ମନିପ୍ଲାଣ୍ଟ ଦେବ ଗ୍ରୀନ୍‌ ଲୁକ୍‌

ଗଛ ଲଗାଇବାକୁ ଅନେକେ ଭଲ ପାଉଥିଲେ
ବି ଜାଗା ଅଭାବରୁ ବାଡ଼ିବଗିଚା କରିବା ସମ୍ଭବ
ହୋଇ ନ ଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଲଗାଇ ଘରକୁ ସବୁଜ ଲୁକ୍‌ ଦେଇପାରିବେ ।
ଏହା ଘରକୁ ନା କେବଳ ସୁନ୍ଦର କରିବ ବରଂ ଅକ୍ସିଜେନ୍‌ ଯୋଗାଇ ଦେବା ସହ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ…

ଘରେ କେଉଁଠି ଏବଂ କେତେ ଜାଗାରେ ମନିପ୍ଲାଣ୍ଟ ଲଗାଇବେ ପ୍ରଥମେ ସ୍ଥିର କରନ୍ତୁ। ଘରର କାନ୍ଥ ରଙ୍ଗ ଅନୁଯାୟୀ ବଜାରରୁ ହ୍ୟାଙ୍ଗିଙ୍ଗ୍‌ ପଟ୍‌ ଆଣି ମନି ପ୍ଲାଣ୍ଟ ଲଗାଇଲେ ଇଣ୍ଟେରିଅର୍‌ ଅଧିକ ଆକର୍ଷଣୀୟ ହୋଇପାରିବ। ଆପଣ ଯଦି ଏ ବାବଦରେ ଅଧିକ ଖର୍ଚ୍ଚ ନ କରିବାକୁ ଚାହାନ୍ତି ତେବେ ଘରେ ପଡ଼ିଥିବା ଅଦରକାରୀ ଜିନିଷକୁ କାଟି ମଧ୍ୟ ପଟ୍‌ ତିଆରି କରି ମନି ପ୍ଲାଣ୍ଟରେ ଘରକୁ ଗ୍ରୀନ୍‌ ଲୁକ୍‌ ଦେଇପାରିବେ।
ମନି ପ୍ଲାଣ୍ଟ ପଟ୍‌ଗୁଡ଼ିକୁ ଛାତରେ ହୁକ୍‌ ଲଗାଇ ମଧ୍ୟ ଟଙ୍ଗାଇଲେ ଖୁବ୍‌ ସୁନ୍ଦର ଦିଶିବ।
ଘରେ ଥିବା ପୁରୁଣା ପ୍ଲାଷ୍ଟିକ୍‌ ବୋତଲ୍‌ଗୁଡ଼ିକୁ କଣା କରି ସେଥିରେ ମନି ପ୍ଲାଣ୍ଟ ଲଗାଇ ପାରିବେ। ଏହାକୁ ବିଭିନ୍ନ କଲର ଦେଇ ମଧ୍ୟ ଆକର୍ଷଣୀୟ ଡିଜାଇନ୍‌ କରି ସେଥିରେ ମନିପ୍ଲାଣ୍ଟ ଲଗାଇ ପାରିବେ। ଆପଣ ଚାହିଁଲେ ଏହାକୁ ହ୍ୟାଙ୍ଗିଙ୍ଗ୍‌ ପଟ୍‌ ଭାବେ ବି ବ୍ୟବହାର କରିପାରିବେ।
ବଜାରରୁ କ୍ରିଷ୍ଟାଲ ବଲ୍‌ ଷ୍ଟାଇଲ୍‌ ହ୍ୟାଙ୍ଗିଙ୍ଗ୍‌ ପଟ୍‌ ଆଣି ସେଥିରେ ମନି ପ୍ଲାଣ୍ଟ ଲଗାଇ ଘରକୁ ଡେକୋରେଟ୍‌ କରିପାରିବେ ।
ଆକ୍ୱାରିୟମ୍‌ ହ୍ୟାଙ୍ଗିଙ୍ଗ୍‌ ଷ୍ଟାଣ୍ଡରେ ବି ମନି ପ୍ଲାଣ୍ଟ ଲଗାଇବାର ଆଇଡିଆ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।
ଝାଲେରି, ଚଢ଼େଇ ବସା, ଚା କ୍ୟାଟିଲ୍‌ ଷ୍ଟାଇଲ୍‌ର ବିଭିନ୍ନ ହ୍ୟାଙ୍ଗିଙ୍ଗ୍‌ ପଟ୍‌ରେ ମନିପ୍ଲାଣ୍ଟ ରଖି ଘରକୁ ଆର୍ଟିଷ୍ଟିକ୍‌ ଟଚ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri