ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି ୬ ଜୋନ୍‌ ରହିଛି । ସେଥିମଧ୍ୟରୁ ଓଡ଼ଗାଁ ବ୍ଲକର ୧ ଓ ୨ ନଂ.ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ୧୨,୧୩,୧୪ ଓ ୧୫ନଂ.ବୁଥ୍‌ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ କରାଯିବ ା ନିର୍ବାଚନ ହେବାକୁ ଥିବା ଏହି ୪ଜୋନ୍‌ରେ ପରୀ ହତ୍ୟା, ଅଚଳ ଚିନିକଳ, ଧାନର ଅଭାବୀ ବିକ୍ରି ଓ ପୁରୁଣା କର୍ମୀଙ୍କୁ ଅଣଦେଖା ତାତି ଦେଖିବାକୁ ମିଳୁଛି। ଏପରି ପ୍ରସଙ୍ଗ ଶାସକ ଦଳର ଭୋଟକୁ ବିଭାଜନ କରିବ ବୋଲି ରାଜନୈତକ ବିଶେଷଜ୍ଞକମାନେ ମତ ରଖିଛନ୍ତି । ବିଜେଡି କିନ୍ତୁ ଜିଲାର ୨୪ ଜୋନ୍‌ ଦଖଲ କରିବ । ନବୀନଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ବିରୋଧୀଙ୍କ ସବୁ ଖେଳ ବିଗାଡ଼ି ଦେବ । ବିରୋଧୀ ଦଳର ଅପପ୍ରଚାର ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି ଦଳୀୟ କର୍ମୀମାନେ କହିଛନ୍ତି ।

ନୟାଗଡ଼ ସଦର ଥାନା ଯଦୁପୁର ଗାଁର ୫ବର୍ଷର ଝିଅ ପରୀ ହତ୍ୟା ଘଟଣାର ଏଯାବତ ଗୁମର ଖୋଲିନାହିଁ। ହତ୍ୟାକାରୀଙ୍କୁ ନୟାଗଡ଼ ବିଧାୟକ ସୁରକ୍ଷା ଦେଉଥିବା ଭାଜପା, କଂଗ୍ରେସ ସହିତ ପରୀଙ୍କ ମା’ବାପା ଅଭିଯୋଗ କରିଆସୁଛନ୍ତି । ପରୀ ହତ୍ୟାକାଣ୍ଡର ଗୁମର ଖୋଲିବା, ପରୀକୁ ନ୍ୟାୟ ଦେବା ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା । ଅନ୍ୟପକ୍ଷେ ୨୦୧୯ ସାଧାରଣ ନିର୍ବାଚନ ପରେ ଚିନିକଳ ଚାଲୁ ହେବ ବୋଲି ଶାସକ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୩ ବର୍ଷ ବିତିଥିଲେ ମଧ୍ୟ ଚିନିକଳ ବନ୍ଦ ପଡ଼ିଛି  ବହୁ ଯନ୍ତ୍ରାଂଶ ସେଠାରୁ ଚୋରି ହୋଇଗଲାଣି । ପୁଣି ବାତ୍ୟା ଜୱାଦରେ ଚାଷୀଙ୍କ ଧାନ ଫସଲ ଉଜୁଡ଼ି ଯାଇଥିଲା। ପ୍ରତି ମଣ୍ଡିରେ କୁଇଣ୍ଟାଲ ପିଛା୧୫ରୁ ୨୦କେଜି କଟ୍‌ନୀଛଟ୍‌ନୀ ଚାଲିଛି । କୃଷିମନ୍ତ୍ରୀଙ୍କ ଜିଲାରେ ଚାଷୀ ଉପେକ୍ଷିତ ହୋଇଥିବାରୁ ଅସନ୍ତୋଷ ବଢ଼ୁଛି । ବିଜେଡିରେ ପ୍ରତ୍ୟହ ନୂୂଆ କର୍ମୀ, ନେତା ମିଶୁଥିବା ବେଳେ ପୁରୁଣାନେତା, କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ପୁରୁଣା କର୍ମୀ ଓ ନେତା ବିକଳ୍ପ ଖୋଜୁଥିବାରୁ ଦଳ ପାଇଁ ତାହା ଘାତକ ସାଜିପାରେ ବୋଲି ମତ ପ୍ରକାଶ ପାଇଛି । ପୁଣି ଅସନ୍ତୁଷ୍ଟ ପ୍ରାର୍ଥୀ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଶାସକ ଦଳର ଭୋଟକୁ ବିଭାଜନ କରିବା ଚିନ୍ତାର କାରଣ ପାଲଟିଛି। ସେହିଭଳି ଜିଲା ପରିଷଦ ପ୍ରାର୍ଥତ୍ତ୍ୱ ଉପରେ ପ୍ରଶ୍ନ ଉଠିଛି । ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ଜଣେ ଭୋଟର କୁହନ୍ତି, ଗଁାଗଣ୍ଡାରେ ଭୋଟ କିଣା ଚାଲିଛି। ଗୋଟିିଏ ଭୋଟର ଦାମ ୫୦୦ରୁ ଦେଢ଼ ହଜାର ଟଙ୍କାରେ ବିକ୍ରି ହେଉଛି। ସବୁ ଭୋଟର ଟଙ୍କା ନେଉ ନ ଥିଲେ ମଧ୍ୟ ବଦନାମର ବୋଝ ମୁଣ୍ଡାଇବାକୁ ପଡୁଛି। ତେବେ ଟଙ୍କା ବାଣ୍ଟୁଥିବା ଦଳ ଓ ନେଉଥିବା ଭୋଟରଙ୍କ ଯୋଗୁ ବିକାଶ ବାଟବଣା ହୋଇଛି । ଦେଶ,ରାଜ୍ୟ,ଜିଲା ଓ ଗଁା ବଦଳି ପାରୁନି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କହିବା ବେଳକୁ ଅଭିଯୋଗ ରଖିବାକୁ କେହି ଆଗ୍ରହୀ ନୁହନ୍ତି। ଅନ୍ୟ ଜଣେ ଭୋଟର କୁହନ୍ତି, ରାଜନୀତିରେ ଭଲ ଲୋକ ଖୋଜିଲେ ମିଳୁନାହାନ୍ତି । ଭଲ ଲୋକଙ୍କୁ ବଦନାମ କରାଯାଉଥିବାରୁ ଧୀରେ ଧୀରେ ରାଜନୀତି କଳୁଷିତ ହୋଇ ଚାଲିଛି । ଶାସକ ଦଳ ବିରୋଧରେ ପରବର୍ତ୍ତନର ହାୱା ବହୁଛି । ହେଲେ ଏହା କେତେଦୂର କାର୍ଯ୍ୟକରିବ ଭୋଟ ଗଣତି ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri