ଟୋଲ୍‌ ଫି ଲାଭ ଆଗ

ଯାଜପୁର ଅଫିସ,୧୪।୧୧: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌ )ରେ ଥିବା କଟକ ମଙ୍ଗୁଳି ଟୋଲ୍‌ପ୍ଲାଜାକୁ ବନ୍ଦାଳ ନିକଟକୁ ସ୍ଥାନାନ୍ତର କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି। ଅଥଚ ଭଦ୍ରକ ଜିଲା ଆଖୁଆପଦା ନିକଟକୁ ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ବନ୍ଦାଳ ଟୋଲ୍‌ପ୍ଲାଜା କାର୍ଯ୍ୟକାରୀ ହେଲେ ପାଣିକୋଇଲି ଟୋଲ୍‌ପ୍ଲାଜାକୁ ଦୂରତା ଆହୁରି ୫ କି.ମି. ହ୍ରାସ ପାଇ ୫୨ କି.ମି.ରୁ ୪୭ କି.ମି. ହେବ, ଯାହାକି ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନକୁ ଉଲ୍ଲଂଘନ କରୁଛି। ନିୟମ ଅନୁଯାୟୀ ଗୋଟିଏ ଟୋଲ୍‌ପ୍ଲାଜାରୁ ଅନ୍ୟ ଟୋଲ୍‌ପ୍ଲାଜାର ଦୂରତା ଅତିକମ୍‌ରେ ୬୦ କିଲୋମିଟର ରହିବା କଥା। ତେବେ ପ୍ରସ୍ତାବିତ ଆଖୁଆପଦାରେ ଟୋଲ୍‌ପ୍ଲାଜା ହେଲେ ଏନ୍‌ଏଚ୍‌ଏଆଇ ଗାଇଡ୍‌ଲାଇନକୁ ମଧ୍ୟ ତାହା ପୂରଣ କରିବ ନାହିଁ। କାରଣ ପାଣିକୋଇଲିଠାରୁ ଆଖୁଆପଦା ମାତ୍ର ୭ କିଲୋମିଟର। ଏଭଳିସ୍ଥଳେ ପ୍ରସ୍ତାବିତ ବନ୍ଦାଳ ଟୋଲପ୍ଲାଜାରୁ ଆଖୁଆପଦା ୫୪ କିଲୋମିଟର ହେବ। ସ୍ଥାନୀୟ ବାସିନ୍ଦା ସର୍ବେଶ୍ୱର ବେହୁରା କୁହନ୍ତି, ଏନ୍‌ଏଚ୍‌ଏଆଇ ନିୟମ ଅନୁଯାୟୀ ଆଖୁଆପଦା ପରିବର୍ତ୍ତେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ନିକଟରେ ଟୋଲ୍‌ପ୍ଲାଜା ହେଲେ ଦୂରତା ବିବାଦ ରହିବ ନାହିଁ। ହେଲେ ଏଠାରେ ଟୋଲ୍‌ପ୍ଲାଜାର ଦୂରତା ବଢ଼ାଇବା ପରିବର୍ତ୍ତେ କମାଇବାକୁ ଚେଷ୍ଟା କରାଯାଇଛି। ଏହାବାଦ୍‌ ଚଣ୍ଡିଖୋଲଠାରୁ ପାରାଦୀପ ୫୩ ନମ୍ବର ଏନ୍‌ଏଚ୍‌ରେ ଥିବା ଶ୍ରୀରାମପୁର ଟୋଲ୍‌ପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର ପ୍ରସ୍ତାବ ଅଟକିଥିବାରୁ କମ୍‌ ଦୂରତାରେ ଏକାଧିକ ଥର ଟୋଲ୍‌ ଫି ଦେଇ ଅଞ୍ଚଳବାସୀ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।
ଯାଜପୁର ଜିଲାର ୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଓ ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ୍‌ପ୍ଲାଜା ସ୍ଥାନାନ୍ତର ସମସ୍ୟା ଅସମାହିତ ହୋଇରହିଛି। ପାଣିକୋଇଲି ଟୋଲ୍‌ପ୍ଲାଜାକୁ ପୂର୍ବରୁ ନେଇଥିବା ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ ବାଦ୍‌ ପଡିଥିବାବେଳେ ଏକ ନୂତନ ଠିକାସଂସ୍ଥା ଡିଙ୍କାର ପ୍ରାଇଭେଟ ଲିଃକୁ ଦୈନିକ ପ୍ରାୟ ୩୨ ଲକ୍ଷ ଟଙ୍କାରେ ଲିଜ୍‌ ମିଳିଛି। ପୁଣି ଏକ ନୂତନ ସଂସ୍ଥା ହାଇୱେ ଟଣ୍ଡନ ଏହି ଟୋଲପ୍ଲାଜା ଲିଜ୍‌ରେ ନେଇଛି ବୋଲି ସୂଚନା ମିଳିଛି। କିନ୍ତୁ ବିଡ଼ମ୍ବନା ଯେ, ଏନ୍‌ଏଚ୍‌ଏଆଇର ଗାଇଡଲାଇନକୁ ଉଲ୍ଲଂଘନ କରି ବେଆଇନ ଭାବେ ଚାଲିଥିବା ଉପରୋକ୍ତ ଦୁଇ ଟୋଲ୍‌ପ୍ଲାଜାକୁ ସ୍ଥାନାନ୍ତର ନିର୍ଦ୍ଦେଶକୁ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହିକ୍ରମରେ ୫୦ କି.ମି. ଦୂରତା ମଧ୍ୟରେ ୪ଟି ଟୋଲ୍‌ପ୍ଲାଜାରେ ଫି ଦେଇ ଗାଡ଼ି ମାଲିକମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଆନନ୍ଦପୁରର ଗାଡ଼ିମାଲିକ ତଥା ଅଧ୍ୟାପକ ଜିମୁତବରଣ ଦାସ କହିଛନ୍ତି। ବିଶେଷ କରି ଭୁବନେଶ୍ୱରଠାରୁ ଯାଜପୁର ଜିଲା ଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ହସନପୁର ଆଦି ୩ ଟୋଲ୍‌ପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ପାଣିକୋଇଲି ଟୋଲ୍‌ପ୍ଲାଜାଠାରୁ ହସନପୁର ଟୋଲ୍‌ପ୍ଲାଜା ମଧ୍ୟରେ ଦୂରତା ମାତ୍ର ୩୮ କିଲୋମିଟର ହୋଇଥିଲେ ମଧ୍ୟ ବିପୁଳ ଟୋଲ ଫି ଲୋଭ ଯୋଗୁ ସବୁ ସରକାରୀ ନିୟମକୁ ଦଳିମକଚି ଦିଆଯାଉଛି ବୋଲି ଅଧ୍ୟାପକ ଦାସ କହିଛନ୍ତି।
ସୂଚନାଥାଉ କି ୬ ନମ୍ବର ଜାତୀୟ ରାଜପଥରେ ୫୨ କି.ମି. ଦୂରତା ମଧ୍ୟରେ ରହିଥିବା ପାଣିକୋଇଲି ଓ ମଙ୍ଗୁଳି ଟୋଲ୍‌ପ୍ଲାଜାରୁ ଦୈନିକ ମୋଟ ପ୍ରାୟ ଏକ କୋଟି ଟଙ୍କା ଟୋଲ୍‌ ଫି ଆଦାୟ ଚାଲିଛି। ନିୟମ ଉଲ୍ଲଂଘନ କରାଯାଇ ଟୋଲ୍‌ ଫି ଆଦାୟ କରାଯିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ମଙ୍ଗୁଳି ଟୋଲ୍‌ପ୍ଲାଜାକୁ ବନ୍ଦାଳ, ପାଣିକୋଇଲି ଟୋଲ୍‌ପ୍ଲାଜାକୁ ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ତିନି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କସ୍‌ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ଏଯାଏ ଆଖୁଆପଦାଠାରେ ଜମି ଅଧିଗ୍ରହଣ ନେଇ ପ୍ରଶାସନିକ ତପତ୍ରତା ନାହିଁ ବୋଲି କୁହାଯାଉଛି। ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ପାଣିକୋଇଲି ଟୋଲ୍‌ଗେଟ୍‌ ନିକଟତର ହୋଇସାରଛି। କିନ୍ତୁ ଆଗକୁ ଅଧିକ ଲାଭ ଆଶାରେ ଏହି ଟୋଲଗେଟ୍‌ ସ୍ଥାନାନ୍ତର ହେବା ଆଶା ଦିଶୁନାହିଁ ବୋଲି ଅଧ୍ୟାପକ ଦାସ କହିଛନ୍ତି। କହିବାବାହୁଲ୍ୟ ଯେ, କେତେଜଣ ପ୍ରଭାବଶାଳୀଙ୍କ ଇଙ୍ଗିତରେ ପାଣିକୋଇଲି ଟୋଲ୍‌ଗେଟ୍‌ରେ ଆଦାୟ ହେଉଥିବା ଲାଭ ଅର୍ଥକୁ ମିଳିମିଶି ବଣ୍ଟାଯାଉଥିବାରୁ କୌଣସି ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ୭୪.୫ କି.ମି. ୬ ଲେନ୍‌ ରାସ୍ତା ସମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଆଖୁଆପଦାକୁ ସ୍ଥାନାନ୍ତର ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଥିଲା। ତାହା ବି ସୂଚନା ମଧ୍ୟରେ ସୀମିତ ରହିଯାଇଛି। ପାଣିକୋଇଲି ଟୋଲ୍‌ପ୍ଲାଜାରେ କେନ୍ଦୁଝର, ଯୋଡ଼ା, ସୁକିନ୍ଦା, କୋଇଡ଼ା ଆଦି ଅଞ୍ଚଳରୁ ଖଣି ପରିବହନରେ ଦୈନିକ ବିପୁଳ ଟଙ୍କା ଆଦାୟ ହେଉଛି। ଆଖୁଆପଦାକୁ ସ୍ଥାନାନ୍ତର ହେଲେ ଟୋଲ୍‌ ଫି ଆଦାୟ କମିଯିବା ଆଶଙ୍କାରେ ଲୋକଙ୍କ ସ୍ବାର୍ଥ ଓ ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ସହିତ ଖେଳ ଖେଳୁଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଟୋଲ୍‌ପ୍ଲାଜା ୟୁନିୟନ ସଭାପତି ଅଜୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଏଚ୍‌ଏଆଇ ତରଫରୁ ଏଯାଏ କୌଣସି ଠିକ୍‌ ସୂଚନା ମିଳିନାହିଁ। କୌଣସି ମୁହୂର୍ତ୍ତରେ କିଛି ବି ନିଷ୍ପତ୍ତି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri