାଇଲି। ପଢ଼ି ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହେଲି ସ୍କୁଲର ପିଲାମାନେ ଯେଉଁ ଇତିହାସ ପଢୁଛନ୍ତି ସେଥିରେ ପରିଷ୍କାର ଲେଖାଯାଇଛି କଳିଙ୍ଗରୁ ଦଳ ବଳ ନେଇ ଯାଇଥିବା ରାଜକୁମାର ବିଜୟ ସିଂହ ତାଙ୍କ ଦେଶର ପ୍ରଥମ ରାଜା ଆଉ ସେମାନେ ତାଙ୍କ ବଂଶଧର। ମୁଁ ସେମାନଙ୍କୁ ଯେତେବେଳେ ପ୍ରଶ୍ନ କଲି ସେତେବେଳର କଳିଙ୍ଗ ଆଜିର ଓଡ଼ିଶା ଜାଣିଛ କି? ସେମାନେ ମୁଣ୍ଡ ହଲାଇ ନା କଲେ। କାଣ୍ଡିରେ ଥିବା ବୁଦ୍ଧଦେବଙ୍କ ଦନ୍ତ ମନ୍ଦିରରେ ପୂଜା ପାଉଥିବା ଦନ୍ତ କଳିଙ୍ଗରୁ କଳିଙ୍ଗ ରାଜାଙ୍କ କନ୍ୟା ହେମମାଳା ଓ ତାଙ୍କ ସ୍ବାମୀ ଦନ୍ତ କୁମାର ଗୋପନରେ ନେଇ ଯାଇଥିଲେ ଶ୍ରୀଲଙ୍କା। ଦନ୍ତ ମନ୍ଦିରର ପରିସରରେ ହେମମାଳା ଓ ଦନ୍ତ କୁମାରଙ୍କ ସ୍ବର୍ଣ୍ଣାଭ ପ୍ରତିମୂର୍ତ୍ତି ଦେଖି ଅବାକ ହେବା ସହିତ ଚମତ୍କୃତ ହୋଇଥିଲୁ। ଶ୍ରୀଲଙ୍କା ସହିତ ଆମର ଏତେ ସମ୍ପର୍କ ଅଥଚ ଓଡ଼ିଶାର ବୌଦ୍ଧକୀର୍ତ୍ତି ଦେଖିବାକୁ ଶ୍ରୀଲଙ୍କାର ବୌଦ୍ଧଧର୍ମୀମାନେ ଓଡ଼ିଶା ଆସନ୍ତି ନାହିଁ, ଯାଆନ୍ତି ଉତ୍ତର ପ୍ରଦେଶର ସାରନାଥକୁ। ଏଥିପାଇଁ ଆମ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ଭାବରେ ଦାୟୀ। ଆମ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଶ୍ରୀଲଙ୍କାର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହ ଯୋଗାଯୋଗ କରି କାଣ୍ଡିର ଦନ୍ତ ମନ୍ଦିର ପରିସରରେ ଏକ ସେମିନାର କରନ୍ତୁ ଏବଂ ଆମ ଧଉଳି ଶାନ୍ତିସ୍ତୂପ ଏବଂ ଯାଜପୁର ଜିଲାରେ ଥିବା ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ବୁଦ୍ଧ ବିହାରର ହୀରକ ତ୍ରିଭୁଜର ବୃତ୍ତଚିତ୍ର ପ୍ରଦର୍ଶନ କରି ସିଂହଳୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରନ୍ତୁ। ଏକ ରୋଡ୍‌ ସୋ କରନ୍ତୁ। ହୀରକ ତ୍ରିଭୁଜର ଗୁଣାତ୍ମକ ବିକାଶକୁ ନିଶ୍ଚିତ କରିବାକୁ ହେବ।
ଯୋଜନାବଦ୍ଧ ଭାବରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କଲେ ଆମର କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ନାହିଁ, ରାଜ୍ୟର ଜିଡିପିକୁ କୃଷି କ୍ଷେତ୍ର ସହ ତାଳ ଦେଇ ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ କରିପାରିବ।
ଏ/୫୦୨, ମୋତି ବ୍ଲକ, ତୋଷାଳି ଆପାର୍ଟମେଣ୍ଟ, ସୂର୍ଯ୍ୟନଗର, ଭୁବନେଶ୍ବର
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri