ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ ଚିଲିକା ଡିଏଫ୍ଓ ଦାୟିତ୍ୱରେ ଥିବା ଏସିଏଫ ଓ ନୂଆପଡ଼ା ରେଞ୍ଜରଙ୍କ ବିରୋଧରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆର୍ସିସିଏଫ)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ମୁତାବକ, ମହିଳା ବନପାଳ ନୂଆପଡ଼ା ରେଞ୍ଜ୍ର ଏକ ନର୍ସରି ଦାୟିତ୍ୱରେ ଥିଲେ। ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ନର୍ସରିରେ ଜଳସେଚନ ଓ ପଲିଥିନ ଫିଲିଂ ପାଇଁ ୪ଲକ୍ଷ ୯୦ହଜାର ୫୩୪ଟଙ୍କା ଆସିଥିଲା। ଡିଏଫ୍ଓ ଦାୟିତ୍ୱରେ ଥିବା ଏସିଏଫ୍ ୧ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ। ୩୦ପ୍ରତିଶତ କାର୍ଯ୍ୟ କରି ବାକି ଜାଲ୍ କାଗଜପତ୍ର କରିବା ପାଇଁ ରେଞ୍ଜର ଓ ଡିଏଫ୍ଓ ବାଧ୍ୟ କରିଥିଲେ। ସେ ରାଜି ନ ହେବାରୁ ତାଙ୍କୁ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ହଇରାଣ କରୁଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଆହୁରି ମଧ୍ୟ ଜଣେ ଫରେଷ୍ଟରଙ୍କ ଜରିଆରେ ସମ୍ପୃକ୍ତ ରେଞ୍ଜର, ଡିଏଫଓ ମିଳିମିଶି ସରକାରୀ ଅର୍ଥ ତୋଷରପାତ କରିଛନ୍ତି। ଡିଏଫଓ ଫରେଷ୍ଟରଙ୍କ ଜରିଆରେ ଅର୍ଥ ତୋଷରପାତର ପ୍ରମାଣ ସ୍ବରୂପ ଏକ ଅଡିଓ କ୍ଲିପ ମହିଳା ବନପାଳ ଜଣକ ଆର୍ସିସିଏଫ୍ଙ୍କୁ ପ୍ରଦାନ କରିଛନ୍ତି।
ସେହିପରି ମର୍ଦ୍ଦରାଜପୁରଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଏମ୍ଜିଏନ୍ଆର୍ଇଜିଏସ୍ରେ ୮କି.ମି. ରାସ୍ତା ପାର୍ଶ୍ୱ ବନୀକରଣ ବାବଦକୁ ୫ଲକ୍ଷ ୪୪ହଜାର ଟଙ୍କା ଆସିଥିଲା। ଏଥିରୁ ମଧ୍ୟ ଏସିଏଫ(ଚିଲିକା ଡିଏଫଓ) ୨ଲକ୍ଷ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିରେ ସହଯୋଗ ନ କରିବାରୁ ଚିଲିକା ବନ୍ୟପ୍ରାଣୀ ଡିଭିଜନରେ ନୂଆପଡ଼ା ରେଞ୍ଜର, ପୁରୁଷ ଫରେଷ୍ଟରଙ୍କ ଉପସ୍ଥିତିରେ ଏସିଏଫ ତାଙ୍କୁ ଗାଳିଗୁଳଜ କରିଥିଲେ। ଡିଭିଜନ ଅଫିସକୁ ବାରମ୍ବାର ଡାକୁଥିଲେ ମଧ୍ୟ ଏହାକୁ ଡାଏରିରେ ନ ଦର୍ଶାଇ ଅଲଗା କୌଣସି ସ୍ଥାନକୁ ଟୁରରେ ଯାଇଥିବା ଲେଖିବାକୁ ବାଧ୍ୟ କରୁଥିଲେ। ୨୦୨୦ ଜୁନ୍ରେ ଚିଲିକା ବନାଞ୍ଚଳରେ ଅନେକ କର୍ମଚାରୀ ଫୁଟ୍ ପାଟ୍ରୋଲିଂ କରିଥିଲେ। ବନପାଳ ୪୨ କିମି ଯାତ୍ରା କରିଥିବା ସତ୍ତ୍ୱେ ତାଙ୍କୁ କୈଫିୟତ ମଗାଯାଇଥିଲା। ବିଭିନ୍ନ ଆଳ ଦେଖାଇ ତାଙ୍କ ଦରମା ବନ୍ଦ କରାଯାଇଥିବାବେଳେ କାରିୟର ନଷ୍ଟ କରିଦେବେ ବୋଲି ଦୁଇ ଅଧିକାରୀ ଧମକ ଦେଉଥିବା ମହିଳା ବନପାଳ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେକ କରିଛନ୍ତି।
ତେବେ ଅଭିଯୋଗ ପରେ ଆର୍ସିସିଏଫର ଏକ ଟିମ ତଦନ୍ତ କରି ଫେରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ସମ୍ପୃକ୍ତ ବନପାଳ ଦୁଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ବାଲୁଗଁ। ବନପ୍ରାଣୀ ଡିଭିଜନକୁ ବଦଳି କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଦାୟିତ୍ୱରେ ରହିଥିବା ଏସିଏଫ କହିଛନ୍ତି, ଆର୍ସିସିଏଫରୁ ଏକ ଟିମ୍ ଆସି ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି। ସମ୍ପୃକ୍ତ ବନପାଳ କାର୍ଯ୍ୟରେ ଅବହେଳା କରୁଥିଲେ। ଏନେଇ ତାଙ୍କୁ ତାଗିଦ୍ କରିବାରୁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଭିତ୍ତିହୀନ। ତଦନ୍ତ ଚାଲିଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...
ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍ ପରେ କରିବେ ପଶ୍ଚାତାପ
ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...
କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା
ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...
ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ
ପ୍ୟାରିସ୍,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ
ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...
ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି
ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...
ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ୍ରେ ହଠାତ୍ ଲାଗିଲା ନିଆଁ: ଜଳିଗଲା ୨ ବଗି
ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍ର B1 ଏବଂ M2 ବଗିରେ ହଠାତ୍ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...
ହନିମୁନ୍ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍ଭିଙ୍କୁ ବିବାହ କରିଥିଲେ। ଗତ...
Archives


