Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଟିକେଟ କ୍ରେତା ମୂଲ୍ୟ ଫେରିପାଇବେ

ଟୋକିଓ, ୩୧ା୧୦ (ଏପି): ଜାପାନରେ ଟୋକିଓ ଅଲିମ୍ପିକ୍ସର ଟିକେଟ କ୍ରେତାମାନେ ଚାହିଁଲେ ସେମାନଙ୍କ ମୂଲ୍ୟ ଫେରିପାଇବେ। ଏଥିପାଇଁ ସ୍ଥାନୀୟ ଆୟୋଜକ ଶୁକ୍ରବାର ଗ୍ୟାରେଣ୍ଟି ପ୍ରଦାନ କରିଛି। କିନ୍ତୁ ଜାପାନ ବାହାରେ ନ୍ୟାଶନାଲ ଅଲିମ୍ପିକ କମିଟି ଦ୍ୱାରା ନିଯୁକ୍ତ ସ୍ବୀକୃତିପ୍ରାପ୍ତ ଟିକେଟ ରିସେଲରଙ୍କଠାରୁ ଖରିଦ କରିଥିବା ଖେଳପ୍ରେମୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। କାରଣ ଅନେକ ଟିକେଟମୂଲ୍ୟ ଫେରାଇବାକୁ ନେଇ ସର୍ତ୍ତ ରଖିଛନ୍ତି। ଦେଶକୁ ଦେଶ ଏଥିରେ ଫରକ ରହିଛି। ଜାପାନର ଯେଉଁ ଖେଳପ୍ରେମୀମାନେ ଆସନ୍ତାବର୍ଷ ଟିକେଟ ବ୍ୟବହାର କରିପାରିବେ ନାହିଁ ବୋଲି ମନେ କରୁଛନ୍ତି ସେମାନେ ନଭେମ୍ବର ୧୦ରୁ ୩୦ ମଧ୍ୟରେ ମୂଲ୍ୟ ଫେରସ୍ତ ପାଇଁ ଆବେଦନ କରିପାରିବେ। ପାରା ଅଲିମ୍ପିକ୍ସ ପାଇଁ ଡିସେମ୍ବର ୧ରୁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଭେନ୍ୟୁଗୁଡ଼ିକରେ ଆସନ ସଂଖ୍ୟାକୁ ସୀମିତ କରାଯାଏ ତେବେ କ୍ରେତାଙ୍କୁ ଟିକେଟ ମୂଲ୍ୟ ଫେରାଇବାକୁ ପଡ଼ିବ ବୋଲି ଟୋକିଓ ୨୦୨୦ ମୁଖପାତ୍ର ମାସା ଟାକାୟା କହିଛନ୍ତି। ଆସନ୍ତାବର୍ଷ ମଧ୍ୟ ଅଲିମ୍ପିକ୍ସ ସମ୍ଭବ ହେବନାହିଁ ବୋଲି ଅନେକେ କଳ୍ପନାଜଳ୍ପନା କରୁଛନ୍ତି। ଏହା ସେ ସମୟର ମହାମାରୀ ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ କରିବା ଲାଗି ଆୟୋଜକ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସ୍ଥିର କରିଛନ୍ତି। କିନ୍ତୁ ବିନା ଭ୍ୟାକ୍ସିନ୍‌ରେ କ୍ୱାରାଣ୍ଟାଇନ୍‌ ଅବା ରାପିଡ୍‌ ଟେଷ୍ଟିଂ ଦ୍ୱାରା ଅଲିମ୍ପିକ୍ସ ଆୟୋଜନ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ମହାମାରୀ ଦୃଷ୍ଟିରୁ ଜାପାନ ଅନ୍ୟ ଦେଶ ତୁଳନାରେ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ ୧,୭୫୦ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର F-15 ଫାଇଟର ଜେଟ କ୍ରାସ, ସାମ୍ନାକୁ ଆସିଲା ଭିଡ଼ିଓ

କୁଓ୍ବେତ ସିଟି,୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶନିବାର ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ, ସମଗ୍ର ଅଞ୍ଚଳ ଯୁଦ୍ଧର ନିଆଁରେ ବୁଡ଼ି ରହିଛି।…

ଯୁକ୍ତିତର୍କରୁ ତୁମୁଳ କାଣ୍ଡ, ପରିବାରର ୪ଜଣଙ୍କୁ ହତ୍ୟା କଲେ ପୁଅ

ଲକ୍ଷ୍ନୌ,୨।୩ : ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ରୂପାଇଡିହା ଥାନା ଅଞ୍ଚଳ ଅନ୍ତର୍ଗତ ବସନ୍ତପୁର ଉଦଲ (ରାମନଗର) ଗାଁରେ…

ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ…

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

ଏହି ଦିନ ବାହାରିବ ମାଟ୍ରିକ ରେଜଲ୍ଟ, ତାରିଖ ଘୋଷଣା କଲେ ବୋର୍ଡ ସଭାପତି

ଭୁବନେଶ୍ବର,୨।୩: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ମୋଟ୍ ୫୫…

କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍‌ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି…

ଓଲଟିଲା ଯାତ୍ରା ପାର୍ଟି ବସ୍‌: ୨୦ରୁ ଅଧିକ କଳାକାର ଆହତ

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ ଓପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ରିଆମାଳ ଥାନା…

ବରଗଡ଼ରେ ହଇଚଇ: ସିଭିଲ କୋର୍ଟକୁ ପୁଣି ବୋମା ଧମକ

ବରଗଡ,୨।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ସୋମବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri