ନୂଆ ସମ୍ଭାବନା ନେଇ ସଜାଡ଼ି ହେଉଛି ପର୍ଯ୍ୟଟନ

ନୂଆ ଆଶା ନେଇ ସଜାଡ଼ି ହେଉଛି ଓଡ଼ିଶା ପର୍ଯ୍ୟଟନ। କରୋନା କଷଣ ଭିତରେ ଦୋହଲି ଯାଇଥିବା ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପ ଧୀରେ ଧୀରେ ଅଣ୍ଟା ସଳଖୁଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ଖୋଲିବା ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରି ନାହିଁ। ଏ ପରିସ୍ଥିତିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗର ଉଦ୍ୟମ ନୂଆ ସମ୍ଭାବନା ସୃଷ୍ଟି କରିଛି।

ଓଡ଼ିଶାର ବିକାଶଧାରାରେ ପ୍ରମୁଖ ଭୂମିକା ନେଇଥିଲା ପର୍ଯ୍ୟଟନ ଶିଳ୍ପ। ରାଜ୍ୟ ରାଜସ୍ବର ବଡ଼ଭାଗ ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରୁ ଆସୁଥିଲା। ମାସକୁ ପ୍ରାୟ ୧୫୦ କୋଟି ଟଙ୍କା ଆୟ କରୁଥିଲା ଓଡ଼ିଶା। ମାତ୍ର ମହାମାରୀ କାରଣରୁ ଗତ ୨୦ ମାସ ଭିତରେ ପର୍ଯ୍ୟଟନ ବିଭାଗ ଅଢେଇରୁ ୩ ହଜାର କୋଟି ଟଙ୍କାର କ୍ଷତି ସହିସାରିଲାଣି। ଏବେ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛି ବିଭାଗ। ଏଥିପାଇଁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ନୂଆ ରୂପରେ ସଜେଇ ହେଉଛି। କ୍ଷତି ଭରଣା ପାଇଁ ଆସନ୍ତା ପର୍ଯ୍ୟଟନ ଋତୁରେ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବେଳାଭୂମି ମହୋତ୍ସବ, ଇକୋ ରିଟ୍ରିଟ୍‌ ଭଳି କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଆସନ୍ତା ନଭେମ୍ବରରୁ ଇକୋ ରିଟ୍ରିଟ୍‌ ଉତ୍ସବ ଆରମ୍ଭ ହେବ। ପୂର୍ବରୁ ୫ ସ୍ଥାନ କୋଣାର୍କର ରାମଚଣ୍ଡୀ, ସାତକୋଶିଆ, ଦାରିଙ୍ଗବାଡି, ହୀରାକୁଦ, ଭୀତରକନିକାରେ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ଆଉ ୨ଟି ନୂତନ ସ୍ଥାନ ଗଞ୍ଜାମର ପତି ସୋନ୍‌ପୁର ଓ କରୋପୁଟର ପୁଟସିଲ୍‌କୁ ସାମିଲ କରାଯାଇଛି। ଏଥିସହ କେତେକ ଇକୋ ରିଟ୍ରିଟ୍‌ ସ୍ଥାନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭିତରକନିକା ଇକୋ ରିଟ୍ରିଟ୍‌ ଏଥର ପେଣ୍ଠ ବେଳାଭୂମିରେ ହେବାର ପ୍ରସ୍ତାବ ରହିଛି। ତେବେ ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ଏହି ୭ଟି ସ୍ଥାନରେ ଉତ୍ସବ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ଚଳିତବର୍ଷ ଠିକ୍‌ ଭାବେ ପର୍ଯ୍ୟଟକ ଆସନ୍ତି ଓ ଉତ୍ସବ ସଫଳ ହୁଏ, ତେବେ ଆସନ୍ତା ୫ବର୍ଷ ପାଇଁ ଉତ୍ସବ ସ୍ଥଳ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଏସବୁ ସ୍ଥାନକୁ ପର୍ଯ୍ୟଟକମାନେ ଯେପରି ସୁବିଧାରେ ଯାଇପାରିବେ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ।
ଆଶା ସଞ୍ଚାର କଲା ନୌବିହାର, ରେଷ୍ଟୁରାଣ୍ଟ ଚେନ୍‌
ପର୍ଯ୍ୟଟନ କ୍ଷେତ୍ରରେ ନୌବିହାର ଆଉ ଏକ ଆଶା ସଞ୍ଚାର କରିଛି। ପୁରୁଣା କାଠଡଙ୍ଗା ବଦଳରେ ଫାଇବର ଗ୍ଲାସ୍‌ ରେନ୍‌ଫୋର୍ସଡ୍‌ ପ୍ଲାଷ୍ଟିକ୍‌ (ଏଫ୍‌ଆର୍‌ପି) ଡଙ୍ଗାରେ ବସି ଭ୍ରମଣର ମଜା ନେବେ ପର୍ଯ୍ୟଟକ। ପ୍ରାଥମିକ ସ୍ତରରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା ଓ ଭିତରକନିକାରେ ଡଙ୍ଗା ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି।
ରେଷ୍ଟୁରାଣ୍ଟ ଚେନ୍‌ ଓଡ଼ିଶା ପର୍ଯ୍ୟଟନର ଅନ୍ୟତମ ଅଙ୍ଗ ହୋଇଛି। ପାରମ୍ପରିକ ତଥା ଓଡ଼ିଆ ଖାଦ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜଧାନୀରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲାଯାଇଛି। ଆଗକୁ ସମ୍ବଲପୁରର ରାଣୀବଖ୍ରୀଠାରେ ଏହି ରେଷ୍ଟୁରାଣ୍ଟ ଖୋଲିବାର ଯୋଜନା ରହିଛି। ସେହିଭଳି ମହାନଦୀରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ସହ ବୋଟିଙ୍ଗ୍‌, ହୀରାକୁଦରେ ଦୁଃସାହସିକ ପାରାସେଲିଂ ଆଦି ଓଡ଼ିଶା ପର୍ଯ୍ୟଟନକୁ ନୂଆ ଦିଶା ଦେଖାଉଛି। ଶୀତଋତୁ ଆରମ୍ଭ ହେବା ପରେ ଚିଲିକାରେ ବାର୍ଡ ଫେଷ୍ଟିଭାଲ ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ପର୍ଯ୍ୟଟନ ସହ ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଶିଳ୍ପ ପରସ୍ପର ଉପରେ ନିର୍ଭରଶୀଳ ଥିବାରୁ ଏହା ଉପରେ ମଧ୍ୟ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଉଛି। ବିଦେଶକୁ ବିମାନ ସେବା ସ୍ବାଭାବିକ ହୋଇ ନ ଥିବାରୁ ରାଜ୍ୟ ତଥା ଦେଶର ପର୍ଯ୍ୟଟକଙ୍କୁ ନେଇ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।

ଖୁବ୍‌ଶୀଘ୍ର ଖଣ୍ଡଗିରି, ଉଦୟଗିିରରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌

ସମ୍ବଲପୁର ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଭଳି ଖଣ୍ଡଗିରି ଓ ଉଦୟଗିିରି ଗୁମ୍ଫାରେ ମଧ୍ୟ ଏହି ବ୍ୟବସ୍ଥା ହେବ। ଏ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ପ୍ରତ୍ନତତ୍ତ୍ୱ ବିଭାଗକୁ ଲେ ଆଉଟ୍‌ ଆପ୍ରୁଭାଲ ପାଇଁ ପଠାଯାଇଛି। ମାସେ ଦୁଇମାସ ଭିତରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ମାଧ୍ୟମରେ ପର୍ଯ୍ୟଟକ ଜାଣିବେ ଖଣ୍ଡଗିରି ଓ ଉଦୟଗିରିର ଇତିହାସ।

ସେହିଭଳି ଗତବର୍ଷ ପର୍ଯ୍ୟଟନ ଦିବସରେ ଆରମ୍ଭ ହୋଇଥିବା ‘ଓଡ଼ିଶା ବାଏ ରୋଡ୍‌’ କ୍ୟାମ୍ପେନ୍‌କୁ ମଧ୍ୟ ଜୋରଦାର୍‌ କରାଯାଉଛି। ଏହି କ୍ୟାମ୍ପେନର ପାର୍ଟ-୨ ଭାବେ ହୋଟେଲ ଅନ୍‌ ହ୍ବିଲ୍‌ ଅଥବା କାରାଭାନ୍‌ ପର୍ଯ୍ୟଟନ ଆରମ୍ଭ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୫ଟି ଲକ୍‌ଜୁରୀ ବସ୍‌ ଅଣାଯିବ। ଶୀତତାପ ନିୟନ୍ତ୍ରିତ ବସ୍‌ ଭିତରେ ଗାଧୁଆ ଘର, ଶୌଚାଳୟଠାରୁ ଆରମ୍ଭ କରି ରୋଷେଇ, ଶୋଇବା ଘର ଆଦି ସମସ୍ତ ବ୍ୟବସ୍ଥା ରହିବ। ପର୍ଯ୍ୟଟକମାନେ କୌଣସି ସ୍ଥାନକୁ ବୁଲି ଯିବାବେଳେ ବିଶେଷକରି ରହଣିକୁ ନେଇ ଚିନ୍ତିତ ଥାଆନ୍ତି। ମାତ୍ର ଏହାଦ୍ୱାରା ସେହି ସମସ୍ୟା ଦୂର ହେବ। ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌ ଭଳି ଏଥିରେ ସମସ୍ତ ସୁବିଧା ମିଳିପାରିବ।

ମଧ୍ୟବିତ୍ତ ପର୍ଯ୍ୟଟକଙ୍କୁ ଫୋକସ୍‌
ପୂରା ଓଡ଼ିଶାକୁ ଆଖି ଆଗରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛିି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଯେପରି ପର୍ଯ୍ୟଟନର ଆନନ୍ଦ ନେଇ ପାରିବେ, ସେଥିପାଇଁ ସ୍ବଳ୍ପ ବ୍ୟୟରେ କିଛି ଯୋଜନା କରିବା ସହ କ୍ୟାମ୍ପେନିଂ ମଧ୍ୟ କରାଯିବ। ଏ ସମସ୍ତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାହାର ରାଜ୍ୟରୁ ଲୋକ ଆସି ଏଠାରେ ଖର୍ଚ୍ଚ କରନ୍ତୁ। ଏହାଦ୍ୱାରା ଓଡ଼ିଶାର ଲୋକଙ୍କୁ ନିଯୁକ୍ତି ମିଳିବ। ସ୍ଥାନୀୟ ଲୋକ, ଏସ୍‌ଏଚ୍‌ଜି କାମ ପାଇବେ। ନିର୍ମାଣ କାର୍ଯ୍ୟ ହେବ, ରାସ୍ତା ନିର୍ମାଣ ହେବ, ଲାଇଟ୍‌ ଲାଗିବ। ରାଜ୍ୟକୁ ରାଜସ୍ବ ମିଳିପାରିବ ଓ ରାଜ୍ୟର ଉନ୍ନତି ପାଇଁ ସରକାରଙ୍କ ପାଖରେ ଟଙ୍କା ରହିବ। ଗତବର୍ଷ କରୋନା ପାଇଁ ବହୁତ କମ୍‌ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଚଳିତବର୍ଷ ନୂଆ ଯୋଜନା ଓ ସମ୍ଭାବନା ନେଇ ଆମେ ଆଗେଇ ଚାଲିଛୁ।
– ସଚିନ୍‌ ଆର୍‌. ଯାଦବ, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ
-ରିପୋର୍ଟ: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri