Posted inଫୁରସତ

ପ୍ରଥମ ପିଜା ଡେଲିଭରୀ କରିବାକୁ ଯାଇ ଭାବିପତ୍ନୀଙ୍କୁ ଭେଟିଥିଲେ ଡୋମିନୋସ୍‌ର ମାଲିକ: ଏମିତି ଥିଲା ଲଭ୍‌ଷ୍ଟୋରୀ

୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍‌ ପିଜାର ଯାତ୍ରା। ଦୁଇ ଭାଇ ଟମ୍‌ ଏବଂ ଜିମ୍‌ ମୋନାଘାନ୍‌ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍‌ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍‌ ଥିବା ବେଳେ ପରେ ଏହାର ନାମ ଡୋମିନୋସ୍‌ ହୋଇଥିଲା। ଏବେ ଏହା ପିଜାହଟ୍‌ ପରେ ଦ୍ୱିତୀୟ ଲୋକପ୍ରିୟ ପିଜା କମ୍ପାନୀ।

ପିଜା ବ୍ୟବସାୟକୁ ଆସିବାର ୧୪ ମାସ ପରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଟମ୍‌ଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରିଥିଲା। ମିଚିଗାନ୍‌ରେ ଥିବା ମାଉଣ୍ଟ ପ୍ଲିଜାଣ୍ଟ ଷ୍ଟୋରରୁ ସେ ପ୍ରଥମ ଅର୍ଡର୍‌ ନେଇ ସେଣ୍ଟ୍ରାଲ ମିଚିଗାନ ୟୁନିଭର୍ସିଟିକୁ ଯାଇଥିଲେ। ଟମ୍‌ ପହଞ୍ଚିବା ବେଳେ ରିସେପସନ୍‌ ଡେସ୍କରେ ବସିଥିବା ଜଣେ ଯୁବତୀଙ୍କ ଆଡକୁ ତାଙ୍କର ଧ୍ୟାନ ଯାଇଥିଲା। ତାଙ୍କୁ ସେ ପିଜା ଦେଇଥିଲେ। ଯୁବତୀଙ୍କ ନାଁ ଥିଲା ମାର୍ଗି।

ଟମ୍‌ ମନେମନେ ମାର୍ଗିଙ୍କୁ ପସନ୍ଦ କରିଦେଇଥିଲେ। ପରେ ଉଭୟଙ୍କ ଦ୍ୱିତୀୟ ଭେଟରେ ଟମ୍‌ ମାର୍ଗିଙ୍କୁ ହାର୍ଟ ସେପ୍‌ର ଏକ ପିଜା ଦେଇଥିଲେ। ଉକ୍ତ ଦିନ ଭ୍ୟାଲେଣ୍ଟାଇନ୍‌ ଡେ ଥିଲା। ପରେ ତୃତୀୟ ଭେଟରେ ସେ ପ୍ରେମରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଏହାର ପରବର୍ଷ ଉଭୟ ବିବାହ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?