ଦୂରରେ ରହିଲେ ବି ଏକାଠି

କେତେବେଳେ ଉଚ୍ଚଶିକ୍ଷା ତ କେବେ ପୁଣି କ୍ୟାରିୟର ଆଉ କେବେ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାର ଇଚ୍ଛା। ଏଥିପାଇଁ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି ଲଙ୍ଗ୍‌ ଡିଷ୍ଟାନ୍ସ ରିଲେସନଶିପ୍‌। ଏଭଳିି କ୍ଷେତ୍ରରେ ପରସ୍ପର ଠାରୁ ଦୂରରେ ରହି ସମ୍ପର୍କ ନିଭାଉଛନ୍ତି ସ୍ବାମୀସ୍ତ୍ରୀ। ତେବେ ସ୍ଥାନର ଦୂରତା ଯେମିତି ସମ୍ପର୍କରେ ଦୂରତା ନ ଆଣୁ ସେଥିପାଇଁ ସତର୍କ ରହିବା ବି ଜରୁରୀ…

ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନଶିପ୍‌ ଅର୍ଥାତ୍‌ ଦୂରରେ ରହି ସମ୍ପର୍କ ନିଭାଇବା ଏବେ ଆଧୁନିକ ଲାଇଫଷ୍ଟାଇଲରେ ଏକ ବିଶେଷ ସ୍ଥାନ ନେଇଛି। ଅଧିକାଂଶ ଦମ୍ପତି ନିଜ ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଏଭଳି ସମ୍ପର୍କରେ ରହୁଛନ୍ତି। ଫଳରେ ପରସ୍ପରକୁ ଖୁବ୍‌ କମ୍‌ ସମୟ ଦେଇପାରୁଛନ୍ତି। କିନ୍ତୁ ଦୂରରେ ରହି ବି ସମ୍ପର୍କକୁ ମଧୁର କରି ଏକ ମଜଭୁତ ବନ୍ଧନର ପ୍ରମାଣ ଦେବାକୁ ହେଲେ ଅନେକ ଦିଗ ପ୍ରତି ଧ୍ୟାନଦେବାକୁ ହେବ।
ପ୍ରତିଦିନ କଥା ହୁଅନ୍ତୁ: ଦୂରରେ ରହୁଥିବା ସ୍ବାମୀସ୍ତ୍ରୀ ସବୁଦିନ ପରସ୍ପର ସହ କଥାବାର୍ତ୍ତା ହୁଅନ୍ତୁ। ଦିନର ଆରମ୍ଭରେ ସାଥୀଙ୍କ ସହ କଥା ହୋଇ ତାଙ୍କର ସବୁ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ଜାଣନ୍ତୁ। ଫଳରେ ପରସ୍ପରର କଷ୍ଟ ଅନୁଭବ କରିପାରିବେ। ଶାରୀରିକଭାବେ ହୁଏତ ଆପଣ ତାଙ୍କର ସମସ୍ୟା ସମାଧାନ କରିପାରିବେ ନାହିଁ, କିନ୍ତୁ ମାନସିକ ସପୋର୍ଟ ଦିଅନ୍ତୁ। ଖୁସି ହେଉ ଅବା ସମସ୍ୟା ସବୁକଥା ପରସ୍ପର ସହ ଶେୟାର କରନ୍ତୁ। ଏପରି କରିବା ଫଳରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଖରେ ଥିବା ଭଳି ଅନୁଭବ କରିପାରିବେ। ତେଣୁ ଦୂରରେ ଥିଲେ ବି ଏକ ଅତୁଟ ସମ୍ପର୍କ ନିଭାଇପାରିବେ।
ବିଶ୍ୱାସ ହରାନ୍ତୁ ନାହିଁ: ଡିଷ୍ଟାନ୍ସ ରିଲେଶନଶିପ୍‌ରେ ପରସ୍ପର ପ୍ରତି ବିଶ୍ୱାସ ରଖିବା ନିହାତି ଜରୁରୀ। ହଠାତ୍‌ କୌଣସି କଥା ଶୁଣି ସନ୍ଦେହ କରନ୍ତୁ ନାହିଁ। ଏହା ଏଭଳି ଏକ ବ୍ୟାଧି ଯାହା ନିମିଷକେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ସନ୍ଦେହ ହେବା ଭଳି କୌଣସି ଘଟଣା ଥିଲେ ପ୍ରଥମେ ଶାନ୍ତ ମନରେ ଚିନ୍ତାକରି ସମୟ ସୁବିଧା ଦେଖି ପରସ୍ପର ମଧ୍ୟରେ ଶାନ୍ତ ଭାବରେ କଥାବାର୍ତ୍ତା ହୁଅନ୍ତୁ। ନିଶ୍ଚିତଭାବେ ସମାଧାନ ପନ୍ଥା ବାହାରିବ। ସବୁଠୁ ବଡ଼ କଥା ହେଉଛି କୌଣସି ପରିସ୍ଥିତିରେ ବି ପରସ୍ପରକୁ ମିଛ କୁହନ୍ତୁ ନାହିଁ ଅବା କୌଣସି କଥା ଲୁଚାନ୍ତୁ ନାହିଁ।
ମିଳାମିଶାର ସମୟ: ଦୂରରେ ରହୁଥିବା ସ୍ବାମୀସ୍ତ୍ରୀ ମଝିରେ ମଝିରେ ସମୟ ବାହାରକରି ପରସ୍ପରକୁ ଦେଖାକରିବା ନିହାତି ଜରୁରୀ। ଯଦି ତାଙ୍କ ପାଖରେ ସମୟ ସୁବିଧା ନ ଥାଏ ତେବେ ଆପଣ ନିଜେ ସମୟ ବାହାର କରି ତାଙ୍କ ପାଖକୁ ଯାଆନ୍ତୁ। ମିଳାମିଶାର ଏହି ସମୟ ବାରମ୍ବାର ହେଲେ ସମ୍ପର୍କର ମାଧୁର୍ଯ୍ୟ ବି ବଢ଼ିପାରିବ। କେବେ କେବେ କୌଣସି ଖବର ନ ଦେଇ ସାଥୀଙ୍କ ପାଖରେ ପହଞ୍ଚି ତାଙ୍କୁ ସର୍‌ପ୍ରାଇଜ୍‌ ଦିଅନ୍ତୁ। ଜୀବନରେ ଏ ସବୁର ଆବଶ୍ୟକତାକୁ ଅନୁଭବ କରି କାମ କରନ୍ତୁ।
ଭିଡିଓ କଲ୍‌ ଓ ଫଟୋ: ପରସ୍ପର ମଧ୍ୟରେ ସ୍ଥାନର ଦୂରତାକୁ କମ୍‌ କରିବା ପାଇଁ ଏବେ ଆଧୁନିକ ଲାଇଫଷ୍ଟାଇଲରେ ଢେର୍‌ ସୁବିଧା ସୁଯୋଗ ରହିଛି। ଏଇ ଯେମିତି ଭିଡିଓ କମ୍‌, ଏସ୍‌ଏମ୍‌ଏସ୍‌ ଇତ୍ୟାଦି। ତେଣୁ ପ୍ରତିଦିନ ସାଥୀଙ୍କ ସହ ଦେଖାହେବାର ଅନୁଭବ କରିବା ପାଇଁ ଆପଣ ଏସବୁର ସୁବିଧା ନେଇପାରିବେ। ଦିନକୁ ଅତିକମ୍‌ରେ ଥରେ ଏପରି ଭିଡିଓ କଲ୍‌ କରନ୍ତୁ କିମ୍ବା ଫଟୋ ଶେୟାର କରନ୍ତୁ।
ପର୍ସନାଲ ସ୍ପେସ୍‌: ପ୍ରତ୍ୟେକ ସମ୍ପର୍କରେ କିଛିଟା ପର୍ସନାଲ ସ୍ପେସ୍‌ ରହିବା ନିହାତି ଜରୁରୀ। ତେଣୁ ଆପଣ ମଧ୍ୟ ନିଜ ସାଥୀଙ୍କୁ କିଛିଟା ସ୍ବାଧୀନତା ନିଶ୍ଚୟ ଦିଅନ୍ତୁ। ଅତ୍ୟଧିକ ସନ୍ଦେହୀ ସାଥୀଙ୍କ ଭଳି ପ୍ରତି କଥାରେ ମୁଣ୍ଡ ପୂରାଇ ବିରକ୍ତ ହେବା ଭଳି କାମ କରନ୍ତୁ ନାହିଁ। ସାଥୀଙ୍କ ସମ୍ପର୍କରେ କେଉଁ କ୍ଷେତ୍ରରୁ ନିଜକୁ ଦୂରେଇ ରଖିବା ଉଚିତ। ସେନେଇ ବିଚାରକରି କାମ କରନ୍ତୁ।
ଏକାଠି ରହିବା ଶିଖନ୍ତୁ: ଦୂରରେ ରହି ବି ଏକାଠି ରହିବାର କଳା ଶିଖିପାରିଲେ ସମ୍ପର୍କରେ ମଧୁରତା ଭରି ରହିଥାଏ। ତେଣୁ ଡିଷ୍ଟାନ୍ସ ରିଲେଶନରେ ଏକାଠି ହୋଇ ରହିବା ପାଇଁ ଚାହୁଁଥିଲେ ଅଲଗା ରହିବାର କଳା ନିଶ୍ଚୟ ଶିଖନ୍ତୁ। ଫଳରେ ଭବିଷ୍ୟତରେ ଆପଣ ନିଜ ଜୀବନକୁ ସୁନ୍ଦର କରିପାରିବେ।

ଏମାନେ କ’ଣ କରନ୍ତି

ସମ୍ପର୍କର ନିବିଡ଼ତା ଜମାରୁ କମିନି
ତାଙ୍କର ଚାକିରି ଚେନ୍ନାଇରେ କିନ୍ତୁ ମୋର କର୍ମକ୍ଷେତ୍ର ରାଉରକେଲାରେ। ସେଥିପାଇଁ ମୁଁ ଛୁଟି ହେବା ମାତ୍ରେ ତାଙ୍କ ପାଖକୁ ଯାଏ ଓ ତାଙ୍କର ଛୁଟି ହେଲେ ସେ ମୋ ପାଖକୁ ଆସନ୍ତି। ଅଧିକ ଦିନ ଛୁଟି ମିଳିଲେ ଆମେ ଏକାଠି ମିଶି ଗାଁକୁ ଯାଉ। କିନ୍ତୁ ସବୁଦିନ ଫୋନ୍‌ରେ କଥା ହେଉ। ଶୋଇବା ପୂର୍ବରୁ ଦିନ ସାରାର ବିଭିନ୍ନ କଥା ସମ୍ପର୍କରେ ଆମେ ଫୋନ୍‌ରେ ନିଶ୍ଚୟ ଆଲୋଚନା କରୁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଚାକିରି କରିବା ପାଇଁ ଆମେ ପରସ୍ପରଠାରୁ ଅଲଗା ରହୁଛୁ ସତ, କିନ୍ତୁ ଆମ ସମ୍ପର୍କର ନିବିଡ଼ତା ଆଦୌ କମିନାହିଁ।
– ଦେବଦର୍ଶନ ସାମନ୍ତରାୟ
ସହକାରୀ ପ୍ରଫେସର, ସୁଶୀଳାବତୀ ମହାବିଦ୍ୟାଳୟ, ରାଉରକେଲା
ପାଖରେ ଥିବା ଭଳି ଅନୁଭବ
ଯାଜପୁରର ଏକ କମ୍ପାନୀରେ ସେ ଇଞ୍ଜିନିୟର ଅଛନ୍ତି। ତାଙ୍କର ଚାକିରିରେ ବିଭିନ୍ନ ସ୍ଥାନକୁ ବଦଳି ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିଲାଗି ପିଲା ଓ ପରିବାର ସହିତ ମୁଁ ବାଲେଶ୍ୱରରେ ରହୁଛି। ତେବେ ସପ୍ତାହକୁ ତାଙ୍କର ଦୁଇଦିନ ଛୁଟି ଥିବାରୁ ସେ ପ୍ରତି ସପ୍ତାହରେ ଆମ ପାଖକୁ ଆସନ୍ତି। ଏହା ବ୍ୟତୀତ ଅନ୍ୟ ଯେକୌଣସି ଛୁଟିରେ ସେ ଆମ ପାଖକୁ ଆସନ୍ତି। ସବୁଦିନ ଫୋନ୍‌ରେ ଭଲମନ୍ଦ ବୁଝନ୍ତି। ତେଣୁ ଦୂରରେ ଥିଲେ ବି ସେ ସବୁବେଳେ ଆମ ପାଖରେ ଥିବା ଭଳି ଅନୁଭବ କରାଇଥାନ୍ତି।
– ପ୍ରତିଭା ନାୟକ, ଶିକ୍ଷୟିତ୍ରୀ, କୋଏଲ ନଗର, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri