୧.୯ ଲକ୍ଷ ନେଲେ

ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ ଜଣଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଅପରାହ୍ନ ୫ଟା ୩୦ ସୁଦ୍ଧା ୧,୯୧,୧୮୧ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀ ଭାକ୍ସିନ୍‌ ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଦେଶର ୩,୩୫୧ଟି ସ୍ଥାନରେ ଟିକାଦାନ କରାଯାଇଥିଲା। ଭାରତରେ ପ୍ରସ୍ତୁତ ଟିକା କରୋନା ମହାମାରୀ ବିରୋଧରେ ନିର୍ଣ୍ଣାୟକ ବିଜୟ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯେଉଁମାନଙ୍କ ପାଇଁ ଟିକା ସର୍ବାଧିକ ଆବଶ୍ୟକ ସେମାନେ ପ୍ରଥମେ ପାଇବେ ବୋଲି କହିଥିଲେ। ଦେଶ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଏହା ଆତ୍ମନିର୍ଭର ଭାରତର ପ୍ରାମାଣିକତା ବୋଲି ଭାଜପାର ଶୀର୍ଷ ନେତା ଓ କେନ୍ଦ୍ରମନ୍ତ୍ରୀମାନେ କହିଛନ୍ତି।
ଭିଡିଓ କନ୍‌ଫରେନ୍ସ ଜରିଆରେ ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୋଦି କହିଥିଲେ, ଟିକାର ଦୁଇଟି ଡୋଜ୍‌ ଅତି ଗୁରୁତ୍ୱପୂର୍ଣ୍ଣ। ଟିକା ନେବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ହେବ ବୋଲି ସେ କହିଥିଲେ। ମହାମାରୀ ସମୟରେ ଲୋକଙ୍କ ଦୁର୍ଦ୍ଦଶାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଭାବବିହ୍ବଳ ହୋଇପଡ଼ିଥିଲେ। କରୋନା ସଂକ୍ରମିତଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖିବାକୁ ପଡ଼ୁଥିଲା ଓ ମୃତକଙ୍କ ପାଇଁ ପାରମ୍ପରିକ ଶେଷକୃତ୍ୟ କରାଯାଇପାରୁ ନ ଥିଲା। ଅନେକ ଲୋକ ଲକ୍‌ଡାଉନ ବେଳେ ଘରକୁ ଫେରିପାରି ନ ଥିଲେ।ଭୂତାଣୁ ବିରୋଧରେ ଲଢ଼ି ଜୀବନ ଦେଇଥିବା ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀମାନଙ୍କ କଥା କହିଲା ବେଳେ ପ୍ରଧାନମନ୍ତ୍ରୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଥିବାରୁ ଟିକାକରଣ ବେଳେ ଧୈର୍ଯ୍ୟ ରଖିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।
ସାଧାରଣତଃ ଟିକା ପ୍ରସ୍ତୁତି ଲାଗି ବର୍ଷ ବର୍ଷ ଲାଗିଯାଇଥାଏ। କିନ୍ତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଭାରତରେ ଦୁଇଟି ଟିକା ପ୍ରସ୍ତୁତ ହୋଇପାରିଛି ଓ ଅନ୍ୟ ଟିକା କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। କମ୍‌ ସମୟ ମଧ୍ୟରେ ଭାରତ ଦୁଇଟି ଟିକା ପାଇବା ଦେଶର ବୈଜ୍ଞାନିକମାନଙ୍କ ପ୍ରତିଭା ଓ ଦକ୍ଷତାର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ଯଥେଷ୍ଟ ସୁରକ୍ଷିତ ବୋଲି ସୁନିଶ୍ଚିତ ହେବା ପରେ ଏହାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ତେଣୁ ଜନସାଧାରଣ କୌଣସି ଅପପ୍ରଚାର ଓ ଗୁଜବରେ ପ୍ରଭାବିତ ନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଟିକାକୁ ନେଇ ରହିଥିବା ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତର ସିରମ୍‌ ଇନ୍‌ଷ୍ଟଚ୍ୟୁଟ୍‌ ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ଅନୁମତି ମିଳିବା ପରେ ଶନିବାରଠାରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ସ୍ବାସ୍ଥ୍ୟସେବା କର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଏହି ଟିକା ମାଗଣାରେ ଯୋଗାଇଦିଆଯିବ। ପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଅଧିକ ବିପଦ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଟିକାକରଣର ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି।
ଭାରତରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୧ କୋଟି ୫ ଲକ୍ଷ ୪୨ ହଜାର ୮୪୧ରେ ପହଞ୍ଚତ୍ଥିବାବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧ ଲକ୍ଷ ୭୯ ହଜାର ୭୧୫ ଜଣ ସୁସ୍ଥ ହେଲେଣି। ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧,୫୨,୦୯୩ରେ ପହଞ୍ଚତ୍ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri