ଖୋଲିବ ଶ୍ରୀମନ୍ଦିର: ଦର୍ଶନ ପାଇଁ ଟୋକନ, ପରିଚୟପତ୍ର ଲୋଡ଼ା

ପୁରୀ ଅଫିସ,୨୨।୧୨: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପର୍ଯ୍ୟାୟ କ୍ରମେ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ଜିଲା ପ୍ରଶାସନ ସୋମବାର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରିଛି। ପ୍ରଥମ ୩ଦିନ କେବଳ ସେବାୟତ ପରିବାରର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ସେମାନଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଏହାପରେ ୨୬ରୁ ପୁରୀ ସହରବାସୀଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ। ସେମାନେ ପରିଚୟପତ୍ର ସହ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଟୋକନ ସାଙ୍ଗରେ ନେବାକୁ କୁହାଯାଇଛି। ଜାନୁୟାରୀ ୩ରୁ ସାର୍ବଜନୀନ ଦର୍ଶନ ଆରମ୍ଭ ହେବ। ଜିଲା ବାହାର ଲୋକଙ୍କ ନିମନ୍ତେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶିଶୁ, ଗର୍ଭବତୀ, ବୃଦ୍ଧାବୃଦ୍ଧଙ୍କୁ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ କଟକଣା ନ ମାନିଲେ ଜରିମାନା ସହ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ଶ୍ରୀଜଗନ୍ନାଥ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ମିଳିତ ବୈଠକ ପରେ ଜିଲାପାଳ ଏହି ସୂଚନା ଦେଇଛନ୍ତି।
ଏହି ବୈଠକରେ ଜିଲାପାଳ ଅଧ୍ୟକ୍ଷତା କରିଥିବାବେଳେ ଏସ୍‌ଓପି ନେଇ ଆଲୋଚନା ହୋଇଥିଲା। ଜାରି ହୋଇଥିବା ଏସ୍‌ଓପିରେ କୁହାଯାଇଛି ଯେ, ଆସନ୍ତା ୨୩, ୨୪ ଓ ୨୫ ତାରିଖରେ କେବଳ ସେବାୟତ ପରିବାରର ସଦସ୍ୟ ଦର୍ଶନ କରିବେ। ବଡ଼ଦେଉଳର ଯେକୌଣସି ଦ୍ୱାର ଦେଇ ଏମାନେ ମନ୍ଦିର ଭିତରକୁ ଯାଇପାରିବେ। ସାଥିରେ ସେବାୟତ ପରିବାର ସଦସ୍ୟମାନେ ନିଜ ସ୍ବାସ୍ଥ୍ୟବୀମା କାର୍ଡ, ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଆଣିବେ। ଚାରିଦ୍ୱାରରେ ମୁତୟନ ଥିବା ଶ୍ରୀମନ୍ଦିର ପୋଲିସ ଓ ପୁରୀ ପୋଲିସ ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ କରି ମନ୍ଦିର ଭିତରକୁ ଛାଡ଼ିବେ। ସେବାୟତ ପରିବାରଙ୍କ ଦର୍ଶନ ସରିଲେ ଅର୍ଥାତ୍‌ ୨୬ରୁ ୩୧ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ। ଏସ୍‌ଓପି ଆସିବା ପୂର୍ବରୁ କୁହାଯାଇଥିଲା ଯେ, ପ୍ରତ୍ୟେକ ପରିବାରର ମୁଖ୍ୟଙ୍କୁ ଜଗନ୍ନାଥବଲ୍ଲଭ କାଉଣ୍ଟରରେ ପହଞ୍ଚି ଜିଲା ପ୍ରଶାସନ କରିଥିବା ଟୋକନ୍‌ ଆଣିବାକୁ ପଡ଼ିବ। ମାତ୍ର ସୋମବାର ଜିଲାପାଳ କହିଛନ୍ତି, ଟୋକନ୍‌ ପାଇଁ ଜଗନ୍ନାଥବଲ୍ଲଭ ଆସିବା ଉପରେ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ମାତ୍ର ଏବେ ପୌରାଞ୍ଚଳର କର୍ମଚାରୀମାନେ ହିଁ ପ୍ରତି ଘରେ ପହଞ୍ଚି ଟୋକନ୍‌ ଯୋଗାଇବେ। ଗୋଟିଏ ୱାର୍ଡର ଲୋକଙ୍କୁ ପାଖାପାଖି ୪ଘଣ୍ଟା ଦର୍ଶନ ସମୟ ଦିଆଯିବ। କେଉଁ ୱାର୍ଡ କେଉଁ ଦିନ ଓ କେତେବେଳେ ଦର୍ଶନ କରିବେ ସେନେଇ ଜିଲା ପ୍ରଶାସନ ଏକ ତାଲିକା ପ୍ରସ୍ତୁତ କରିଛି। ମଙ୍ଗଳବାର ଏହି ତାଲିକା ପ୍ରକାଶ କରାଯିବ। ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ କିମ୍ବା ପୌରସଂସ୍ଥାର କର୍ମଚାରୀମାନେ ପ୍ରତି ୱାର୍ଡରେ ସାହି ଅନୁଯାୟୀ ପରିବାରର ମୁଖ୍ୟଙ୍କୁ ଟୋକନ୍‌ ବାଣ୍ଟିବେ। ସ୍ଥାନୀୟ ଲୋକେ ସାଙ୍ଗରେ ଟୋକନ୍‌ ଓ ପରିଚୟପତ୍ର ଧରି ଆସିବେ। ଏହାକୁ ଦେଖାଇଲେ ହିଁ ଦର୍ଶନ ଲାଗି ଅନୁମତି ମିଳିବ। ପୁରୀବାସୀଙ୍କ ଲାଗି ଜଗନ୍ନାଥ ବଲ୍ଲଭରେ ମାଗଣା ବାଇକ୍‌ ପାର୍କିଂ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ମୁଖ୍ୟ ବ୍ୟାରିକେଡ୍‌ ପର୍ଯ୍ୟନ୍ତ ବ୍ୟାରିକେଡ୍‌୍‌ ନିର୍ମାଣ ସରିଛି। ବ୍ୟାରିକେଡ୍‌ ମଧ୍ୟରେ ଶ୍ରଦ୍ଧାଳୁ ପ୍ରବେଶ କରିବା ପରେ ମୁଖ୍ୟ ବ୍ୟାରିକେଡ୍‌ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡ଼ିବ। ଏହି ସମୟରେ କରିଡର ପାଖରେ ସ୍ବେଚ୍ଛାସେବୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିବେ। ଜରୁରିକାଳୀନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଏମାନେ ସଜାଗ ରହିବେ। କରିଡର ମଧ୍ୟରେ ପାନୀୟଜଳର ବ୍ୟବସ୍ଥା ରହିବ। ମୁଖ୍ୟ ବ୍ୟାରିକେଡ୍‌ରେ ପହଞ୍ଚିବା ପରେ ସେଠାରେ ମୋବାଇଲ ଫୋନ୍‌ ଓ ଜୋତା ରଖିବାର ବ୍ୟବସ୍ଥା ହୋଇଛି। ଏଥିଲାଗି ୮ରୁ ୧୦ଟି କାଉଣ୍ଟର କରାଯାଇଛି। କାଉଣ୍ଟରରେ ଟୋକନ ଦାଖଲ ପରେ ପରିଚୟପତ୍ର ଯାଞ୍ଚ କରାଯିବା ସହ ଫଟୋ ଉଠାଯିବ। ଦର୍ଶନ ପାଇଁ ଆସିଥିବା ସ୍ଥାନୀୟ ଲୋକଙ୍କ ତଥ୍ୟ ପଞ୍ଜୀକରଣ ନିମନ୍ତେ ଜିଲା ପ୍ରଶାସନ ଏଭଳି କରୁଥିବା ଜିଲାପାଳ କହିଛନ୍ତି। ସ୍ଥାନୀୟ ଲୋକେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ବାହାରିବେ। ସମ୍ପୂର୍ଣ୍ଣ ଦର୍ଶନ ପ୍ରକ୍ରିୟାକୁ କୋଭିଡ୍‌ କଟକଣା ମଧ୍ୟରେ କରାଯିବ। ଯାହା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିବନି। ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସାମାଜିକ ଦୂରତ୍ୱ ଉପରେ କଡ଼ା ନଜର ରଖାଯିବ। ସେହିଭଳି ରାଜ୍ୟ ସରକାରଙ୍କ କୋଭିଡ୍‌ ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ଜ୍ୱର, ଥଣ୍ଡା ଓ କୌଣସି କରୋନାଜନିତ ଲକ୍ଷଣ ଦେଖାଗଲେ ଦର୍ଶନ ପାଇଁ ଆସିବାକୁ ମନା କରାଯାଇଛି। ଶିଶୁ, ଗର୍ଭବତୀ, ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ସମ୍ବେଦନଶୀଳ ରୋଗରେ ଆକ୍ରାନ୍ତ ରୋଗୀ ଦର୍ଶନ ପାଇଁ ନ ଆସିବାକୁ କୁହାଯାଇଛି। କଟକଣା ମଧ୍ୟରେ ଦର୍ଶନ ହେବ। କୋଭିଡ୍‌ କଟକଣା ନ ମାନିଲେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଜରିମାନା ଦେବା ସହ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ। କେବଳ ୩୧ ତାରିଖରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଅନ୍ୟ ଦିନଗୁଡ଼ିକରେ ପୂର୍ବାହ୍ନ ୭.୩୦ରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ମିଳିପାରିବ। ଆସନ୍ତା ଜାନୁୟାରୀ ୩ରୁ ସାର୍ବଜନୀନ ଦର୍ଶନକୁ ଅନୁମତି ମିଳିବ। ଏହି ସମୟରେ ସମସ୍ତ ଶ୍ରଦ୍ଧାଳୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବେ। ସାଧାରଣ ଦର୍ଶନ ବ୍ୟବସ୍ଥାରେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ସକାଳେ ଓ ସନ୍ଧ୍ୟାରେ ୧ଘଣ୍ଟା ଲେଖାଏ ଦର୍ଶନ ସୁଯୋଗ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଏସ୍‌ଓପି ସଂକ୍ରାନ୍ତ ଉକ୍ତ ବୈଠକରେ ଜିଲାପାଳଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଉପଜିଲାପାଳ ଭବତାରଣ ସାହୁ, ପୌରାଞ୍ଚଳ ଅଧିକାରୀ ଓ ମନ୍ଦିର କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri