୫ ମାସ ଧରି ନିଖୋଜ ଥିଲେ ଯୁବତୀ, ଫ୍ରିଜ୍‌ରୁ ମିଳିଲା ମୃତଦେହ; ପୂରା ଘଟଣା ଜାଣିଲେ…

କାରାକସ୍‌,୧୪ା୮: ଭେନ୍‌ଜୁଏଲାର ଅରାଗୁଆ ରାଜ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ଯୁବତୀ ୫ ମାସ ଧରି ନିଖୋଜ ଥିଲେ। ତେବେ ୫ ମାସ ପରେ ତାଙ୍କ ମୃତଦେହ ଏକ ଫ୍ରିଜ୍‌ ମଧ୍ୟରୁ ମିଳିଛି।

ଯାଞ୍ଚକର୍ତ୍ତା ଏବେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ଅଧିକାରୀ କୁହନ୍ତି, ଯୁବତୀଙ୍କୁ ୫୦ ଥର ଛୁରିରେ ଭୁଷାଯାଇଛି। ଏହି ଯୁବତୀଙ୍କ ନାଁ ଏନା ଗୌବ୍ରିଏଲା। ଅନ୍ୟପକ୍ଷରେ ଯୁବତୀ ଜଣକ କମ୍‌ ବୟସରୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ଛୋଟ ଶିଶୁପୁତ୍ର ମଧ୍ୟ ଅଛନ୍ତି। ତେବେ ତାଙ୍କ ପ୍ରେମିକ ତଥା ସ୍ବାମୀ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି। କାରଣ ଏନା ନିଖୋଜ ହେବା ପରଠାରୁ ତାଙ୍କ ସ୍ବାମୀ ଘରେ ନାହାନ୍ତି। କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଏନେଇ ପଡ଼ୋଶୀ ପୋଲିସକୁ ଖବର ଦେବାରୁ ପୋଲିସ ତାଙ୍କ ଘରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଥିଲା। ଫ୍ରିଜ୍‌ ମଧ୍ୟରୁ ଏନାଙ୍କ ମୃତଦେହ ମିଳିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ବିଭିନ୍ନ ଆଡ଼େ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ,୨୫ା୧୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶେଷରେ ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍‌ଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ମିଶିଗାନ୍‌ ଷ୍ଟେଟ୍‌ ନିର୍ବାଚିତ ରାଷ୍ଟ୍ରପତି...

ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା...

ବିଶ୍ୱକୁ ବିଭ୍ରାନ୍ତ କରିଛି ଚାଇନା

ନୂଆଦିଲ୍ଲୀ, ୩।୧୨: କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଇନା ଜାଣିଶୁଣି ସରକାରୀ ତଥ୍ୟ ଲୁଚାଇଥିଲା। ଉହାନରୁ ଲିକ୍‌ ହୋଇଥିବା ଏକ ଦସ୍ତାବିଜ୍‌ରୁ ଏହି ରିପୋର୍ଟ ମିଳିଛି।...

ଏୟାରହୋଷ୍ଟେସ୍‌ଙ୍କୁ ମୁଥ ମାରିଲେ ମହିଳା ଯାତ୍ରୀ, ଆଉ ତା’ ପରେ…

ଓ୍ବାଶିଂଟନ,୧୫ା୧୧: ଆମେରିକାର ଟେକ୍ସାସ ଏୟାରପୋର୍ଟରେ ଜିନିଷପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ଜଣେ ମହିଳା ଯାତ୍ରୀ ଏୟାରହୋଷ୍ଟେସ୍‌ଙ୍କ ଉପରେ ହମ୍‌ଲା କରିଛନ୍ତି। ମହିଳା ଜଣକ ଏୟାରହୋଷ୍ଟେସ୍‌ଙ୍କୁ ମୁଥ...

ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନାଭାଇରସ ସଂକ୍ରମିତଙ୍କ ଖର୍ଚ୍ଚ ବହନ କରିବେ ସରକାର

ସିଙ୍ଗାପୁର,୧୩।୨: କରୋନାଭଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଚାଇନା ପରେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି...

ଆଫଗାନିସ୍ତାନରେ ତାଲିବାନ ଶାସନ: ଭାରତରେ ବଢିପାରେ ନିଶା କାରବାର

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏବେ ଭାରତରେ ନିଶା କାରବାର ବଢିଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଭାରତୀୟ...

ଭିକ୍ଟ୍ରି ଡେ’କୁ ନେଇ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ,୭ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ମାସ ପୂରଣ ହୋଇ ସାରିଲାଣି । ହେଲେ ଏବେବି ରୁଷିଆ ଆକ୍ରମଣ ମୁଡରେ ଥିବା ବେଳେ ୟୁକ୍ରେନ ବି...

ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର...

Advertisement
Archives

Model This Week