କଠୋର ମନୋଭାବ

ଆକାର ପଟେଲ

 

ଭାରତୀୟ ଜନତା ପାର୍ଟି(ଭାଜପା) ଅନେକ ବର୍ଷ ହେଲା ଏକ ଅସାଧାରଣ ଢଙ୍ଗରେ ବିକଶିତ ହୋଇଛି। ଏହା ପ୍ରାରମ୍ଭରୁ ସାମାଜିକ ପ୍ରସଙ୍ଗରେ ରକ୍ଷଣଶୀଳ ବା ରୂଢ଼ିବାଦୀ ଥିଲା। କିନ୍ତୁ ଉକ୍ତ ଧାରାରୁ ଦୂରେଇ ଯାଇ ଏବେ ଉଗ୍ର ସ୍ବଭାବ ବା କଠୋର ମନୋଭାବ ପୋଷଣ କରୁଛି। ପ୍ରଥମେ ଏହା ଭାରତୀୟ ଜନସଂଘ ଭାବେ ପ୍ରକାଶ ଲାଭ କରିଥିଲା। ପ୍ରାରମ୍ଭିକ ଦଶନ୍ଧିଗୁଡ଼ିକରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏହା ଆଗକୁ ବଢୁଥିବା ସମୟରେ ବ୍ୟକ୍ତିଗତ ଆଇନ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଏହା ଗ୍ରହଣ କରିବା ଲାଗି ଦ୍ୱିଧା ପ୍ରକାଶ କରିଥିଲା। ଜନସଂଘ ୧୯୫୧ର ଇସ୍ତାହାରରେ ଆମ୍ବେଦକରଙ୍କ ହିନ୍ଦୁ କୋଡ୍‌ ବିଲ୍‌ ସମ୍ପର୍କରେ ଉଲ୍ଲେଖ କରିଥିଲା ଯେ, ଦଳ ସେହି ସାମାଜିକ ସଂସ୍କାରକୁ ଧରି ରଖିବ ଯାହାକୁ କୌଣସି ଆଇନ ଦ୍ୱାରା ଗ୍ରହଣ କରିବାକୁ ବାଧ୍ୟ କରାଯାଉ ନ ଥିବ। ଏହା ସମାଜ ମଧ୍ୟରେ କାମ କରିବା ଉଚିତ ଏବଂ ଅନେକ ଲୋକଙ୍କୁ ଅତ୍ୟଧିକ ପ୍ରଭାବିତ କରୁଥିବା ପରିବର୍ତ୍ତନଗୁଡ଼ିକ ଯାହା ହିନ୍ଦୁ କୋଡ୍‌ ବିଲ୍‌ ଦ୍ୱାରା ପରିକଳ୍ପିତ ତାହା କରାଯିବା ଉଚିତ ନ ଥିଲା ବୋଲି ଏହା ପ୍ରକାଶ କରିଥିଲା। ଦୁଇଟି ପରିବର୍ତ୍ତନ ଅତ୍ୟଧିକ ଲୋକଙ୍କୁ ପ୍ରଭାବିତ କରୁଥିଲା। ପ୍ରଥମରେ ମହିଳାଙ୍କ ସମ୍ପତ୍ତି ଉତ୍ତରାଧିକାର, ବିଶେଷ କରି ବିଧବାମାନଙ୍କର ଏବଂ ଦ୍ୱିତୀୟରେ ଛାଡ଼ପତ୍ର। ଆଇନଗୁଡ଼ିକ ପାସ୍‌ ହେଲା ପରେ ଏଭଳି ବିଚାରକୁ ଭାଜପା/ ଜନସଂଘ ବିରୋଧ କରିଥିଲା ଓ ସେଗୁଡ଼ିକୁ ରଦ୍ଦ କରିବା ଲାଗି ସଙ୍କଳ୍ପ ନେଇଥିତ୍ଲା। ୧୯୫୭ ଇସ୍ତାହାରରେ ଉଲ୍ଲେଖ କରିଥିଲା ଯେ, ସ୍ଥାୟୀ ତଥା ଅଖଣ୍ଡନୀୟ ବିବାହ ହିନ୍ଦୁ ସମାଜର ଆଧାର ହୋଇଥିବାରୁ ଏହା ମହିଳାଙ୍କୁ ଛାଡ଼ପତ୍ର ଦେବା ଲାଗି ଅନୁମତି ଦେବ ନାହିଁ। ତେବେ ସମୟକ୍ରମେ ହିନ୍ଦୁ କୋଡ୍‌କୁ ନେଇ ଉପୁଜିଥିବା ସ୍ଥିତି ଦୂର ହୋଇଗଲା, କାରଣ ଆଇନଗୁଡ଼ିକ ସମାଜରେ ଗ୍ରହଣୀୟ ହୋଇଥିଲା। ସାମାଜିକ ପ୍ରସଙ୍ଗରେ ରକ୍ଷଣଶୀଳତାକୁ ଦେଖିଲେ, ଦଳ ଆରମ୍ଭରୁ ଏକକ ନାଗରିକ ସଂହିତା ଉପରେ ଗୁରୁତ୍ୱ ଦେବା ଲାଗି ଦ୍ୱନ୍ଦ୍ୱରେ ରହିଥିଲା, ଯାହା ପାଞ୍ଚ ଦଶକରେ ଥରେ ମାତ୍ର ଏ ସମ୍ପର୍କରେ ସୂଚିତ କରିଥିଲା। ପରେ ୧୯୬୭ରେ ଦଳ ହିନ୍ଦୁ ବିବାହ ଓ ଉତ୍ତରାଧିକାର ଆଇନଗୁଡ଼ିକୁ ବିରୋଧ କରିବା ବନ୍ଦ କରିଦେଲା। କହିଥିଲା ଯେ, ସବୁ ଭାରତୀୟଙ୍କ ବିବାହ, ପୋଷ୍ୟ ଏବଂ ଉତ୍ତରାଧିକାର ଆଇନଗୁଡ଼ିକୁ ସଂଚାଳନ କରିବା ଲାଗି ଏକ ଆଇନ ଗଠନ କରିବ। କିନ୍ତୁ ଏଥିପାଇଁ ତାହାର ଆଗ୍ରହ ନ ଥିଲା ଏବଂ ତା’ପର ୨୫ ବର୍ଷରେ ଏହା ଉପରେ କୌଣସି ସୂଚନା ଦେଇ ନାହିଁ।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜନସଂଘ ଗଠନରୁ ୧୯୮୪ ନିର୍ବାଚନ ପର୍ଯ୍ୟନ୍ତ ଭାଜପାର ଅଯୋଧ୍ୟା ସମ୍ପର୍କରେ କୌଣସି ରୁଚି ନ ଥିଲା। ଜନସଂଘ ଗଠନ ହେବା ପୂର୍ବରୁ ଦଳ ପାଇଁ ରାମମନ୍ଦିର କେବେ ବି ଏକ ପ୍ରସଙ୍ଗ ହୋଇ ନ ଥିଲା। କିନ୍ତୁ ଯେତେବେଳେ ୧୯୮୪ ନିର୍ବାଚନରେ ଦଳର ବିପର୍ଯ୍ୟୟ ଘଟିଲା ଓ ବାଜପେୟୀ ଆଡଭାନୀଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କଲେ ସେତେବେଳେ ଏହି ପ୍ରସଙ୍ଗ ଉଠିଲା। ଆଡଭାନୀ ତାଙ୍କ ଆମତ୍ଜୀବନୀରେ ଉଲ୍ଲେଖ କରିଛନ୍ତି ଯେ, ମନ୍ଦିର ପ୍ରସଙ୍ଗ ଉଠାଇବା ପରେ ତାଙ୍କ ରଥ ଚାରପାଖରେ ସମବେତ ବିଶାଳ ଜନସମୁଦ୍ରକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ପ୍ରତିକ୍ରିୟାରେ ଉଲ୍ଲସିତ ହୋଇ ଭାଜପା ଏହାର ଇସ୍ତାହାରରେ ପ୍ରଥମେ ରାମମନ୍ଦିର ସମ୍ପର୍କରେ ସୂଚିତ କରିିଥିଲା। ଭାଜପା ଦ୍ୱାରା ରାଜନୀତିରେ ଧର୍ମର ପ୍ରବେଶ ଘଟିଲା ୧୯୮୯ରେ। ପୂର୍ବରୁ ଭାରତରେ ହୋଇ ଆସୁଥିବା ନିର୍ବାଚନକୁ ଏହା ବିଭାଜିତ କଲା ଓ ନିର୍ବାଚନରେ ଭାଜପାକୁ ଅଭୂତପୂର୍ବ ବିଜୟ ଆଣିଦେଲା। ୧୯୯୨ ଘଟଣା ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କଲା। ଅଯୋଧ୍ୟା ପ୍ରସଙ୍ଗ ନ ଉଠିବା ଯାଏ ଦଳର ଭୋଟ ହାର କେବେ ମଧ୍ୟ ଏକ ଅଙ୍କରୁ ଅଧିକ ନ ଥିଲା। କିନ୍ତୁ ଅଯୋଧ୍ୟା ପ୍ରସଙ୍ଗ ପରେ ଭୋଟ ହାର ୧୮ ପ୍ରତିଶତ ଓ ପରେ ଦୁଇଗୁଣ ହୋଇଗଲା। ହିନ୍ଦୁ ରକ୍ଷଣଶୀଳ ବଦଳରେ ମୁସଲମାନ ବିରୋଧୀ କଠୋର ମନୋଭାବ ଜୋର୍‌ ଧରିବା ହୃଦ୍‌ବୋଧ ହେଲା ଓ ଏହି ପ୍ଲାଟ୍‌ଫର୍ମରେ ଦଳ ଗତିଶୀଳ ହୋଇପାରିଲା। ଏକକ ନାଗରିକ ସଂହିତା ସେତେବେଳେ କାର୍ଯ୍ୟକ୍ରମରେ ଏକ ସ୍ଥାୟୀ ପ୍ରସଙ୍ଗ ହୋଇଗଲା ଓ ନିର୍ଦ୍ଧିଷ୍ଟ ଭାବେ ବହୁବିବାହ ଉପରେ ଆକ୍ରମଣ କରାଗଲା। ମୋଦିଙ୍କ ସମୟରେ ଭାଜପା ମୁସଲମାନ ଛାଡ଼ପତ୍ରକୁ ପିଛା କଲା। ହେଲେ ଫଳପ୍ରଦ ହେଲା ନାହିଁ।
ହିନ୍ଦୁ ଓ ମୁସଲମାନଙ୍କ ବିବାହକୁ ଅପରାଧୀକରଣ କରୁଥିବା ଆଇନଗୁଡ଼ିକ ଭାଜପା ଶାସିତ ଉତ୍ତରାଖଣ୍ଡ (୨୦୧୮) ଏବଂ ପରେ ହିମାଚଳପ୍ରଦେଶ(୨୦୧୯), ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ (୨୦୨୦), ଗୁଜରାଟ(୨୦୨୧) ଏବଂ କର୍ନାଟକ (୨୦୨୨)ରେ ଅଣାଗଲା। ଭାଜପା ଶାସିତ ଆସାମ, ଉତ୍ତରପ୍ରଦେଶ, ଗୁଜରାଟ ଏବଂ କର୍ନାଟକରେ ଦୁଇ ସନ୍ତାନ ନୀତିକୁ ଜୋର୍‌ ଦେବା ସହିତ ମୁସଲ୍‌ମାନ ଓ ବହୁବିବାହକୁ ଟେର୍ଗେଟ କରାଯାଉଛି। ଅର୍ଥ ବ୍ୟବସ୍ଥା, ବେରୋଜଗାର ଏବଂ ଇନ୍ଧନ ଦରର ସ୍ଥିତି ଖରାପ ଥିବାବେଳେ ମତଦାତା ଭାବେ ଆମେ ଏହିସବୁ ବିଷୟ ଦ୍ୱାରା ନିୟନ୍ତ୍ରିତ ହେଉଥିବା ମନେ ହେଉଛି। ଜନସଂଘ /ଭାଜପା ସମାନ୍ତରାଳ ବିକାଶରେ ଅପରାଧ ଆଇନ ଏବଂ ନାଗରିକ ସ୍ବତନ୍ତ୍ରତା ସମ୍ପର୍କରେ କଠୋରତା ଗ୍ରହଣ କରିଛି। ୧୯୫୧ରେ ଏହା କହିଥିଲା ଯେ, ବାକ୍‌ ସ୍ବାଧୀନତା, ସମାବେଶ ଏବଂ ସଂଗଠନର ପ୍ରତିବନ୍ଧକକୁ ନେଇ ନେହେରୁଙ୍କ ପ୍ରଥମ ସଂଶୋଧନକୁ ରଦ୍ଦ କରିବ। ୧୯୫୪ରେ ଏବଂ ତା’ପର ବର୍ଷଗୁଡ଼ିକରେ ଏହା ୟୁଏପିଏ ଏବଂ ପବ୍ଲିକ ସେଫ୍ଟି ଆକ୍ଟ ଭଳି ପ୍ରିଭେନ୍‌ସନ ଡିଟେନଶନ ଆଇନଗୁଡ଼ିକୁ ରଦ୍ଦ କରିବ ବୋଲି କହିଥିଲା। କିନ୍ତୁ ଭାଜପା ଏବେ ଏହିସବୁ ଆଇନଗୁଡ଼ିକରେ ଚାମ୍ପିୟନ ହୋଇଯାଇଛି। କ୍ଷମତାରେ ନ ଥିତ୍ଲାବେଳେ ଓ କ୍ଷମତା ପାଇବାର ଆଶା କ୍ଷୀଣ ଥିବାବେଳେ, ଭାଜପା ସେହିସବୁ ରାଜ୍ୟଗୁଡ଼ିକ ସ୍ବାର୍ଥର ଉପରକୁ ଉଠି ଭାରତର ନାଗରିକମାନଙ୍କ ଅଧିକାରଗୁଡ଼ିକ ପାଇଁ ସ୍ବର ଉଠାଇଥିଲା। ଏବେ ସେହି ରାଜ୍ୟଗୁଡ଼ିକରେ କ୍ଷମତାରେ ରହି ଭାଜପା ବ୍ୟକ୍ତି ଅଧିକାରକୁ ଛାଡ଼ି ରାଜ୍ୟର ଅଧିକାର ଓ ସ୍ବାର୍ଥ ପାଇଁ ଠିଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri