ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍‌ ଦଲାଲ୍‌ମାନେ ୫ ଲକ୍ଷ ଟଙ୍କା ଠକି ନେଇଥିବା ଶନିବାର ଅଭିଯୋଗ ହୋଇଛି।

ଠକାମିରେ ଶିକାର ହୋଇଥିବା ଯୁବକମାନେ ହେଲେ ଝରିପଦର ଗ୍ରାମର ରଞ୍ଜନ କୁମାର ଗୌଡ, ଆର୍‌.ଗଙ୍ଗା ରେଡ୍ଡୀ, ବିନୋଦ ଚନ୍ଦ୍ର ଗୌଡ଼, କେଦାର ନାଥ ଗୌଡ, ରବୀନ୍ଦ୍ର ବେହେରା, ଏ.କାଳିଆ ରେଡ୍ଡୀ, ଆର୍‌.ପଣ୍ଟୁ ରେଡ୍ଡୀ ଓ କୃଷ୍ଣଚନ୍ଦ୍ର ଗୌଡ। ଗତ ୨୫ତାରିଖରେ ଝରିଗ୍ରାମର କେଦାରନାଥ ଗୌଡଙ୍କ ପାଖକୁ ଦୁବାଇରୁ ୨ଟି କଲ ଆସିଥିଲା। ଏଥି ପୂର୍ବରୁ ୧୪ ତାରିଖରେ ମଧ୍ୟ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା। ସେଥିରେ ଏକ କମ୍ପାନୀର ଆଇଡି ପ୍ରୁଫ୍‌ ଓ ଠିକଣା ରହିଥିଲା। ପରବର୍ତ୍ତି ସମୟରେ ସମ୍ପୃକ୍ତ ଯୁବକ ଜଣକ କେଦାରନାଥଙ୍କୁ ଏହି ସମ୍ପର୍କରେ ଗ୍ରାମର ଅନ୍ୟମାନଙ୍କୁ ମଧ୍ୟ ଜଣେଇ ଦେବାକୁ ଫୋନରେ କହିଥିଲେ।

ଚାକିରି ଲୋଭରେ ପଡିଥିଲେ ଗ୍ରାମର ୮ ଯୁବକ। ସେମାନେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପଠେଇଥିଲେ। ଟଙ୍କା ପଠେଇବା ପରେ ୮ଜଣଙ୍କ ମଧ୍ୟରୁ ୪ଜଣଙ୍କ ନାମରେ ଭଜା, ଫ୍ଲାଇଟ୍‌ ଟିକେଟ୍‌ ଆସିଥିଲା। ଅନ୍ୟ ୪ଜଣ ଭୁବନେଶ୍ୱର ଏୟାର୍‌ପୋର୍ଟରେ ପହଞ୍ଚତ୍ଲା ପରେ ପଠାଯିବ ବୋଲି ଦଲାଲମାନେ କହିଥିଲେ। ଏନେଇ ଗତ ୨୫ ତାରିଖରେ ସେମାନେ ଭୁବନେଶ୍ୱର ପହଞ୍ଚତ୍ଥିଲେ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ଭିଜା ଓ ଟିକେଟ ନକଲି ହୋଇଥିବାରୁ ସେମାନଙ୍କୁ ବିମାନବନ୍ଦରରେ ସୁରକ୍ଷାକର୍ମୀ ଜେରା କରିଥିଲେ। ଏହାପରେ କମ୍ପାନୀ ନକଲି ବୋଲି ଜଣାବି ପରେ ୮ ଜଣ ଯୁବକ ଶନିବାର ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri