ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍‌

କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍‌। ହେଲେ ଏହା ପଚା କଖାରୁ, ହାନିକାରକ ରଙ୍ଗ ଏବଂ ବିଭିନ୍ନ କେମିକାଲର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି। ଏଭଳି ଏକ ସସ୍‌ କାରଖାନା କଟକରୁ ଠାବ ହୋଇଛି।

ଗୁରୁବାର ପୋଲିସ ଓ ସିଏମ୍‌ସି ପକ୍ଷରୁ ମାଲଗୋଦାମର ଏକ ଦୋକାନ ଏବଂ ୪୨ ମଉଜାରରେ ଏକ ସସ୍‌ ପସ୍ତୁତ କାରଖାନା ଉପରେ ଚଢାଉ କରାଯାଇଥିଲା। ଦୋକାନରୁ ୧୩ ପେଟି ନକଲି ଟମାଟୋ ଏବଂ ଚିଲି ସସ୍‌ ଜବତ କରାଯାଇଛି  । ସସ୍‌ ବୋତଲରେ ପ୍ରସ୍ତୁତି ତାରିଖ କିମ୍ବା ଏଫ୍‌ଏସ୍‌ଏସ୍‌ଆଇର କୌଣସି ଟ୍ୟାଗ ନ ଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୋକାନୀ ଜଣକ ଏହି ସସ୍‌ ୪୨ ମଉଜାର ଏକ କରାଖାନରେ ପ୍ରସ୍ତୁତ ହେଉଥିବା ପୋଲିସକୁ କହିଥିଲେ। ପରେ ପୋଲିସ ୪୨ ମଉଜାର ସସ୍‌ କରାଖାନାରେ ଚଢାଉ କରିଥିଲା।

କାରଖାନାରୁ ୧୦ ପେଟି ନକଲି ସସ, ୧୫ ଶହ ଲିଟର ସସ୍‌, ବିପୁଳ ପରିମାଣରେ ପଚା କଖାରୁ, ରଙ୍ଗ, ଏସିଡ, କେମିକାଲ ଆଦି ଜବତ କରାଯାଇଛି। ଏଥସହ କାରଖାନା ମାଲିକକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚାଲିଥିବା ମାଲଗୋଦାମ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୂଚନା ଦେଇଛନ୍ତି।

କରାଖାନାରେ କଖାରୁକୁ ବ୍ୟବହରା କରି ରଙ୍ଗ ଏବଂ କେମିକାଲ ମିଶାଇ ସସ୍‌ ପ୍ରସ୍ତୁତ କରାଯାଉଥିଲା। ପରେ ଉକ୍ତ ସସକୁ ବଜାରରେ ବିକ୍ରି କରାଯାଉଥିଲା। ଲିଟର ପିଛା ଏହାକୁ ୨୭ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ତେବେ ଏହି କାରଖାନା ଦିର୍ଘ ଦିନରୁ ଚାଲିଥିବା ସୂଚନା ମିଳିଛି। ଚଢାଉ ପରେ କାରଖାନାକୁ ବନ୍ଦ କରାଯାଇଛି। ସେହିପରି ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତିକ୍ଷା ଦାସ ମହାପାତ୍ର କହିଛନ୍ତି, ଏହି ସସ୍‌ ଖାଦ୍ୟ ଉପେଯୋଗୀ ନୁହେଁ। କାରଣ ଏଥିରେ ଅତ୍ୟାଧିକ ରଙ୍ଗ ଏବଂ କେମିକାଲ ମିଶ୍ରଣ କରାଯାଇଛି। ସସ୍‌ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri