କଇଁଛ ବିଜ୍ଞାନୀ

କେବଳ ଭୂଭାଗରେ ବିଚରଣ କରୁଥିବା ପ୍ରାଣୀ ନୁହନ୍ତି, ଜଳଜ (ଆକ୍ୱାଟିକ୍‌) ପ୍ରାଣୀଙ୍କ ପ୍ରତି ଶିକାରୀଙ୍କ କ୍ରୂରଭାବ ସେମାନଙ୍କ ସଂଖ୍ୟା କମାଇ ଚାଲିଛି। ବିଶେଷକରି ମଧୁରଜଳରେ ବାସ କରୁଥିବା ଜଳଜ ଜୀବ କଇଁଛ, କୁମ୍ଭୀର ଓ ଡଲଫିନ୍‌ ବଂଶ ବିପଦରେ ପଡ଼ିଛି। ବେଆଇନ ବେପାର, ବାସସ୍ଥଳୀ ନଷ୍ଟ ଓ ମନୁଷ୍ୟ ସମ୍ବନ୍ଧୀୟ ଦ୍ୱନ୍ଦ୍ୱ (ହ୍ୟୁମାନ କନ୍‌ଫ୍ଲିକ୍ଟ) ଯୋଗୁ ଏହି ଜଳଚର ଜୀବନ ବହୁ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଡଲଫିନ୍‌ ଏବଂ ଓଧ ଜଳବିଦ୍ୟୁତ୍‌ ପ୍ରକଳ୍ପ ଦ୍ୱାରା ଘୋର ପ୍ରଭାବିତ। ଅସହନୀୟ ମାଛଧରିବା କାର୍ଯ୍ୟ ଦ୍ୱାରା ଉପରଲିଖିତ ପ୍ରାଣୀଙ୍କ ଜୀବନ ବିପଦରେ ପଡ଼ୁଛି। ଏ ବିଷୟରେ ଯେତେ ଆଲୋଚନା, ଅନୁଧ୍ୟାନ ଓ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ଆଶାନୁରୂପ ଫଳ ମିଳିପାରୁ ନାହିଁ। ତେବେ ଏହି ଜଳଜୀବ ବିଶେଷକରି କଇଁଛ ଓ କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଜୀବ ବିଜ୍ଞାନୀ ଡକ୍ଟର ଶୈଳେନ୍ଦ୍ର ସିଂ ଏବେ ବେହେଲର କଞ୍ଜରଭେଶନ ଆଓ୍ବାର୍ଡ ବିଜେତା ହେବା ପରେ ଏଭଳି ପ୍ରସଙ୍ଗକୁ ନେଇ ଆଲୋଚନା ହେବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, କଇଁଛ ସଂରକ୍ଷଣ ଓ ଜୀବବିଜ୍ଞାନ କ୍ଷେତ୍ରରେ ଏହି ସମ୍ମାନକୁ ‘ନୋବେଲ ପ୍ରାଇଜ୍‌’ ସହ ସମାନ ଭାବେ ଦେଖାଯାଇଥାଏ। ୨୦୦୬ରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋନ୍‌କ୍ସ ଜୁ’ର ପୂର୍ବତନ ସଂଗ୍ରହାଧ୍ୟକ୍ଷ ଜନ୍‌ ଏଲ୍‌. ବେହେଲରଙ୍କ ସ୍ମୃତିରେ ଏହି ସମ୍ମାନ ନାମିତ କରାଯାଇଛି। ବେହେଲର ଆଓ୍ବାର୍ଡ କମିଟି ଏକ ବ୍ୟାପକ ଚୟନ ପ୍ରକ୍ରିୟା ଦେଇ ବିଜେତାଙ୍କୁ ବାଛିଥାଆନ୍ତି। ଚଳିତ ଥର ଶୈଳେନ୍ଦ୍ର ଏହି ସମ୍ମାନର ଅଧିକାରୀ ହୋଇଥିବାରୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଜଳଜୀବ କିଭଳି ସ୍ଥାନ ଅଧିକାର କରିଛନ୍ତି ସେ ବିଷୟରେ ପ୍ରାଣୀପ୍ରେମୀମାନେ ଜାଣିବାକୁ ନିଶ୍ଚିତ ଚାହିଁବେ।
ଭାରତ-ନେପାଳ ସୀମାନ୍ତ ଉତ୍ତରପ୍ରଦେଶର କାଟେର୍ନିଆଘାଟ ଅଭୟାରଣ୍ୟ ନିକଟବର୍ତ୍ତୀ ଏକ ଗ୍ରାମରେ ଶୈଳେନ୍ଦ୍ରଙ୍କ ଜନ୍ମ। ପିଲାଟି ବେଳୁ ମାଛ, ପ୍ରଜାପତି ଓ କଇଁଛ ଦେଖି ତାଙ୍କ ମନରେ ଏହିସବୁ ଜୀବ ପ୍ରତି ଅନେକ ଉତ୍ସୁକତା ଥିଲା। ସେ କହନ୍ତି, ତାଙ୍କର ‘ଟମ୍‌’ ଓ ‘ଟିଙ୍କି’ ନାମରେ ଦୁଇଟି ଇଣ୍ଡିଆନ୍‌ ରୁଫ୍‌ଡ୍‌ ଟର୍ଟଲ ଥିଲା। ଏଗୁଡ଼ିକୁ ପୋଷା ଭାବେ ରଖିବା ନିୟମ ବିରୁଦ୍ଧ ଜାଣିବା ପରେ ସେହି କଇଁଛକୁ ଛାଡ଼ି ଦେଇଥିଲେ। ହେଲେ ମନ ମଧ୍ୟରେ ସେହି ଜୀବ ବିଷୟରେ ଅଧିକ ଜାଣିବା ସକାଶେ ଆଗ୍ରହ ଥିଲା। ଏପରି କି ସେ ବାରମ୍ବାର ଜୀବଗୁଡ଼ିକର ବାସସ୍ଥଳୀକୁ ଯାଇ ବିଭିନ୍ନ ବିଷୟରେ ଅନୁଧ୍ୟାନ କରୁଥିଲେ। ପିଲାଦିନର ସେହି ଆଗ୍ରହ ତାଙ୍କୁ ଉକ୍ତ ଜୀବଗୁଡ଼ିକୁ ପାଠପଢ଼ା ବିଷୟବସ୍ତୁରେ ରଖିବେ ବୋଲି ମନସ୍ଥ କରିଥିଲେ। ପରେ ସେ ଘଡ଼ିଆଳ କୁମ୍ଭୀର ବିଷୟ ରଖି ସ୍ନାତକୋତ୍ତର କରିଥିଲେ ଓ ପିଏଚ୍‌ଡି ରେଡ୍‌-କ୍ରାଉନ୍‌ଡ ରୁଫ୍‌ଡ୍‌ ଟର୍ଟଲ ଉପରେ ପର୍ଯ୍ୟବସିତ ଥିଲା। ଶୈଳେନ୍ଦ୍ର କଲେଜ ପଢ଼ା ସାରିବା ମାତ୍ରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଟ୍ରେନି ଅଫିସର ଭାବେ ଯୋଗ ଦେଇଥିଲେ। କିନ୍ତୁ ଆଗ୍ରହ ତାଙ୍କୁ ସେହି ଜଳଜୀବ ଆଡ଼କୁ ଟାଣି ନେଉଥିବା ଅନୁଭବ କରିବା ପରେ ଚାକିରି ଛାଡ଼ି ଗବେଷଣାରେ ଲାଗିପଡ଼ିଥିଲେ। ଏବେ ସେ ଭାରତର ମଧୁରଜଳରେ ଥିବା କଇଁଛ ଓ କୁମ୍ଭୀରଙ୍କ ଉଦ୍ଧାର ଓ ସୁରକ୍ଷା ଦିଗରେ ଅଭିଯାନ ଜାରି ରଖିଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ସମିତି (ଡବ୍ଲ୍ୟୁସିଏସ୍‌) ଓ ଟର୍ଟଲ ସର୍ଭାଇଭାଲ ଆଲିଆନ୍ସ (ଟିଏସ୍‌ଏ) ସହ ନିଜକୁ ଜଡ଼ିତ କରିଛନ୍ତି। ଡବ୍ଲ୍ୟୁସିଏସ୍‌ ମାଧ୍ୟମରେ ୧୬୭ ସଂରକ୍ଷଣ, ଗବେଷଣା ଓ ଶିକ୍ଷାଗତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଭାରତରେ ଅନେକ ହଜାର କଇଁଛ ନିୟମିତ ଭାବେ ବାହାରକୁ ଚାଲାଣ ହେବା ଦ୍ୱାରା ସେମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଦେଶରେ ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ଥିବାରୁ ଏହା କେତେକ ଆହ୍ବାନର ସମ୍ମୁଖୀନ ହୋଇଛି ବୋଲି ଶୈଳେନ୍ଦ୍ର କହିଥାନ୍ତି। ସଂରକ୍ଷଣ ପାଇଁ କରାଯାଇଥିବା ପ୍ରକଳ୍ପ ଲାଗି ସରକାର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ଗତି କଚ୍ଛପ ଭଳି ରହିଯାଉଛି। ତଥାପି ଶୈଳେନ୍ଦ୍ର ଆଶାବାଦୀ ଯେ, କଇଁଛଙ୍କ ସଂରକ୍ଷଣ ଓ ବାସସ୍ଥଳୀକୁ ଯଥାସମ୍ଭବ ସୁରକ୍ଷିତ ରଖିବାରେ ତାଙ୍କ କୌଶଳ ନିଶ୍ଚିତ ନୂଆ ଦିଶା ଦେଖାଇବ।

 

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri