ନୂଆ ସମ୍ଭାବନା ନେଇ ସଜାଡ଼ି ହେଉଛି ପର୍ଯ୍ୟଟନ

ନୂଆ ଆଶା ନେଇ ସଜାଡ଼ି ହେଉଛି ଓଡ଼ିଶା ପର୍ଯ୍ୟଟନ। କରୋନା କଷଣ ଭିତରେ ଦୋହଲି ଯାଇଥିବା ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପ ଧୀରେ ଧୀରେ ଅଣ୍ଟା ସଳଖୁଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ଖୋଲିବା ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରି ନାହିଁ। ଏ ପରିସ୍ଥିତିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗର ଉଦ୍ୟମ ନୂଆ ସମ୍ଭାବନା ସୃଷ୍ଟି କରିଛି।

ଓଡ଼ିଶାର ବିକାଶଧାରାରେ ପ୍ରମୁଖ ଭୂମିକା ନେଇଥିଲା ପର୍ଯ୍ୟଟନ ଶିଳ୍ପ। ରାଜ୍ୟ ରାଜସ୍ବର ବଡ଼ଭାଗ ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରୁ ଆସୁଥିଲା। ମାସକୁ ପ୍ରାୟ ୧୫୦ କୋଟି ଟଙ୍କା ଆୟ କରୁଥିଲା ଓଡ଼ିଶା। ମାତ୍ର ମହାମାରୀ କାରଣରୁ ଗତ ୨୦ ମାସ ଭିତରେ ପର୍ଯ୍ୟଟନ ବିଭାଗ ଅଢେଇରୁ ୩ ହଜାର କୋଟି ଟଙ୍କାର କ୍ଷତି ସହିସାରିଲାଣି। ଏବେ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛି ବିଭାଗ। ଏଥିପାଇଁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ନୂଆ ରୂପରେ ସଜେଇ ହେଉଛି। କ୍ଷତି ଭରଣା ପାଇଁ ଆସନ୍ତା ପର୍ଯ୍ୟଟନ ଋତୁରେ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବେଳାଭୂମି ମହୋତ୍ସବ, ଇକୋ ରିଟ୍ରିଟ୍‌ ଭଳି କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଆସନ୍ତା ନଭେମ୍ବରରୁ ଇକୋ ରିଟ୍ରିଟ୍‌ ଉତ୍ସବ ଆରମ୍ଭ ହେବ। ପୂର୍ବରୁ ୫ ସ୍ଥାନ କୋଣାର୍କର ରାମଚଣ୍ଡୀ, ସାତକୋଶିଆ, ଦାରିଙ୍ଗବାଡି, ହୀରାକୁଦ, ଭୀତରକନିକାରେ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ଆଉ ୨ଟି ନୂତନ ସ୍ଥାନ ଗଞ୍ଜାମର ପତି ସୋନ୍‌ପୁର ଓ କରୋପୁଟର ପୁଟସିଲ୍‌କୁ ସାମିଲ କରାଯାଇଛି। ଏଥିସହ କେତେକ ଇକୋ ରିଟ୍ରିଟ୍‌ ସ୍ଥାନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭିତରକନିକା ଇକୋ ରିଟ୍ରିଟ୍‌ ଏଥର ପେଣ୍ଠ ବେଳାଭୂମିରେ ହେବାର ପ୍ରସ୍ତାବ ରହିଛି। ତେବେ ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ଏହି ୭ଟି ସ୍ଥାନରେ ଉତ୍ସବ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ଚଳିତବର୍ଷ ଠିକ୍‌ ଭାବେ ପର୍ଯ୍ୟଟକ ଆସନ୍ତି ଓ ଉତ୍ସବ ସଫଳ ହୁଏ, ତେବେ ଆସନ୍ତା ୫ବର୍ଷ ପାଇଁ ଉତ୍ସବ ସ୍ଥଳ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଏସବୁ ସ୍ଥାନକୁ ପର୍ଯ୍ୟଟକମାନେ ଯେପରି ସୁବିଧାରେ ଯାଇପାରିବେ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ।
ଆଶା ସଞ୍ଚାର କଲା ନୌବିହାର, ରେଷ୍ଟୁରାଣ୍ଟ ଚେନ୍‌
ପର୍ଯ୍ୟଟନ କ୍ଷେତ୍ରରେ ନୌବିହାର ଆଉ ଏକ ଆଶା ସଞ୍ଚାର କରିଛି। ପୁରୁଣା କାଠଡଙ୍ଗା ବଦଳରେ ଫାଇବର ଗ୍ଲାସ୍‌ ରେନ୍‌ଫୋର୍ସଡ୍‌ ପ୍ଲାଷ୍ଟିକ୍‌ (ଏଫ୍‌ଆର୍‌ପି) ଡଙ୍ଗାରେ ବସି ଭ୍ରମଣର ମଜା ନେବେ ପର୍ଯ୍ୟଟକ। ପ୍ରାଥମିକ ସ୍ତରରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା ଓ ଭିତରକନିକାରେ ଡଙ୍ଗା ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି।
ରେଷ୍ଟୁରାଣ୍ଟ ଚେନ୍‌ ଓଡ଼ିଶା ପର୍ଯ୍ୟଟନର ଅନ୍ୟତମ ଅଙ୍ଗ ହୋଇଛି। ପାରମ୍ପରିକ ତଥା ଓଡ଼ିଆ ଖାଦ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜଧାନୀରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲାଯାଇଛି। ଆଗକୁ ସମ୍ବଲପୁରର ରାଣୀବଖ୍ରୀଠାରେ ଏହି ରେଷ୍ଟୁରାଣ୍ଟ ଖୋଲିବାର ଯୋଜନା ରହିଛି। ସେହିଭଳି ମହାନଦୀରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ସହ ବୋଟିଙ୍ଗ୍‌, ହୀରାକୁଦରେ ଦୁଃସାହସିକ ପାରାସେଲିଂ ଆଦି ଓଡ଼ିଶା ପର୍ଯ୍ୟଟନକୁ ନୂଆ ଦିଶା ଦେଖାଉଛି। ଶୀତଋତୁ ଆରମ୍ଭ ହେବା ପରେ ଚିଲିକାରେ ବାର୍ଡ ଫେଷ୍ଟିଭାଲ ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ପର୍ଯ୍ୟଟନ ସହ ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଶିଳ୍ପ ପରସ୍ପର ଉପରେ ନିର୍ଭରଶୀଳ ଥିବାରୁ ଏହା ଉପରେ ମଧ୍ୟ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଉଛି। ବିଦେଶକୁ ବିମାନ ସେବା ସ୍ବାଭାବିକ ହୋଇ ନ ଥିବାରୁ ରାଜ୍ୟ ତଥା ଦେଶର ପର୍ଯ୍ୟଟକଙ୍କୁ ନେଇ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।

ଖୁବ୍‌ଶୀଘ୍ର ଖଣ୍ଡଗିରି, ଉଦୟଗିିରରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌

ସମ୍ବଲପୁର ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଭଳି ଖଣ୍ଡଗିରି ଓ ଉଦୟଗିିରି ଗୁମ୍ଫାରେ ମଧ୍ୟ ଏହି ବ୍ୟବସ୍ଥା ହେବ। ଏ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ପ୍ରତ୍ନତତ୍ତ୍ୱ ବିଭାଗକୁ ଲେ ଆଉଟ୍‌ ଆପ୍ରୁଭାଲ ପାଇଁ ପଠାଯାଇଛି। ମାସେ ଦୁଇମାସ ଭିତରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ମାଧ୍ୟମରେ ପର୍ଯ୍ୟଟକ ଜାଣିବେ ଖଣ୍ଡଗିରି ଓ ଉଦୟଗିରିର ଇତିହାସ।

ସେହିଭଳି ଗତବର୍ଷ ପର୍ଯ୍ୟଟନ ଦିବସରେ ଆରମ୍ଭ ହୋଇଥିବା ‘ଓଡ଼ିଶା ବାଏ ରୋଡ୍‌’ କ୍ୟାମ୍ପେନ୍‌କୁ ମଧ୍ୟ ଜୋରଦାର୍‌ କରାଯାଉଛି। ଏହି କ୍ୟାମ୍ପେନର ପାର୍ଟ-୨ ଭାବେ ହୋଟେଲ ଅନ୍‌ ହ୍ବିଲ୍‌ ଅଥବା କାରାଭାନ୍‌ ପର୍ଯ୍ୟଟନ ଆରମ୍ଭ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୫ଟି ଲକ୍‌ଜୁରୀ ବସ୍‌ ଅଣାଯିବ। ଶୀତତାପ ନିୟନ୍ତ୍ରିତ ବସ୍‌ ଭିତରେ ଗାଧୁଆ ଘର, ଶୌଚାଳୟଠାରୁ ଆରମ୍ଭ କରି ରୋଷେଇ, ଶୋଇବା ଘର ଆଦି ସମସ୍ତ ବ୍ୟବସ୍ଥା ରହିବ। ପର୍ଯ୍ୟଟକମାନେ କୌଣସି ସ୍ଥାନକୁ ବୁଲି ଯିବାବେଳେ ବିଶେଷକରି ରହଣିକୁ ନେଇ ଚିନ୍ତିତ ଥାଆନ୍ତି। ମାତ୍ର ଏହାଦ୍ୱାରା ସେହି ସମସ୍ୟା ଦୂର ହେବ। ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌ ଭଳି ଏଥିରେ ସମସ୍ତ ସୁବିଧା ମିଳିପାରିବ।

ମଧ୍ୟବିତ୍ତ ପର୍ଯ୍ୟଟକଙ୍କୁ ଫୋକସ୍‌
ପୂରା ଓଡ଼ିଶାକୁ ଆଖି ଆଗରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛିି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଯେପରି ପର୍ଯ୍ୟଟନର ଆନନ୍ଦ ନେଇ ପାରିବେ, ସେଥିପାଇଁ ସ୍ବଳ୍ପ ବ୍ୟୟରେ କିଛି ଯୋଜନା କରିବା ସହ କ୍ୟାମ୍ପେନିଂ ମଧ୍ୟ କରାଯିବ। ଏ ସମସ୍ତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାହାର ରାଜ୍ୟରୁ ଲୋକ ଆସି ଏଠାରେ ଖର୍ଚ୍ଚ କରନ୍ତୁ। ଏହାଦ୍ୱାରା ଓଡ଼ିଶାର ଲୋକଙ୍କୁ ନିଯୁକ୍ତି ମିଳିବ। ସ୍ଥାନୀୟ ଲୋକ, ଏସ୍‌ଏଚ୍‌ଜି କାମ ପାଇବେ। ନିର୍ମାଣ କାର୍ଯ୍ୟ ହେବ, ରାସ୍ତା ନିର୍ମାଣ ହେବ, ଲାଇଟ୍‌ ଲାଗିବ। ରାଜ୍ୟକୁ ରାଜସ୍ବ ମିଳିପାରିବ ଓ ରାଜ୍ୟର ଉନ୍ନତି ପାଇଁ ସରକାରଙ୍କ ପାଖରେ ଟଙ୍କା ରହିବ। ଗତବର୍ଷ କରୋନା ପାଇଁ ବହୁତ କମ୍‌ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଚଳିତବର୍ଷ ନୂଆ ଯୋଜନା ଓ ସମ୍ଭାବନା ନେଇ ଆମେ ଆଗେଇ ଚାଲିଛୁ।
– ସଚିନ୍‌ ଆର୍‌. ଯାଦବ, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ
-ରିପୋର୍ଟ: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri