ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବ ଦିନାମତ୍କ କୁମ୍ଭମେଳା ଶନିବାରଠାରୁ ଆରମ୍ଭ ହେଉଛି। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୂରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେବ। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁ ପହଞ୍ଚତ୍ ସାରିଥିବାବେଳେ ଯଜ୍ଞକୁଣ୍ଡ ସ୍ଥାପନ ସହ ଆନୁସଙ୍ଗିକ ବନ୍ଦୋବସ୍ତରେ ସନ୍ନ୍ୟାସୀମାନେ ଲାଗିପଡ଼ିଛନ୍ତି। ପବିତ୍ର ଗୁପ୍ତ ଗଙ୍ଗା ଓ ଆକାଶଗଙ୍ଗାରେ ସାଧୁମାନେ ଅବହଗାନ କରିବେ। କାଶୀ, ହରିଦ୍ୱାରରୁ ଆସିଥିବା ଷ୍ଡାଣ୍ଡିଂ ବାବା, ରୁଦ୍ରାକ୍ଷ ବାବା, ଡାକ୍ତର ବାବା, ଜଟିଆ ବାବା ତପସ୍ୟା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୬ ତାରିଖ ଯାଏ ସନ୍ନ୍ୟାସୀମାନେ ତପସ୍ୟାରତ ରହିବେ। ଅନ୍ୟପଟେ ଚଳିତବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ ବାରଭୂଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ବାରଭୂଜା ପୀଠରେ ଏବଂ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହେବ। ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନୁମତି ପାଇବା ପରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟଲ ପକାଇବା ଆରମ୍ଭ କରିଦେଇଛନ୍ତି। ୨୫୦ରୁ ଅଧିକ ଷ୍ଟଲ ପଡ଼ିବାକୁ ଥିବାବେଳେ ୧୦ ତାରିଖ ଯାଏ କିଣାବିକା ଜମିବ। ଅନ୍ୟପଟେ ଖଣ୍ଡଗିରି ମେଳାର ଅନ୍ୟତମ ଆକର୍ଷଣ ରହୁଥିବା ରାମଦୋଳି, ବ୍ରେକ୍‌ ଡ଼୍ୟାନ୍ସ, ଡ୍ରାଗନ୍‌, ମିକି ମାଉସ୍‌ ଭଳି ଦୋଳି ବନ୍ଧା ଚାଲିଛି। ତେବେ ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁସାରେ ୩୦ ତାରିଖଠାରୁ ୬ଟି ପେଣ୍ଡାଲରେ ଯାତ୍ରାପାର୍ଟି ନାଟକ ପରିବେଷଣ କରିବେ। ଏଥିପାଇଁ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଜୋରସୋର ଚାଲିଛି।
ବାରଭୁଜା ପୀଠରେ
‘ନବରାତ୍ର କୁମ୍ଭମେଳା’
୪୧ ବର୍ଷ ହେବ ମା’ ବାରଭୁଜାଙ୍କ ପୀଠରେ ୯ଦିନ ଧରି ‘ନବରାତ୍ର କୁମ୍ଭମେଳା’ ଆୟୋଜିତ ହୋଇ ଆସୁଛି। ଏଠାରେ ୨୮ ତାରିଖରେ ବାରଭୁଜା ପୀଠରେ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଆରମ୍ଭ ହେବ। ଏଥିସହ ରାମଚରିତ ମାନସ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅନନ୍ତ ଗୁମ୍ଫା ନିକଟରେ ହେବାକୁ ଥିବା ହୋମ ଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା କରାଯିବା ସହ ଧୁନି ସ୍ଥାପନ କରାଯିବ। ଭୋର ୪ଟାରୁ ମା’ ବାରଭୁଜାଙ୍କ ନିକଟରେ ଖଣ୍ଡଗିରୀ ଭୋଗ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କୁ ଆଳତି ପରେ ବଣ୍ଟନ କରାଯାଇଛି। ଗତ ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ବିଧି ଆୟୋଜନ ହେଉଥିବାବେଳେ ଚଳିତବର୍ଷ ଦୈନିକ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। କାଶୀ, ହରିଦ୍ୱାରରୁ ପ୍ରାୟ ୨୫ଜଣ ନାଗାସାଧୁଙ୍କ ସମେତ ରାଜ୍ୟର ଶତାଧିକ ସାଧୁସନ୍ନ୍ୟାସୀ ଯୋଗ ଦେବେ। ଫେବୃୟାରୀ ୪ରେ ସାଧୁ ସମ୍ମିଳନୀ ତଥା ଧର୍ମସଭାରେ ରାଜ୍ୟର ବିଭିନ୍ନ ଆଶ୍ରମରୁ ସନ୍ନ୍ୟାସୀ ଯୋଗ ଦେଇ ଧାର୍ମିକ ତତ୍ତ୍ୱ ଉପରେ ଆଲୋଚନା କରିବେ। ୫ ତାରିଖରେ ପୂର୍ଣ୍ଣାହୁତି ସହ ଅଗ୍ନିଉତ୍ସବ ଆୟୋଜିତ ହେବ ବୋଲି ମା’ ବାରଭୁଜା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଦିନରେ ପୀଠରେ ନାରାୟଣ ସେବା, ସାଧୁସେବା ଜାରି ରହିବ। ପ୍ରତି ସନ୍ଧ୍ୟାରେ ରାମାୟଣୀ ସାଧୁମାନେ ରାମାୟଣ କଥା ଶୁଣାଇବା ସହ ପ୍ରବଚନ, ଭଜନ କୀର୍ତ୍ତନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri