ଦୂରରେ ରହିଲେ ବି ଏକାଠି

କେତେବେଳେ ଉଚ୍ଚଶିକ୍ଷା ତ କେବେ ପୁଣି କ୍ୟାରିୟର ଆଉ କେବେ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାର ଇଚ୍ଛା। ଏଥିପାଇଁ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି ଲଙ୍ଗ୍‌ ଡିଷ୍ଟାନ୍ସ ରିଲେସନଶିପ୍‌। ଏଭଳିି କ୍ଷେତ୍ରରେ ପରସ୍ପର ଠାରୁ ଦୂରରେ ରହି ସମ୍ପର୍କ ନିଭାଉଛନ୍ତି ସ୍ବାମୀସ୍ତ୍ରୀ। ତେବେ ସ୍ଥାନର ଦୂରତା ଯେମିତି ସମ୍ପର୍କରେ ଦୂରତା ନ ଆଣୁ ସେଥିପାଇଁ ସତର୍କ ରହିବା ବି ଜରୁରୀ…

ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନଶିପ୍‌ ଅର୍ଥାତ୍‌ ଦୂରରେ ରହି ସମ୍ପର୍କ ନିଭାଇବା ଏବେ ଆଧୁନିକ ଲାଇଫଷ୍ଟାଇଲରେ ଏକ ବିଶେଷ ସ୍ଥାନ ନେଇଛି। ଅଧିକାଂଶ ଦମ୍ପତି ନିଜ ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଏଭଳି ସମ୍ପର୍କରେ ରହୁଛନ୍ତି। ଫଳରେ ପରସ୍ପରକୁ ଖୁବ୍‌ କମ୍‌ ସମୟ ଦେଇପାରୁଛନ୍ତି। କିନ୍ତୁ ଦୂରରେ ରହି ବି ସମ୍ପର୍କକୁ ମଧୁର କରି ଏକ ମଜଭୁତ ବନ୍ଧନର ପ୍ରମାଣ ଦେବାକୁ ହେଲେ ଅନେକ ଦିଗ ପ୍ରତି ଧ୍ୟାନଦେବାକୁ ହେବ।
ପ୍ରତିଦିନ କଥା ହୁଅନ୍ତୁ: ଦୂରରେ ରହୁଥିବା ସ୍ବାମୀସ୍ତ୍ରୀ ସବୁଦିନ ପରସ୍ପର ସହ କଥାବାର୍ତ୍ତା ହୁଅନ୍ତୁ। ଦିନର ଆରମ୍ଭରେ ସାଥୀଙ୍କ ସହ କଥା ହୋଇ ତାଙ୍କର ସବୁ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ଜାଣନ୍ତୁ। ଫଳରେ ପରସ୍ପରର କଷ୍ଟ ଅନୁଭବ କରିପାରିବେ। ଶାରୀରିକଭାବେ ହୁଏତ ଆପଣ ତାଙ୍କର ସମସ୍ୟା ସମାଧାନ କରିପାରିବେ ନାହିଁ, କିନ୍ତୁ ମାନସିକ ସପୋର୍ଟ ଦିଅନ୍ତୁ। ଖୁସି ହେଉ ଅବା ସମସ୍ୟା ସବୁକଥା ପରସ୍ପର ସହ ଶେୟାର କରନ୍ତୁ। ଏପରି କରିବା ଫଳରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଖରେ ଥିବା ଭଳି ଅନୁଭବ କରିପାରିବେ। ତେଣୁ ଦୂରରେ ଥିଲେ ବି ଏକ ଅତୁଟ ସମ୍ପର୍କ ନିଭାଇପାରିବେ।
ବିଶ୍ୱାସ ହରାନ୍ତୁ ନାହିଁ: ଡିଷ୍ଟାନ୍ସ ରିଲେଶନଶିପ୍‌ରେ ପରସ୍ପର ପ୍ରତି ବିଶ୍ୱାସ ରଖିବା ନିହାତି ଜରୁରୀ। ହଠାତ୍‌ କୌଣସି କଥା ଶୁଣି ସନ୍ଦେହ କରନ୍ତୁ ନାହିଁ। ଏହା ଏଭଳି ଏକ ବ୍ୟାଧି ଯାହା ନିମିଷକେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ସନ୍ଦେହ ହେବା ଭଳି କୌଣସି ଘଟଣା ଥିଲେ ପ୍ରଥମେ ଶାନ୍ତ ମନରେ ଚିନ୍ତାକରି ସମୟ ସୁବିଧା ଦେଖି ପରସ୍ପର ମଧ୍ୟରେ ଶାନ୍ତ ଭାବରେ କଥାବାର୍ତ୍ତା ହୁଅନ୍ତୁ। ନିଶ୍ଚିତଭାବେ ସମାଧାନ ପନ୍ଥା ବାହାରିବ। ସବୁଠୁ ବଡ଼ କଥା ହେଉଛି କୌଣସି ପରିସ୍ଥିତିରେ ବି ପରସ୍ପରକୁ ମିଛ କୁହନ୍ତୁ ନାହିଁ ଅବା କୌଣସି କଥା ଲୁଚାନ୍ତୁ ନାହିଁ।
ମିଳାମିଶାର ସମୟ: ଦୂରରେ ରହୁଥିବା ସ୍ବାମୀସ୍ତ୍ରୀ ମଝିରେ ମଝିରେ ସମୟ ବାହାରକରି ପରସ୍ପରକୁ ଦେଖାକରିବା ନିହାତି ଜରୁରୀ। ଯଦି ତାଙ୍କ ପାଖରେ ସମୟ ସୁବିଧା ନ ଥାଏ ତେବେ ଆପଣ ନିଜେ ସମୟ ବାହାର କରି ତାଙ୍କ ପାଖକୁ ଯାଆନ୍ତୁ। ମିଳାମିଶାର ଏହି ସମୟ ବାରମ୍ବାର ହେଲେ ସମ୍ପର୍କର ମାଧୁର୍ଯ୍ୟ ବି ବଢ଼ିପାରିବ। କେବେ କେବେ କୌଣସି ଖବର ନ ଦେଇ ସାଥୀଙ୍କ ପାଖରେ ପହଞ୍ଚି ତାଙ୍କୁ ସର୍‌ପ୍ରାଇଜ୍‌ ଦିଅନ୍ତୁ। ଜୀବନରେ ଏ ସବୁର ଆବଶ୍ୟକତାକୁ ଅନୁଭବ କରି କାମ କରନ୍ତୁ।
ଭିଡିଓ କଲ୍‌ ଓ ଫଟୋ: ପରସ୍ପର ମଧ୍ୟରେ ସ୍ଥାନର ଦୂରତାକୁ କମ୍‌ କରିବା ପାଇଁ ଏବେ ଆଧୁନିକ ଲାଇଫଷ୍ଟାଇଲରେ ଢେର୍‌ ସୁବିଧା ସୁଯୋଗ ରହିଛି। ଏଇ ଯେମିତି ଭିଡିଓ କମ୍‌, ଏସ୍‌ଏମ୍‌ଏସ୍‌ ଇତ୍ୟାଦି। ତେଣୁ ପ୍ରତିଦିନ ସାଥୀଙ୍କ ସହ ଦେଖାହେବାର ଅନୁଭବ କରିବା ପାଇଁ ଆପଣ ଏସବୁର ସୁବିଧା ନେଇପାରିବେ। ଦିନକୁ ଅତିକମ୍‌ରେ ଥରେ ଏପରି ଭିଡିଓ କଲ୍‌ କରନ୍ତୁ କିମ୍ବା ଫଟୋ ଶେୟାର କରନ୍ତୁ।
ପର୍ସନାଲ ସ୍ପେସ୍‌: ପ୍ରତ୍ୟେକ ସମ୍ପର୍କରେ କିଛିଟା ପର୍ସନାଲ ସ୍ପେସ୍‌ ରହିବା ନିହାତି ଜରୁରୀ। ତେଣୁ ଆପଣ ମଧ୍ୟ ନିଜ ସାଥୀଙ୍କୁ କିଛିଟା ସ୍ବାଧୀନତା ନିଶ୍ଚୟ ଦିଅନ୍ତୁ। ଅତ୍ୟଧିକ ସନ୍ଦେହୀ ସାଥୀଙ୍କ ଭଳି ପ୍ରତି କଥାରେ ମୁଣ୍ଡ ପୂରାଇ ବିରକ୍ତ ହେବା ଭଳି କାମ କରନ୍ତୁ ନାହିଁ। ସାଥୀଙ୍କ ସମ୍ପର୍କରେ କେଉଁ କ୍ଷେତ୍ରରୁ ନିଜକୁ ଦୂରେଇ ରଖିବା ଉଚିତ। ସେନେଇ ବିଚାରକରି କାମ କରନ୍ତୁ।
ଏକାଠି ରହିବା ଶିଖନ୍ତୁ: ଦୂରରେ ରହି ବି ଏକାଠି ରହିବାର କଳା ଶିଖିପାରିଲେ ସମ୍ପର୍କରେ ମଧୁରତା ଭରି ରହିଥାଏ। ତେଣୁ ଡିଷ୍ଟାନ୍ସ ରିଲେଶନରେ ଏକାଠି ହୋଇ ରହିବା ପାଇଁ ଚାହୁଁଥିଲେ ଅଲଗା ରହିବାର କଳା ନିଶ୍ଚୟ ଶିଖନ୍ତୁ। ଫଳରେ ଭବିଷ୍ୟତରେ ଆପଣ ନିଜ ଜୀବନକୁ ସୁନ୍ଦର କରିପାରିବେ।

ଏମାନେ କ’ଣ କରନ୍ତି

ସମ୍ପର୍କର ନିବିଡ଼ତା ଜମାରୁ କମିନି
ତାଙ୍କର ଚାକିରି ଚେନ୍ନାଇରେ କିନ୍ତୁ ମୋର କର୍ମକ୍ଷେତ୍ର ରାଉରକେଲାରେ। ସେଥିପାଇଁ ମୁଁ ଛୁଟି ହେବା ମାତ୍ରେ ତାଙ୍କ ପାଖକୁ ଯାଏ ଓ ତାଙ୍କର ଛୁଟି ହେଲେ ସେ ମୋ ପାଖକୁ ଆସନ୍ତି। ଅଧିକ ଦିନ ଛୁଟି ମିଳିଲେ ଆମେ ଏକାଠି ମିଶି ଗାଁକୁ ଯାଉ। କିନ୍ତୁ ସବୁଦିନ ଫୋନ୍‌ରେ କଥା ହେଉ। ଶୋଇବା ପୂର୍ବରୁ ଦିନ ସାରାର ବିଭିନ୍ନ କଥା ସମ୍ପର୍କରେ ଆମେ ଫୋନ୍‌ରେ ନିଶ୍ଚୟ ଆଲୋଚନା କରୁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଚାକିରି କରିବା ପାଇଁ ଆମେ ପରସ୍ପରଠାରୁ ଅଲଗା ରହୁଛୁ ସତ, କିନ୍ତୁ ଆମ ସମ୍ପର୍କର ନିବିଡ଼ତା ଆଦୌ କମିନାହିଁ।
– ଦେବଦର୍ଶନ ସାମନ୍ତରାୟ
ସହକାରୀ ପ୍ରଫେସର, ସୁଶୀଳାବତୀ ମହାବିଦ୍ୟାଳୟ, ରାଉରକେଲା
ପାଖରେ ଥିବା ଭଳି ଅନୁଭବ
ଯାଜପୁରର ଏକ କମ୍ପାନୀରେ ସେ ଇଞ୍ଜିନିୟର ଅଛନ୍ତି। ତାଙ୍କର ଚାକିରିରେ ବିଭିନ୍ନ ସ୍ଥାନକୁ ବଦଳି ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିଲାଗି ପିଲା ଓ ପରିବାର ସହିତ ମୁଁ ବାଲେଶ୍ୱରରେ ରହୁଛି। ତେବେ ସପ୍ତାହକୁ ତାଙ୍କର ଦୁଇଦିନ ଛୁଟି ଥିବାରୁ ସେ ପ୍ରତି ସପ୍ତାହରେ ଆମ ପାଖକୁ ଆସନ୍ତି। ଏହା ବ୍ୟତୀତ ଅନ୍ୟ ଯେକୌଣସି ଛୁଟିରେ ସେ ଆମ ପାଖକୁ ଆସନ୍ତି। ସବୁଦିନ ଫୋନ୍‌ରେ ଭଲମନ୍ଦ ବୁଝନ୍ତି। ତେଣୁ ଦୂରରେ ଥିଲେ ବି ସେ ସବୁବେଳେ ଆମ ପାଖରେ ଥିବା ଭଳି ଅନୁଭବ କରାଇଥାନ୍ତି।
– ପ୍ରତିଭା ନାୟକ, ଶିକ୍ଷୟିତ୍ରୀ, କୋଏଲ ନଗର, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

ଅବସର ନେଲେ ଭାରତର ଏହି ଉଇକେଟକିପର ବ୍ୟାଟର, ଜାଣନ୍ତୁ…

ମୁମ୍ବାଇ, ୪ା୬- ଉଇକେଟକିପର ବ୍ୟାଟର କେଏସ୍‌ ଭରତ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ନେଇ ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri