Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଭାଇରସ୍‌ ଇମର୍ଜେନ୍ସି ବଢ଼ିବ

ଟୋକିଓ,୧୫।୫ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଜାପାନ ସରକାର ତାଙ୍କର ଆଭିମୁଖ୍ୟ ପୁଣି ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ରାଜଧାନୀ ଟୋକିଓ ଓ ଅନ୍ୟ ୫ଟି ଅନ୍ୟ ସହରରୁ ଏବେ ୯ଟି ଅଞ୍ଚଳରେ ସରକାର କରୋନା ଭାଇରସ୍‌ ଇମର୍ଜେନ୍ସିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଜାପାନ କରୋନା ଭାଇରସ୍‌ ନେଇ ସଂଘର୍ଷ କରୁଛି। ଏବେ ଜାପାନର ଉତ୍ତରରେ ଥିବା ଦ୍ୱୀପ ରାଜ୍ୟ ହୋକାଇଡୋ, ହିରୋଶିମା ଓ ପଶ୍ଚିମ ଜାପାନର ଓକାୟାମାରେ ଇମର୍ଜେନ୍ସି ଲାଗୁ କରାଯିବ ବୋଲି କୁହାଯାଇଛି। ହୋକାଇଡୋରେ ଅଲିମ୍ପିକ୍‌ ମାରାଥନ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ପୂର୍ବରୁ ଟୋକିଓ, ଓସାକା ଓ ଅନ୍ୟ ୪ଟି ଅଞ୍ଚଳରେ କରୋନା ସଂକ୍ରମଣ ପାଇଁ ବିଭିନ୍ନ କଟକଣା ଜାରି କରାଯାଇ ସାରିଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ଅଞ୍ଚଳରେ ଥିବା ବାର୍‌, କରାଓକେ ପାର୍ଲର ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଯେଉଁ ବ୍ୟବସାୟୀମାନେ ନିୟମ ମାନିବେ ଓ ଜରିମାନାର ସମ୍ମୁଖୀନ ନ ହେବେ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ଶୁକ୍ରବାର ଏ ନେଇ ପ୍ରାଧାନମନ୍ତ୍ରୀ ୟୋଶିହାଇଡ୍‌ ସୁଗା ଏନେଇ ଔପଚାରିକ ଭାବେ ଘୋଷଣା କରିବେ। ଅନ୍ୟ ଅଞ୍ଚଳକୁ ଇମର୍ଜେନ୍ସି ବଢ଼ାଇବା ସରକାରଙ୍କ ପ୍ରାରମ୍ଭିକ ଯୋଜନାଠାରୁ ଟିକିଏ ଭିନ୍ନ। ହିରୋଶିମାରେ ଆୟୋଜନ ହେବାକୁ ଥିବା ମଶାଲ ରାଲିକୁ ମଧ୍ୟ ଇତିମଧ୍ୟରେ ବାତିଲ କରାଯାଇଛି।
ଅଲିମ୍ପିକ୍‌ ଆୟୋଜନକୁ ଜାପାନରେ ପ୍ରବଳ ବିରୋଧ କରାଯାଉଛି। ଫଳରେ ସୁଗାଙ୍କ ସରକାର ଚାପରେ ରହିଛନ୍ତି। ବାରମ୍ବାର ଇମର୍ଜେନ୍ସି ନେଇ ଘୋଷଣା ହେବା ଓ ଟିକାକରଣରେ ମନ୍ଥରତା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢାଇଛି। ଲୋକେ ମଧ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅମଙ୍ଗ ହେଉଛନ୍ତି। ଏପର୍ଯ୍ୟନ୍ତ ୨ ପ୍ରତିଶତରୁ କମ୍‌ ଲୋକଙ୍କୁ ଟିକା ଦିଆଯାଇଛି। ଅଲିମ୍ପିକ୍ସକୁ ବାତିଲ କରିବାକୁ ସ୍ବାକ୍ଷରତା ଅଭିଯାନ ମଧ୍ୟ କରାଯାଇଛି। ୩ ଲକ୍ଷ ୫୦ ହଜାର ଲୋକଙ୍କ ସ୍ବାକ୍ଷର ସଂଗ୍ରହ କରାଯାଇ ସାରିଲାଣି। ଅଲିମ୍ପିକ୍ସ ଆୟୋଜନ ନେଇ ଖର୍ଚ୍ଚ ହେବାକୁ ଥିବା ଅର୍ଥ ମହାମାରୀ ବିରୋଧୀ ଲଢ଼େଇରେ ବିନିଯୋଗ ଓ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରାଯିବା ଉଚିତ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri