ମନିପ୍ଲାଣ୍ଟ ଦେବ ଗ୍ରୀନ୍‌ ଲୁକ୍‌

ଗଛ ଲଗାଇବାକୁ ଅନେକେ ଭଲ ପାଉଥିଲେ
ବି ଜାଗା ଅଭାବରୁ ବାଡ଼ିବଗିଚା କରିବା ସମ୍ଭବ
ହୋଇ ନ ଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଲଗାଇ ଘରକୁ ସବୁଜ ଲୁକ୍‌ ଦେଇପାରିବେ ।
ଏହା ଘରକୁ ନା କେବଳ ସୁନ୍ଦର କରିବ ବରଂ ଅକ୍ସିଜେନ୍‌ ଯୋଗାଇ ଦେବା ସହ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ…

ଘରେ କେଉଁଠି ଏବଂ କେତେ ଜାଗାରେ ମନିପ୍ଲାଣ୍ଟ ଲଗାଇବେ ପ୍ରଥମେ ସ୍ଥିର କରନ୍ତୁ। ଘରର କାନ୍ଥ ରଙ୍ଗ ଅନୁଯାୟୀ ବଜାରରୁ ହ୍ୟାଙ୍ଗିଙ୍ଗ୍‌ ପଟ୍‌ ଆଣି ମନି ପ୍ଲାଣ୍ଟ ଲଗାଇଲେ ଇଣ୍ଟେରିଅର୍‌ ଅଧିକ ଆକର୍ଷଣୀୟ ହୋଇପାରିବ। ଆପଣ ଯଦି ଏ ବାବଦରେ ଅଧିକ ଖର୍ଚ୍ଚ ନ କରିବାକୁ ଚାହାନ୍ତି ତେବେ ଘରେ ପଡ଼ିଥିବା ଅଦରକାରୀ ଜିନିଷକୁ କାଟି ମଧ୍ୟ ପଟ୍‌ ତିଆରି କରି ମନି ପ୍ଲାଣ୍ଟରେ ଘରକୁ ଗ୍ରୀନ୍‌ ଲୁକ୍‌ ଦେଇପାରିବେ।
ମନି ପ୍ଲାଣ୍ଟ ପଟ୍‌ଗୁଡ଼ିକୁ ଛାତରେ ହୁକ୍‌ ଲଗାଇ ମଧ୍ୟ ଟଙ୍ଗାଇଲେ ଖୁବ୍‌ ସୁନ୍ଦର ଦିଶିବ।
ଘରେ ଥିବା ପୁରୁଣା ପ୍ଲାଷ୍ଟିକ୍‌ ବୋତଲ୍‌ଗୁଡ଼ିକୁ କଣା କରି ସେଥିରେ ମନି ପ୍ଲାଣ୍ଟ ଲଗାଇ ପାରିବେ। ଏହାକୁ ବିଭିନ୍ନ କଲର ଦେଇ ମଧ୍ୟ ଆକର୍ଷଣୀୟ ଡିଜାଇନ୍‌ କରି ସେଥିରେ ମନିପ୍ଲାଣ୍ଟ ଲଗାଇ ପାରିବେ। ଆପଣ ଚାହିଁଲେ ଏହାକୁ ହ୍ୟାଙ୍ଗିଙ୍ଗ୍‌ ପଟ୍‌ ଭାବେ ବି ବ୍ୟବହାର କରିପାରିବେ।
ବଜାରରୁ କ୍ରିଷ୍ଟାଲ ବଲ୍‌ ଷ୍ଟାଇଲ୍‌ ହ୍ୟାଙ୍ଗିଙ୍ଗ୍‌ ପଟ୍‌ ଆଣି ସେଥିରେ ମନି ପ୍ଲାଣ୍ଟ ଲଗାଇ ଘରକୁ ଡେକୋରେଟ୍‌ କରିପାରିବେ ।
ଆକ୍ୱାରିୟମ୍‌ ହ୍ୟାଙ୍ଗିଙ୍ଗ୍‌ ଷ୍ଟାଣ୍ଡରେ ବି ମନି ପ୍ଲାଣ୍ଟ ଲଗାଇବାର ଆଇଡିଆ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।
ଝାଲେରି, ଚଢ଼େଇ ବସା, ଚା କ୍ୟାଟିଲ୍‌ ଷ୍ଟାଇଲ୍‌ର ବିଭିନ୍ନ ହ୍ୟାଙ୍ଗିଙ୍ଗ୍‌ ପଟ୍‌ରେ ମନିପ୍ଲାଣ୍ଟ ରଖି ଘରକୁ ଆର୍ଟିଷ୍ଟିକ୍‌ ଟଚ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri