Posted inଜାତୀୟ

ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…

ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର ଏପରି ମାମଲା ଆସିଛି ଯେଉଁଠାରେ ଏହି ନିୟମଗୁଡ଼ିକର ଫାଇଦା ନିଆଯାଉଛି । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ବମ୍ବେ ହାଇକୋର୍ଟ କହିଛନ୍ତି ଯେ କେବଳ ମୁଣ୍ଡ ଓ ପିଠି ସ୍ପର୍ଶ କରିବାକୁ ଯୌନ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ।

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏହିତ ମାମଲାରେ ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛି ଯେ କୌଣସି ମନ୍ଦ ଉଦ୍ଦେଶ୍ୟ ବିନା ଏଭଳି କରିବାକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ। ଏହି ମାମଲା ୨୦୧୨ମସିହାର। ଜଣେ ୧୮ ବର୍ଷ ବୟସ୍କା ବ୍ୟକ୍ତି ୧୨ ବର୍ଷ ବୟସ୍କା ଜଣେ ନାବାଳିକାଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ପୀଡିତାଙ୍କ କହିବାନୁସାରେ, ଅଭିଯୁକ୍ତ ଜଣକ ତାଙ୍କ ପିଠି ଓ ମୁଣ୍ଡକୁ ସ୍ପର୍ଶ କରିଥିଲେ।

କୋର୍ଟ କହିଛନ୍ତି, ’୧୨-୧୩ ବର୍ଷ ବୟସ୍କା ପୀଡିତା କୌଣସି ମନ୍ଦ ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ଉଲ୍ଲେଖ କରିନାହାଁନ୍ତି। ସେ କହିଥିଲେ ଯେ କିଛି ଅସ୍ବାଭାବିକ ଆଚରଣ ଯୋଗୁଁ ସେ ନିଜକୁ ଅସହଜ ମନେ କଲେ।

ଫେବୃଆରୀ ୧୦ ରେ କୋର୍ଟ ଏହାର ରାୟ ପ୍ରଦାନ କରିଥିଲେ, ଯାହାର ଏକ ନକଲ ୧୩ ମାର୍ଚ୍ଚରେ ଉପଲବ୍ଧ ହୋଇଥିଲା। ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ନେତୃତ୍ୱରେ ଗଠିତ ଏକକ ବେଞ୍ଚ କହିଛନ୍ତି ଯେ ଅଭିଯୁକ୍ତଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା ଜଣାପଡୁ ନାହିଁ, ବରଂ ତାଙ୍କ ଶବ୍ଦରୁ ଜଣାପଡିଛି ଯେ ସେ କେବଳ ପୀଡିତାଙ୍କୁ ଜଣେ ଛୋଟ ପିଲା ଭାବେ ଦେଖି ଏଭଳି କରିଥିଲେ। ବିଚାରପତି କହିଛନ୍ତି, ଜଣେ ମହିଳାଙ୍କ ବିନମ୍ରତାକୁ ଭଙ୍ଗ କରିବା ପାଇଁ, ତାଙ୍କ ବିନମ୍ରତାକୁ ଅପମାନିତ ଅବା ନିର୍ଯାତିତ କରିବାର ମନ୍ଦ ଉଦ୍ଦେଶ୍ୟ ରହିବା ଜରୁରୀ ଅଟେ।

ଓକିଲଙ୍କ କହିବାନୁସାରେ, ୧୫ ମାର୍ଚ୍ଚ ୨୦୧୨ ରେ, ଅଭିଯୁକ୍ତଙ୍କୁ ୧୮ ବର୍ଷ ହୋଇଥିଲା ଏବଂ କିଛି କାଗଜପତ୍ର ଦେବାକୁ ସେ ନାବାଳିକାଙ୍କର ଘରକୁ ଯାଇଥିଲେ। ସେହି ସମୟରେ ନାବାଳିକା ଘରେ ଏକୁଟିଆ ଥିଲା। ସେ ନାବାଳିକାଙ୍କର ମୁଣ୍ଡ ଓ ପିଠିରେ ସ୍ପର୍ଶ କରିଥିଲେ। ନାବାଳିକା ଜଣଙ୍କ ଭୟଭୀତ ହୋଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏହି ମାମଲାରେ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡାଦେଶ କରିଥିଲେ। ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିମ୍ନ ଅଦାଲତର ନିଷ୍ପତ୍ତି ଠିକ ନୁହେଁ ଏବଂ ପ୍ରିମା ଫେସୀ ଏହା ଜଣାପଡୁଛି ଯେ ବ୍ୟକ୍ତି ଜଣକ ବିନା କୌଣସି ମନ୍ଦ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ଆଜିକାଲି ସୋସିଆଲ ମିଡିଆରେ ବରଗଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟଜଣେ ଯୁବକ ଅସଦାଚରଣ…

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ବୁଡ଼ିଲା ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri