Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ନୂଆ ଚୁକ୍ତି କରିବାକୁ ୬୮ ପ୍ରାୟୋଜକ ରାଜି

ଟୋକିଓ, ୨୫ା୧୨ (ଏପି)-ଟୋକିଓ ଅଲିମ୍ପିକ୍ସର ସମସ୍ତ ୬୮ ଘରୋଇ ପ୍ରାୟୋଜକ ସେମାନଙ୍କ ଚୁକ୍ତି ମିଆଦକୁ ଆସନ୍ତା ବର୍ଷକୁ ବୃଦ୍ଧି କରିବା ଲାଗି ରାଜି ହୋଇଛନ୍ତି। ଗେମ୍ସର ଆୟୋଜକଗଣ ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି। କୋଭିଡ୍‌ ପାଇଁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷ ଘୁଞ୍ଚାଇ ଦିଆଯାଇଛି। ବିଳମ୍ବ ଯୋଗୁ ବଜେଟ ବୃଦ୍ଧି ପାଇବା ସ୍ବାଭାବିକ। ନୂତନ ଆର୍ଥିକ ଅବଦାନ ଯୋଗୁ ୨୨ ବିଲିୟନ ୟେନ ଅବା ୨୧୦ ନିୟୁତ ଡଲାର ବୃଦ୍ଧି ପାଇଥିବା ଜାପାନ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି କହିଛନ୍ତି। ଘରୋଇ ପ୍ରାୟୋଜକମାନେ ଇତିମଧ୍ୟରେ ରେକର୍ଡ ୩.୩ ବିଲିିୟନ ଦେଇ ସାରିଛନ୍ତି। ନୂଆ ଆର୍ଥିକ ଅବଦାନ ଏହାର ପରିମାଣ ୩.୫ ବିଲିୟନ ଡଲାରକୁ ଅତିକ୍ରମ କରିଯାଇଛି। ଯେକୌଣସି ଅଲିମ୍ପିକ୍ସ ତୁଳନାରେ ଟୋକିଓ ଗେମ୍ସରେ ୨ରୁ ୩ ଗୁଣା ଅଧିକ ଖର୍ଚ୍ଚ ହେଉଛି। ଆୟୋଜକ କମିଟି ସିଇଓ ତୋଶିରୋ ମୁତୋ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବହୁ କମ୍ପାନୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ଏହା ସତ୍ତ୍ୱେ ସେମାନେ ନୂଆ ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଇ ନାହିଁ। କରୋନା ଯୋଗୁ ଗେମ୍ସକୁ ଘୁଞ୍ଚାଇ ଦିଆଯିବାରୁ ଅଫିସିଆଲ ବଜେଟ ୨.୮ବିଲିୟନ ବୃଦ୍ଧି ପାଇ ୧୫.୪ ବିଲିୟନ ଡଲାରରେ ପହଞ୍ଚତ୍ଛି। ସରକାରୀ ଅଡିଟ୍‌ରେ କୁହାଯାଇଛି ଟୋକିଓ ଗେମ୍ସର ମୋଟ ଖର୍ଚ୍ଚ ୨୫ ବିଲିୟନ ଡଲାର ପାଖାପାଖି ପହଞ୍ଚତ୍ୟାଇପାରେ। ଏଥିରେ ସାଧାରଣ ଜନତାଙ୍କର ୬.୭ ବିଲିୟନ ଡଲାର ରହିଛି।

Share