ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍‌ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୩ା୧୦(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ ଋତୁରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ହେଇଛି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ବି ଭିଡ଼ ଜମିଲାଣି। ଗତ ଦୁଇବର୍ଷ ଧରି ଦାରିଙ୍ଗବାଡ଼ିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ୍‌ ପ୍ରାୟ ୩ ମାସ ଧରି କରାଯାଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଉକ୍ତ ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କରିବାକୁ ପସନ୍ଦ କରିବା ସହ ଦାରିଙ୍ଗବାଡ଼ିର ପର୍ଯ୍ୟଟନସ୍ଥଳ ବୁଲିବାକୁ ପସନ୍ଦ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଏକ ପାହାଡ଼କୁ ନିଆଯାଇଛି ଏବଂ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ପାହାଡ଼ରୁ ବଡ଼ବଡ଼ ପଥର ବାହାର କରାଯାଇ ଜମି ସମତଳ, ବିଦ୍ୟୁତ ସଂଯୋଗ,ରାସ୍ତା ସମ୍ପ୍ରସାରଣ, ପାନୀୟଜଳ ଯୋଗାଣ, କଟେଜ ନିର୍ମାଣ ଆଦି ସମସ୍ତ ବ୍ୟବସ୍ଥା କରାଯାଉଛି। ଉକ୍ତ ପାହାଡ଼ ଚାରିପଟେ ସୌନ୍ଦର୍ଯ୍ୟ ଭରପୂର ହୋଇରହିଥିବା ବେଳେ ଚାରିପଟେ ଦୃଶ୍ୟ ଅତିରୋମାଞ୍ଚକ ରହିଛି ଯାହାକି ଅତୀତରେ କରାଯାଇଥିବା ଇକୋ ରିଟ୍ରିଟ୍‌ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ରହିବ। ସେହିପରି ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ ଯୋଜନା କରାଯାଉଥିବା ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୨୦ରୁ ଆରମ୍ଭ କରଯାଇଥିବା ଇକୋ ରିଟ୍ରିଟ୍‌ ପର୍ଯ୍ୟଟନ ବିଭାଗର ନିଜସ୍ବ ଜମିରେ କରାଯାଇଥିଲା। ଏଥିପାଇଁ ମୁକୁଳା ପଡ଼ିଥିବା ଉକ୍ତ ଜମିକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ବୁଲାଯିବା ସହ ବିଦ୍ୟୁତ ସଂଯୋଗ, ପାନୀୟଜଳ ଯୋଗାଣ ସହ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରି ନ ଥିଲା। ଫଳରେ ଜିଲା ପ୍ରଶାସନ ପୁଣି ଏକ ଜମି ଚି଼ହ୍ନଟ କରି ସେଠାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟ ପାଇଁ କ୍ଷେତ୍ର ପ୍ରସ୍ତୁତ କାର୍ଯ୍ୟକୁ ଜୋରଦାର ଚଳାଇଛି। ଇକୋ ରିଟ୍ରିଟ୍‌ ଆସନ୍ତା ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?