୩ ଜିଲାରେ ହେବ ୯ ମେଗା ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଜଳ ଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ଯାଜପୁର, ମାଲକାନଗିରି ଓ ନୟାଗଡ଼ ଜିଲାରେ ୯ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ୧୩୪୧.୮୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଜିଲାର ୯ ବ୍ଲକ ଅଧୀନ ୧୩୨୨ ଗ୍ରାମର ୭ ଲକ୍ଷ ୫୪ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ। ପ୍ରକଳ୍ପଗୁଡ଼ିକ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ଶେଷରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ ଯାଜପୁର ଜିଲାରେ ୨ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଜିଲାର ବରୀ ବ୍ଲକ ୨୬ଟି ପଞ୍ଚାୟତ ଅନ୍ତର୍ଗତ ୯୧ ଗ୍ରାମର ୧,୪୦,୮୯୪ ଓ କୋରେଇ ବ୍ଲକ ୨୩ ପଞ୍ଚାୟତର ୧୫୯ ଗ୍ରାମର ପ୍ରାୟ ୧,୦୯,୦୯୩ ଲୋକ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ ହେବ। ଏଥିପାଇଁ ଆହ୍ବାନ କରାଯାଇଥିବା ୨୫୪ କୋଟି ୬୬ ଲକ୍ଷ ୨୦ ହଜାର ୫୪୨ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।
ସେହିପରି ଜଳ ଜୀବନ ମିଶନରେ ମାଲକାନଗିରି ଜିଲାରେ ୪ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେଥିରୁ ଖଇରପୁଟ ବ୍ଲକର ୮୭ ଗ୍ରାମର ୪୫,୯୭୫, ମାଲକାନଗିରି ବ୍ଲକର ୧୫ ପଞ୍ଚାୟତର ୧୦୬ ଗ୍ରାମର ୭୬,୯୬୮, ମାଥିଲି ବ୍ଲକର ୧୪୧ ଗ୍ରାମର ୯୪,୬୫୩ ଏବଂ କାଲିମେଳା ବ୍ଲକର ୧୧୯ ଗ୍ରାମର ୯୭,୦୨୪ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଉକ୍ତ ୪ ପ୍ରକଳ୍ପ ପାଇଁ ଡକାଯାଇଥିବା ୬୩୯ କୋଟି ୨୬ ଲକ୍ଷ ୯୦ ହଜାର ୨୨୦ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ପ୍ରକଳ୍ପଗୁଡ଼ିକ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ସେହିପରି ନୟାଗଡ଼ ଜିଲାରେ ୩ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉକ୍ତ ଜିଲାର ୩ ବ୍ଲକ ଅଧୀନରେ ଥିବା ୪୨ ପଞ୍ଚାୟତର ୬୧୯ ଗ୍ରାମରେ ବାସ କରୁଥିବା ୧,୯୪,୭୩୨ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ। ସେଥିରୁ ଗଣିଆ ବ୍ଲକ ଅଧୀନରେ ଥିବା ୯୨ ଗ୍ରାମର ୩୮,୫୦୬, ଦଶପଲ୍ଲା ବ୍ଲକର ୩୬୯ ଗ୍ରାମର ପ୍ରାୟ ୯୭,୦୦୨ ଓ ନୂଆଗାଁ ବ୍ଲକର ୧୫୮ ଗ୍ରାମର ପ୍ରାୟ ୫୯, ୨୨୪ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ। ଉକ୍ତ ପ୍ରକଳ୍ପ ପାଇଁ ଆହ୍ବାନ କରାଯାଇଥିବା ୩୯୩ କୋଟି ୯୩ ଲକ୍ଷ ୧୮ ହଜାର ୬୯୧ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ

ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି।  ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ)ତତ୍କାଳୀନ ରାଜନଗର ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ରାଜ୍ୟସାରା ପାଳିତ ହୋଇଯାଇଛି। ହେଲେ ମହାକାଳପଡ଼ାରେ ଥିବା...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

୩୭ ବିଧାନସଭାରେ ପ୍ରାର୍ଥୀ ଦେଲା ଆମ୍‌ ଆଦମୀ ପାର୍ଟି

ଭୁବନେଶ୍ୱର,୧୮ା୪(ଅନିଲ ଦାସ)ଆମ୍‌ ଆଦମୀ ପାର୍ଟି ବୁଧବାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ଟି ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ...

ଏମ୍ସରେ କୃତ୍ରିମ ମୂତ୍ରାଶୟ ପ୍ରତିରୋପଣ

ଭୁବନେଶ୍ୱର,୧୮।୪(ଅସମାପିକା ସାହୁ)ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ରାଜ୍ୟରେ ପ୍ରଥମ କରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ...

୯ରୁ ୬ ମହିଳା ପ୍ରାର୍ଥୀ

ଭୁବନେଶ୍ୱର,୧୮ା୪(ଅନିଲ ଦାସ)ବିଜୁ ଜନତା ଦଳ ପଞ୍ଚମ ପର୍ଯ୍ୟାୟରେ ଆଉ ୯ ବିଧାନସଭା ଆସନ ପାଇଁ ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିସହିତ ସମ୍ବଲପୁର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri