ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ ଚିଲିକା ଡିଏଫ୍ଓ ଦାୟିତ୍ୱରେ ଥିବା ଏସିଏଫ ଓ ନୂଆପଡ଼ା ରେଞ୍ଜରଙ୍କ ବିରୋଧରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆର୍ସିସିଏଫ)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ମୁତାବକ, ମହିଳା ବନପାଳ ନୂଆପଡ଼ା ରେଞ୍ଜ୍ର ଏକ ନର୍ସରି ଦାୟିତ୍ୱରେ ଥିଲେ। ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ନର୍ସରିରେ ଜଳସେଚନ ଓ ପଲିଥିନ ଫିଲିଂ ପାଇଁ ୪ଲକ୍ଷ ୯୦ହଜାର ୫୩୪ଟଙ୍କା ଆସିଥିଲା। ଡିଏଫ୍ଓ ଦାୟିତ୍ୱରେ ଥିବା ଏସିଏଫ୍ ୧ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ। ୩୦ପ୍ରତିଶତ କାର୍ଯ୍ୟ କରି ବାକି ଜାଲ୍ କାଗଜପତ୍ର କରିବା ପାଇଁ ରେଞ୍ଜର ଓ ଡିଏଫ୍ଓ ବାଧ୍ୟ କରିଥିଲେ। ସେ ରାଜି ନ ହେବାରୁ ତାଙ୍କୁ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ହଇରାଣ କରୁଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଆହୁରି ମଧ୍ୟ ଜଣେ ଫରେଷ୍ଟରଙ୍କ ଜରିଆରେ ସମ୍ପୃକ୍ତ ରେଞ୍ଜର, ଡିଏଫଓ ମିଳିମିଶି ସରକାରୀ ଅର୍ଥ ତୋଷରପାତ କରିଛନ୍ତି। ଡିଏଫଓ ଫରେଷ୍ଟରଙ୍କ ଜରିଆରେ ଅର୍ଥ ତୋଷରପାତର ପ୍ରମାଣ ସ୍ବରୂପ ଏକ ଅଡିଓ କ୍ଲିପ ମହିଳା ବନପାଳ ଜଣକ ଆର୍ସିସିଏଫ୍ଙ୍କୁ ପ୍ରଦାନ କରିଛନ୍ତି।
ସେହିପରି ମର୍ଦ୍ଦରାଜପୁରଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଏମ୍ଜିଏନ୍ଆର୍ଇଜିଏସ୍ରେ ୮କି.ମି. ରାସ୍ତା ପାର୍ଶ୍ୱ ବନୀକରଣ ବାବଦକୁ ୫ଲକ୍ଷ ୪୪ହଜାର ଟଙ୍କା ଆସିଥିଲା। ଏଥିରୁ ମଧ୍ୟ ଏସିଏଫ(ଚିଲିକା ଡିଏଫଓ) ୨ଲକ୍ଷ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିରେ ସହଯୋଗ ନ କରିବାରୁ ଚିଲିକା ବନ୍ୟପ୍ରାଣୀ ଡିଭିଜନରେ ନୂଆପଡ଼ା ରେଞ୍ଜର, ପୁରୁଷ ଫରେଷ୍ଟରଙ୍କ ଉପସ୍ଥିତିରେ ଏସିଏଫ ତାଙ୍କୁ ଗାଳିଗୁଳଜ କରିଥିଲେ। ଡିଭିଜନ ଅଫିସକୁ ବାରମ୍ବାର ଡାକୁଥିଲେ ମଧ୍ୟ ଏହାକୁ ଡାଏରିରେ ନ ଦର୍ଶାଇ ଅଲଗା କୌଣସି ସ୍ଥାନକୁ ଟୁରରେ ଯାଇଥିବା ଲେଖିବାକୁ ବାଧ୍ୟ କରୁଥିଲେ। ୨୦୨୦ ଜୁନ୍ରେ ଚିଲିକା ବନାଞ୍ଚଳରେ ଅନେକ କର୍ମଚାରୀ ଫୁଟ୍ ପାଟ୍ରୋଲିଂ କରିଥିଲେ। ବନପାଳ ୪୨ କିମି ଯାତ୍ରା କରିଥିବା ସତ୍ତ୍ୱେ ତାଙ୍କୁ କୈଫିୟତ ମଗାଯାଇଥିଲା। ବିଭିନ୍ନ ଆଳ ଦେଖାଇ ତାଙ୍କ ଦରମା ବନ୍ଦ କରାଯାଇଥିବାବେଳେ କାରିୟର ନଷ୍ଟ କରିଦେବେ ବୋଲି ଦୁଇ ଅଧିକାରୀ ଧମକ ଦେଉଥିବା ମହିଳା ବନପାଳ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେକ କରିଛନ୍ତି।
ତେବେ ଅଭିଯୋଗ ପରେ ଆର୍ସିସିଏଫର ଏକ ଟିମ ତଦନ୍ତ କରି ଫେରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ସମ୍ପୃକ୍ତ ବନପାଳ ଦୁଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ବାଲୁଗଁ। ବନପ୍ରାଣୀ ଡିଭିଜନକୁ ବଦଳି କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଦାୟିତ୍ୱରେ ରହିଥିବା ଏସିଏଫ କହିଛନ୍ତି, ଆର୍ସିସିଏଫରୁ ଏକ ଟିମ୍ ଆସି ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି। ସମ୍ପୃକ୍ତ ବନପାଳ କାର୍ଯ୍ୟରେ ଅବହେଳା କରୁଥିଲେ। ଏନେଇ ତାଙ୍କୁ ତାଗିଦ୍ କରିବାରୁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଭିତ୍ତିହୀନ। ତଦନ୍ତ ଚାଲିଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
Archives

