ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ. ବୁଥ୍‌ରେ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏନେଇ ମଙ୍ଗଳବାର ରାତିରେ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି। ଉଭୟ ଦଳର ନେତାମାନେ ଦଳୀୟ ପ୍ରାର୍ଥିନୀଙ୍କୁ ଜିତାଇବା ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ଏପରିକି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି । ବଡ କଥା ହେଲା ଏହି ୱାର୍ଡରେ ବିଜେଡିର ଦାସ ଭାଇନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଗତ ଦିନକୁ ନଜର ପକାଇଲେ ଦାସ ଭାଇନାଙ୍କ ନେତୃତ୍ୱରେ ବିଜେଡି ପ୍ରାର୍ଥୀମାନେ ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜିତି ଆସିଛନ୍ତି। ଗତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ମଧ୍ୟ ୨ ଦଳୀୟ ପ୍ରାର୍ଥିନୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବା ବାରି ହେଉଛି । ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ଏହି ଦଳର ୨ ଗୋଷ୍ଠୀ ପ୍ରଚାର କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରୁ ଏ ପର୍ଯ୍ୟନ୍ତ ବର୍ତ୍ତମାନର ସରକାରୀ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ଦଳ ପୂର୍ବତନ ଜିଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଗୋଷ୍ଠୀ ମଧ୍ୟରେ ଶକ୍ତି ପରୀକ୍ଷା ଚାଲିଛି। ୨ ନେତା ସମାନ୍ତରାଳ ସଙ୍ଗଠନ ଜାରି ରଖିଛନ୍ତି । କିନ୍ତୁ ଏହି ୱାର୍ଡ ଉପନିର୍ବାଚନରେ ଉଭୟ ନେତା ଏକସଙ୍ଗେ ନ ହେଲେ ମଧ୍ୟ ପୃଥକ୍‌ ଭାବେ ବିଜେଡି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିଛନ୍ତି । ଫଳରେ ନୂଆ ସମୀକରଣ ସୃଷ୍ଟି କରିଛି । ଅନ୍ୟପଟେ ଗତ ସାଧାରଣ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ହାରିଯିବା ପରେ ସେ ନିର୍ବାଚନ ମଣ୍ଡଳୀ ସହ ସମ୍ପର୍କ କମାଇ ଦେଇଥିଲେ। ଏହା ଭିତରେ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣ ଦର୍ଶାଇ ଚିରଞ୍ଜୀବଙ୍କୁ କଂଗ୍ରେସ ନିଲମ୍ବନ କରିଛି। କିନ୍ତୁ ଏହି ଉପନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥିନୀଙ୍କ ପାଇଁ ଥରେ ନୁହେଁ ଦୁଇ ଥର ପ୍ରଚାର ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହା କଂଗ୍ରେସ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। କଂଗ୍ରେସ ଜିଲା ସଭାପତି ନଟବର ବାରିକ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ସମେତ ଏକାଧିକ ଦଳୀୟ ନେତା ଏହି ୱାର୍ଡ ଉପରେ ନଜର କେନ୍ଦ୍ରୀଭୁତ କରିଛନ୍ତି ।
ମୋଟାମୋଟି ଭାବେ ଉଭୟ ବିଜେଡି ଓ କଂଗ୍ରେସ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତ କୌଶଳ ଆପଣାଇଥିଲେ ସୁଦ୍ଧା ଦାସ ଭାଇନାଙ୍କ ଭୂମିକା ସର୍ବାଗ୍ରେ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡିର ଯେଉଁ ନେତା ଆସନ୍ତୁ ନା କାହିଁକି ତାଙ୍କ ବିନା ଇସାରାରେ ୱାର୍ଡରେ କିଛି ହୁଏନାହିଁ ବୋଲି ଆପାତତଃ ୱାର୍ଡବାସୀ କୁହାକୁହି ହେଉଛନ୍ତି। ହେଲେ ଏଥର ପୌରାଧ୍ୟକ୍ଷା ହୋଇଥିବା ଅର୍ଚ୍ଚନାଙ୍କ କୂଟନୀତିକୁ ମଧ୍ୟ ହାଲକା ଭାବେ ନିଆଯାଇ ନ ପାରେ। କାରଣ ଗତ ପୌର ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥିନୀ ଥିଲେ। ତାଙ୍କୁ ହରାଇବା ପାଇଁ ବିଜେଡି ପୂରା ଦମ୍‌ ଲଗାଇ ଦେଇଥିଲା । କିନ୍ତୁ କିଛି ଲାଭ ମିଳି ନ ଥିଲା । କଂଗ୍ରେସ କାଉନ୍‌ସିଲର ୧୦ ଖଣ୍ଡ ଭୋଟ ପାଇଥିଲେ ସୁଦ୍ଧା ଏହି ୱାର୍ଡରୁ ଅର୍ଚ୍ଚନା ୩୦ ଖଣ୍ଡ ଅଧିକ ଭୋଟ ପାଇବା ସବୁ ଅଙ୍କ ଭୁଲ୍‌ ପ୍ରମାଣିତ କରି ଦେଇଥିଲା। ଦଳୀୟ ନେତାଙ୍କ ସହଯୋଗ ସାଙ୍ଗକୁ ତାଙ୍କ ସ୍ବାମୀଙ୍କ ଗୋଟି ଚାଳନା ଯୋଗୁ ଏହା ସମ୍ଭବ ହୋଇ ପାରିଥିଲା। ତେବେ ୬ନଂ. ୱାର୍ଡ ଉପନିର୍ବାଚନରେ ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜୀବ, ଜିଲା କଂଗ୍ରେସ ସଭାପତି ନଟବର ଓ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ରଣନୀତି ଦାସ ଭାଇନାଙ୍କ କୂଟନୀତିକୁ ପ୍ରତିହତ କରିପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri