କାମରେ ଲାଗୁନି ଶୌଚାଳୟ

ରାଉରକେଲା ଅଫିସ,୪।୨: ରାଉରକେଲା ମହାନଗର ନିଗମ ଅଧୀନ ପାନପୋଷ ବଜାରରେ ଥିବା ସାର୍ବଜନୀନ ଶୌଚାଳୟ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଫଳରେ ବଜାରକୁ ଆସୁଥିବା ଗ୍ରାହକ ଏବଂ ବ୍ୟବସାୟୀମାନେ ଅସୁବିଧା ଭୋଗୁଛନ୍ତି।
ପାନପୋଷ ବଜାର ରାଉରକେଲାର ସର୍ବପୁରାତନ ବଜାର। ୯ଏକର ପରିମିତ ଜାଗାରେ ଏହି ବଜାର ରହିଛି। ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଦୋକାନ ରହିଛି। ବଜାରର ଆୟକୁ ଦେଖି କିଛି ମାସ ତଳେ ରାଉରକେଲା ମହାନଗର ନିଗମ ତରଫରୁ ବଜାର ପରିସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରାଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ଦୋକାନୀ ଏବଂ ଗ୍ରାହକଙ୍କ କାମରେ ଆସିପାରିନାହିଁ। ନବନିର୍ମିତ ଶୌଚାଳୟଟି ଆବର୍ଜନା ପରିପୂର୍ଣ୍ଣ ହୋଇପଡିଛି। ମହିଳା ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନା ଭାଙ୍ଗିରୁଜି ଗଲାଣି। ଭିତର ଏବଂ ବାହାର ବେଶିନରେ ଆବର୍ଜନା ଭର୍ତ୍ତି ହୋଇଛି। ଶୌଚାଳୟରେ ଲାଗିଥିବା ଉପକରଣ ମଧ୍ୟ ଚୋରି ହୋଇଗଲାଣି। ଅନ୍ୟପଟେ ପାନପୋଷ ବଜାରର ରାସ୍ତାଘାଟ, ଡ୍ରେନେଜ୍‌ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡିଛି। ଏତେବଡ ବଜାରରେ ପାନୀୟ ବ୍ୟବସ୍ଥା ପାଇଁ କେବଳ ମାତ୍ର ଗୋଟିଏ ଓ୍ବାଟର ଟ୍ୟାଙ୍କର ରହିଛି। ଯାହାକି ଦୋକାନୀ, ଗ୍ରାହକଙ୍କ ପାନୀୟ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। ଏ ଦିଗରେ ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି କିଛି ବ୍ୟବସାୟୀ କହିଛନ୍ତି। ଏ ନେଇ ମହାନଗର ନିଗମର ମୁଖ୍ୟ କିରାଣୀ ବିଜୟ କୁମାର ବେହେରା କୁହନ୍ତି, ବଜାରର ବ୍ୟବସାୟୀମାନଙ୍କ ଅଭିଯୋଗ ଭିତ୍ତିହୀନ। ନବନିର୍ମିତ ଶୌଚାଳୟରୁ ଦାମିକିଆ ଉପକରଣା ଚୋରି ହେଲା ପରେ ବି କେହି ଆମକୁ ଅବଗତ କଲେ ନାହିଁ। ୫୦ ଦିନ ମଧ୍ୟରେ ଉକ୍ତ ଦୋକାନୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଯେଉଁଠି ନୂତନ ଭାବେ ପାନପୋଷ ବଜାର ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ରାଉରକେଲା ମହାନଗର ନିଗମ କମିଶନର ଡା. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ପାନପୋଷ ବଜାରର ସାର୍ବଜନିକ ଶୌଚାଳୟକୁ ସୁବ୍ୟବସ୍ଥିତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri