ଭଇଗରଙ୍କୁ ନିର୍ଯାତନା

ପଞ୍ଚାନନ ଅଗ୍ରୱାଲା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ଡିସେମ୍ବର ୨୩ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ସ୍ବାକ୍ଷର କରିଛନ୍ତି। ଚାଇନାର ଶିଆନ ପ୍ରଦେଶରେ ସଂଖ୍ୟାଲଘୁ ଭଇଗର ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ବେଜିଂକୁ ଦଣ୍ଡିତ କରିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଗତ ସପ୍ତାହରେ ଏହା ସିନେଟର ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଶିଆନ ଅଞ୍ଚଳରୁ ଆମଦାନୀ କରାଯାଇଥିବା ସାମଗ୍ରୀ ଉପତ୍ାଦନରେ ଗୋତି ଶ୍ରମିକଙ୍କୁ ନିୟୋଜିତ କରାଯାଇ ନ ଥିବା ନେଇ କମ୍ପାନୀଗୁଡ଼ିକ ପ୍ରମାଣ ନ ଦେବା ପର୍ଯ୍ୟନ୍ତ ସେଗୁଡ଼ିକ ଆମେରିକାକୁ ଆସିପାରିବ ନାହିଁ । ଭଇଗର ଫେର୍ସଡ ଲେବର ପ୍ରିଭେନ୍‌ସନ୍ସ ଆକ୍ଟ ନାମରେ ଅଣାଯାଇଥିବା ନୂଆ ଆଇନ ଫଳରେ ଭଇଗର ଓ ମୁସଲମାନ ସଂଖ୍ୟାଲଘୁ ଉପରେ ଚାଇନାର ବର୍ବରତାକୁ ହ୍ରାସ କରାଯାଇପାରିବ ବୋଲି ଆମେରିକା ମନେକରୁଛି।
ଦାସ ଶ୍ରମିକମାନଙ୍କ ବ୍ୟବହାର ପାଇଁ ଚାଇନାର କମ୍ୟୁନିଷ୍ଟ ପାର୍ଟିକୁ ଆମେରିକା ଉତ୍ତରଦାୟୀ କରିବ।
ଶିନଜିୟାଙ୍ଗ ଅଞ୍ଚଳରେ ମାନବିକତା ଅଧିକାର ହନନ କରିବା ମାମଲାରେ ଚାଇନା ନିଜକୁ ଦୋଷମୁକ୍ତ କହି ଖସିଯାଉଥିଲା। କାନଡ଼ାସ୍ଥିତ ଏକ ଥିଙ୍କଟ୍ୟାଙ୍କ ଅନୁସାରେ ଚାଇନା ଦୀର୍ଘବର୍ଷ ଧରି ଶିନଜିୟାଙ୍ଗ ସମ୍ବନ୍ଧରେ ପଶ୍ଚିମ ଦେଶମାନଙ୍କ ରିପୋର୍ଟକୁ ଏକ ଷଡ଼ଯନ୍ତ୍ର ତଥା ଅପପ୍ରଚାର କହି ଆସୁଥିଲା। ଇଣ୍ଟରନ୍ୟାଶନାଲ ଫୋରମ ଫର୍‌ ରାଇଟ ଏଣ୍ଡ ସିକ୍ୟୁରିଟି ଅନୁସାରେ ୧୦ ଡିସେମ୍ବର ଦିନ ଲଣ୍ଡନସ୍ଥିତ ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲଙ୍କ ପକ୍ଷରୁ କୁହାଯାଇଛି କି ଚାଇନା ଶିନଜିୟାଙ୍ଗ ପ୍ରାନ୍ତରେ ଭଇଗର ସମେତ ଅନ୍ୟ ଅଳ୍ପ ସଂଖ୍ୟକମାନଙ୍କୁ ନରସଂହାର କରିଛି। ଭଇଗର କାର୍ଯ୍ୟକର୍ତ୍ତାମାନଙ୍କ ଆଗ୍ରହ ପରେ ଏକ ଅଣ ସରକାରୀ ସଂଗଠନର ସ୍ଥାପନାବର୍ଷ ୨୦୨୦ରେ ବ୍ରିଟିଶ୍‌ ନାଗରିକ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଓକିଲ ଜେଫ୍ରିନସ୍‌ ମାମଲାକୁ ଉଠାଇଥିଲେ। ଆଇଏଫଏଫଆରଏସର ରିପୋର୍ଟରେ କୁହାଯାଇଛି ଚାଇନା, ଶିନଜିୟାଙ୍ଗ ପ୍ରାନ୍ତରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆଉ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉନାହିଁ।
ଚାଇନାର ଦମନକାରୀ ନୀତି ଯୋଗୁ ତିବ୍ବତ, ଦକ୍ଷିଣ ମଙ୍ଗୋଲିଆ, ତାଇୱାନ, ହଂକଂ, ଭଇଗର ଅଞ୍ଚଳର ଲୋକମାନେ ଅତିଷ୍ଠ ହୋଇ ସାରିଲେଣି। ସେମାନେ ଚାଇନା ସେନାଙ୍କ ଜୋତା ତଳେ ଦଳି ହୋଇ ସାରିଲେଣି। ଚାଇନାରେ କରୋନା ଭାକ୍‌ସିନର ପରୀକ୍ଷା ପାଇଁ ପଶୁଙ୍କ ସ୍ଥାନରେ ଭଇଗରମାନଙ୍କ ଉପରେ ଜବରଦସ୍ତ ପରୀକ୍ଷା କରାଯାଇଥିଲା। ହ୍ୟୁମାନ ରାଇଟ ୱାଚର ସୋଫି ରିଚାର୍ଡସନ କହିଛନ୍ତି: ଚାଇନା ସରକାର ଭଇଗରମାନଙ୍କୁ ଗୋତି ଶ୍ରମିକ ଭଳି ଖଟାଉଛନ୍ତି।
ବିଶେଷ କରି ଫ୍ୟାଶନ ଡିଜାଇନ ତଥା କପଡ଼ା ଶିଳ୍ପଗୁଡ଼ିକରେ ଭଇଗରମାନଙ୍କୁ ଗୋତି ଶ୍ରମିକ ରୂପେ ନିୟୋଜିତ କରାଯାଉଛି। ଚାଇନାର ମାଲ ଶସ୍ତାରେ ମିଳୁଥିବାର କାରଣ ବିନା ପାରିଶ୍ରମିକରେ ସେଠାରେ ଭଇଗରମାନଙ୍କୁ ଖଟାଯାଉଛି। ଅନ୍ୟ ଦିଗରେ ଭଇଗରମାନଙ୍କୁ ଅଧିକ ନିର୍ଯାତନା ଦିଆଯାଉଛି।
ଗୋଟିଏ ଖବରର ତଥ୍ୟ ଅନୁସାରେ ସିକିୟାଙ୍ଗରେ ୧କୋଟି ୩୦ଲକ୍ଷ ଭଇଗର ଏବଂ ତାତାରୀ ମୁସଲମାନମାନେ ବହୁତ ନିର୍ଯାତନାର ଶିକାର ହୋଇଛନ୍ତି । ଚାଇନାର ଶିନ୍‌ଜିୟାଙ୍ଗ ପ୍ରାପ୍ତ ପାକିସ୍ତାନ ତୁଳନାରେ ଦେଢ଼ଗୁଣ ଆଉ ବଙ୍ଗଳା ଦେଶରୁ ୧୨ ଗୁଣ ବଡ଼ ପ୍ରାନ୍ତ। ଏଠାକାର ପ୍ରାୟ ଅଧାରୁ ଅଧିକ, ଲୋକସଂଖ୍ୟା ହାନବଂଶୀ ଚାଇନା ଅଧିବାସୀ। ୧୯୪୯ ପର୍ଯ୍ୟନ୍ତ ଏଠାକାର ୯୦ଭାଗ ଲୋକ ତୁର୍କୀର ମୂଳ ମୁସଲମାନ ଥିଲେ, ବାକି ୪ଭାଗ ଲୋକ ହାନବଂଶର ଥିଲେ। ଗତ ୭୦ବର୍ଷ ଧରି ଏଠାକାର ଭଇଗର ମୁସଲମାନମାନଙ୍କ ଉପରେ ଦମନ ଲୀଳା ଚାଲିଛି। ଏମାନେ ପ୍ରାୟ ସମସ୍ତେ କଏଦୀ ଭଳି ଜୀବନ ବିତାଉଛନ୍ତି। ସେମାନଙ୍କୁ ରମଜାନ ପର୍ବରେ ରୋଜା ରଖିବାକୁ ମଧ୍ୟ କଟକଣା ଲାଗୁ ହୋଇଛି। ଦାଢ଼ି ରଖିବା ଆଉ ବୁର୍ଖା ପିନ୍ଧିବାକୁ ମନା କରାଯାଇଛି। ଭଇଗରମାନେ ପ୍ରାର୍ଥନା କରୁଥିବା ମସଜିଦ୍‌ ଗୁଡ଼ିକୁ ଜବରଦସ୍ତ ଭଙ୍ଗାଯାଇ ସେମାନଙ୍କ ପରିଚୟ ସମାପ୍ତ କରିବାର ପ୍ରୟାସ ଚାଲୁରହିଛି। ଭଇଗର ପୁରୁଷମାନଙ୍କୁ ଜବରଦସ୍ତ ନପୁଂସକ କରିଦିଆଯାଉଛି। ମହିଳାମାନଙ୍କ ଉପରେ ବାରମ୍ବାର ବଳାକତ୍ାର କରାଯାଉଛି। ତାଙ୍କ ଶିଶୁମାନଙ୍କୁ ଅଭିଭାବକମାନଙ୍କଠାରୁ ଦୂରରେ ରଖାଯାଉଛି। ବନ୍ଦୀ ଆଉ ଯାତନା ଶିବିରଗୁଡ଼ିକୁ ରି-ଏଜୁକେଶନ କ୍ୟାମ୍ପ କୁହାଯାଉଛି।
ଚାଇନାର ଭଇଗର ମୁସଲମାନମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ତାହାର ତଥ୍ୟ ଜଣେ ପୂର୍ବତନ ପୋଲିସ ଅଧିକାରୀ ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି। ଶିନ୍‌ଜିୟାଙ୍ଗ ପ୍ରାନ୍ତରେ ଡିଟେସନ ସେଣ୍ଟରରେ ଭଇଗର ମୁସଲମାନଙ୍କ ପ୍ରତି ଅମାନବୀୟ ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଚଉକିରେ ବାନ୍ଧି ରଖାଯାଉଛି, ଚାବୁକଦ୍ୱାରା ମାଡ଼ ମରାଯାଉଛି, ବିଦ୍ୟୁତ କରେଣ୍ଟର ଶକ୍‌ ଦିଆଯାଉଛି। ଡେଲିମେଲରେ ଜନୈକ ଚାଇନା ପୂର୍ବ ପୋଲିସ ଅଧିକାରୀ କହିଛନ୍ତି ଯେ, ଭଇଗରମାନଙ୍କୁ ପ୍ରବଳ ମାଡ଼ଦ୍ୱାରା ବେହୋସ କରିଦିଆଯାଉଛି, ଏଥିରେ ୧୪ବର୍ଷର ବାଳିକା ବାଳକଙ୍କୁ ମଧ୍ୟ ସାମିଲ କରାଯାଉଛି। ଲୋକଙ୍କ ଗୁପ୍ତାଙ୍ଗରେ କରେଣ୍ଟ ଦିଆଯାଉଛି। ମହିଳାମାନଙ୍କ ହାତରେ ହାତକଡ଼ି ଲଗାଯାଇ ମାଡ଼ ଦିଆଯାଉଛି।
ଅଷ୍ଟ୍ରେଲିୟାର ଖବରକାଗଜରେ ପ୍ରକାଶ ପାଇଛି ଯେ ଚାଇନା ଭଇଗର ମୁସଲମାନମାନଙ୍କ ଅଙ୍ଗ ବିକ୍ରି କରି ପ୍ରଚୁର ଅର୍ଥ ରୋଜଗାର କରୁଛି। ହେରାଲଡସନ ରିପୋର୍ଟ ଅନୁସାରେ ଚାଇନା ପ୍ରାୟ ଦେଢଲକ୍ଷ ଭଇଗର ମୁସଲମାନମାନଙ୍କୁ ବନ୍ଦୀ ରଖିଛି।
ଜବରଦସ୍ତ ସେମାନଙ୍କ କିଡ୍‌ନୀ, ଲିଭର କାଢ଼ି ବିକ୍ରି କରି ବାହାର ଦେଶମାନଙ୍କୁ ଚାଲାଣ କରୁଛି। ଜଣେ ସୁସ୍ଥ ଲୋକର ଲିଭର ବିକ୍ରିକରି ଚାଇନା ପ୍ରାୟ ୧କୋଟି ୨୦ଲକ୍ଷ ଟଙ୍କା ପ୍ରାପ୍ତ କରୁଛି। ଏହି ବ୍ୟବସାୟରେ ସେ ବର୍ଷକୁ ୭୫ଲକ୍ଷ କୋଟି ଟଙ୍କା ପାଉଛି। ଡାକ୍ତରଖାନାରୁ ଡିଡେନସନ କ୍ୟାମ୍ପ ବେଶି ଦୂର ନୁହେଁ।
ଭଇଗରମାନେ ମଙ୍ଗୋଲିଆରୁ ଆସିଥିବା ଜଣାଯାଏ। ଏହାଙ୍କ ଇତିହାସ ୮ମରୁ ୯ମ ଶତାବ୍ଦୀର ପାଖାପାଖି। ଗୋଟିଏ ପଥର ଗୁମ୍ଫାରେ ଭଇଗର ଜାତି ରାଜାଙ୍କ କଳାକୃତି ଦେଖିବାକୁ ମିଳିଛି।
ଏମାନେ ଦୀର୍ଘବର୍ଷ ଧରି ଶିନଜିୟାଙ୍ଗ କ୍ଷେତ୍ରରେ ରହିଆସୁଛନ୍ତି। ୧୯୧୨ରେ ଚାଇନାକୁ କୁଇଙ୍ଗ ରାଜବଂଶରୁ ମୁକ୍ତି ମିଳିଥିଲା। ପରେ ଚାଇନାକୁ ଗଣରାଜ୍ୟ ଘୋଷଣା କରାଗଲା। ଏହାପରେ ଚାଇନା ଏହି ଇଲାକାରେ ତୁର୍କୀର ଏକ ଇସଲାମ ଶାସନ କବ୍‌ଜା କରିବାକୁ ପ୍ରୟାସ କରିଥିଲା। ଏହାପରେ ଚାଇନାର ଯୋଦ୍ଧା ଜେଙ୍ଗସକ୍ୱିନ ଶିନଜିୟାଙ୍ଗକୁ ମୁକ୍ତ କରିବାପାଇଁ କଠିନ ବଳ ପ୍ରୟୋଗ କରିଥିଲା। ଚାଇନା ସରକାରଙ୍କ କହିବା ଅନୁସାରେ ପୂର୍ବେ ଏଠାରେ ହନବଂଶୀ ରହୁଥିଲେ, ପରେ ସେମାନଙ୍କୁ ମାରପିଟ୍‌ କରି ତଡ଼ିଦିଆଗଲା।
୧୯୩୩ରୁ ୧୯୪୪ ମଧ୍ୟରେ ଶିନଜୟାଙ୍ଗ ଏକ ସ୍ବାଧୀନ ମୁଲକ ରୂପେ ସ୍ଥାପିତ ହୋଇଥିଲା, ପରେ କମ୍ୟୁନିଷ୍ଟ ନେତା ଜୋସେଫ ଷ୍ଟାଲିନଙ୍କ ସାହାଯ୍ୟରେ ୧୯୪୪ରୁ ୧୯୪୯ ମଧ୍ୟରେ ଚାଇନା ଗଣରାଜ୍ୟରେ ମିଶାଇବାକୁ ପ୍ରସ୍ତାବ ଦିଆଗଲା।
ଶିନଜିୟାଙ୍ଗ କ୍ଷେତ୍ରକୁ ଚାଇନା ୨୦୧୬ଠାରୁ ସୁରକ୍ଷା ଅଧିକ ବୃଦ୍ଧି କରିଛି। ପ୍ରତି ଶହେମିଟରରେ ସିସିଟିଭିଖା ଯାଇଛି। ଭଇଗରମାନଙ୍କୁ ବନ୍ଦୀକରି ଚାଇନା ସେମାନଙ୍କ ଅଧିକାରଗୁଡ଼ିକ କ୍ଷୁଣ୍ଣ କରାଯାଇଛି। ଏହା ପ୍ରତି ବିଶ୍ୱର ମୁସଲମାନ ରାଷ୍ଟ୍ରମାନେ ସବୁଜାଣି ଶୁଣି ଚୁପ୍‌ ହୋଇ ରହିଛନ୍ତି।
ରାଧିକା ଟାୱାର, ଟଙ୍କପାଣି ରୋଡ, ଭୁବନେଶ୍ୱର
ମୋ-୯୭୭୭୭୪୪୦୭୧


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri