ମହିଳା ବନପାଳଙ୍କୁ ନିର୍ଯାତନା

ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍‌ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ ଚିଲିକା ଡିଏଫ୍‌ଓ ଦାୟିତ୍ୱରେ ଥିବା ଏସିଏଫ ଓ ନୂଆପଡ଼ା ରେଞ୍ଜରଙ୍କ ବିରୋଧରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ମୁତାବକ, ମହିଳା ବନପାଳ ନୂଆପଡ଼ା ରେଞ୍ଜ୍‌ର ଏକ ନର୍ସରି ଦାୟିତ୍ୱରେ ଥିଲେ। ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ନର୍ସରିରେ ଜଳସେଚନ ଓ ପଲିଥିନ ଫିଲିଂ ପାଇଁ ୪ଲକ୍ଷ ୯୦ହଜାର ୫୩୪ଟଙ୍କା ଆସିଥିଲା। ଡିଏଫ୍‌ଓ ଦାୟିତ୍ୱରେ ଥିବା ଏସିଏଫ୍‌ ୧ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ। ୩୦ପ୍ରତିଶତ କାର୍ଯ୍ୟ କରି ବାକି ଜାଲ୍‌ କାଗଜପତ୍ର କରିବା ପାଇଁ ରେଞ୍ଜର ଓ ଡିଏଫ୍‌ଓ ବାଧ୍ୟ କରିଥିଲେ। ସେ ରାଜି ନ ହେବାରୁ ତାଙ୍କୁ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ହଇରାଣ କରୁଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଆହୁରି ମଧ୍ୟ ଜଣେ ଫରେଷ୍ଟରଙ୍କ ଜରିଆରେ ସମ୍ପୃକ୍ତ ରେଞ୍ଜର, ଡିଏଫଓ ମିଳିମିଶି ସରକାରୀ ଅର୍ଥ ତୋଷରପାତ କରିଛନ୍ତି। ଡିଏଫଓ ଫରେଷ୍ଟରଙ୍କ ଜରିଆରେ ଅର୍ଥ ତୋଷରପାତର ପ୍ରମାଣ ସ୍ବରୂପ ଏକ ଅଡିଓ କ୍ଲିପ ମହିଳା ବନପାଳ ଜଣକ ଆର୍‌ସିସିଏଫ୍‌ଙ୍କୁ ପ୍ରଦାନ କରିଛନ୍ତି।
ସେହିପରି ମର୍ଦ୍ଦରାଜପୁରଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୮କି.ମି. ରାସ୍ତା ପାର୍ଶ୍ୱ ବନୀକରଣ ବାବଦକୁ ୫ଲକ୍ଷ ୪୪ହଜାର ଟଙ୍କା ଆସିଥିଲା। ଏଥିରୁ ମଧ୍ୟ ଏସିଏଫ(ଚିଲିକା ଡିଏଫଓ) ୨ଲକ୍ଷ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିରେ ସହଯୋଗ ନ କରିବାରୁ ଚିଲିକା ବନ୍ୟପ୍ରାଣୀ ଡିଭିଜନରେ ନୂଆପଡ଼ା ରେଞ୍ଜର, ପୁରୁଷ ଫରେଷ୍ଟରଙ୍କ ଉପସ୍ଥିତିରେ ଏସିଏଫ ତାଙ୍କୁ ଗାଳିଗୁଳଜ କରିଥିଲେ। ଡିଭିଜନ ଅଫିସକୁ ବାରମ୍ବାର ଡାକୁଥିଲେ ମଧ୍ୟ ଏହାକୁ ଡାଏରିରେ ନ ଦର୍ଶାଇ ଅଲଗା କୌଣସି ସ୍ଥାନକୁ ଟୁରରେ ଯାଇଥିବା ଲେଖିବାକୁ ବାଧ୍ୟ କରୁଥିଲେ। ୨୦୨୦ ଜୁନ୍‌ରେ ଚିଲିକା ବନାଞ୍ଚଳରେ ଅନେକ କର୍ମଚାରୀ ଫୁଟ୍‌ ପାଟ୍ରୋଲିଂ କରିଥିଲେ। ବନପାଳ ୪୨ କିମି ଯାତ୍ରା କରିଥିବା ସତ୍ତ୍ୱେ ତାଙ୍କୁ କୈଫିୟତ ମଗାଯାଇଥିଲା। ବିଭିନ୍ନ ଆଳ ଦେଖାଇ ତାଙ୍କ ଦରମା ବନ୍ଦ କରାଯାଇଥିବାବେଳେ କାରିୟର ନଷ୍ଟ କରିଦେବେ ବୋଲି ଦୁଇ ଅଧିକାରୀ ଧମକ ଦେଉଥିବା ମହିଳା ବନପାଳ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେକ କରିଛନ୍ତି।
ତେବେ ଅଭିଯୋଗ ପରେ ଆର୍‌ସିସିଏଫର ଏକ ଟିମ ତଦନ୍ତ କରି ଫେରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ସମ୍ପୃକ୍ତ ବନପାଳ ଦୁଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ବାଲୁଗଁ। ବନପ୍ରାଣୀ ଡିଭିଜନକୁ ବଦଳି କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଦାୟିତ୍ୱରେ ରହିଥିବା ଏସିଏଫ କହିଛନ୍ତି, ଆର୍‌ସିସିଏଫରୁ ଏକ ଟିମ୍‌ ଆସି ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି। ସମ୍ପୃକ୍ତ ବନପାଳ କାର୍ଯ୍ୟରେ ଅବହେଳା କରୁଥିଲେ। ଏନେଇ ତାଙ୍କୁ ତାଗିଦ୍‌ କରିବାରୁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଭିତ୍ତିହୀନ। ତଦନ୍ତ ଚାଲିଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?