ଧୂମପାନ ଓ ନାରୀ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ପରିପ୍ରେକ୍ଷୀରେ ଏହା ନାରୀମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ। କାରଣ କେବଳ ଯିଏ ଧୂମପାନ କରିଥାଏ ସେ ଯେ, ଅସୁସ୍ଥ ହୁଏ ଓ ରୋଗରେ ପଡ଼ିଥାଏ ତାହା ନୁହେଁ, ତାଙ୍କ ଧୂଆଁ ସଂସ୍ପର୍ଶରେ ଆସୁଥିବା ମୁଖ୍ୟତଃ ନାରୀ ଓ ଶିଶୁମାନେ ଅଧିକ ପ୍ରଭାବିତ ହୋଇଥାଆନ୍ତି…

ମେ ମାସ ୩୧ତାରିଖକୁ ପ୍ରତିବର୍ଷ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ତମାଖୁ ସେବନ କିପରି ନିଜ ସହ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସର ପରିକଳ୍ପନା। ଜାଣିବା ଏହାଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପଡୁଥିବା ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ…
ତମାଖୁ ସାଧାରଣତଃ ଦୁଇ ପ୍ରକାର। ଯଥା:
୧ମ ପ୍ରକାର- ଯେଉଁଥିରେ ଅଗ୍ନି ସଂଯୋଗ ଦ୍ୱାରା ବାହାରୁଥିବା ଧୂଆଁକୁ ଟାଣି ଫୁସ୍‌ଫୁସ୍‌ ମଧ୍ୟକୁ, ଏପରିକି ପାକସ୍ଥଳୀ ମଧ୍ୟକୁ ଯାଇଥାଏ। ଏହାକୁ ଧୂମଯୁକ୍ତ ତମାଖୁ କୁହାଯାଏ। ସିଗାରେଟ୍‌, ବିଡ଼ି, ଚୁରୁଟ୍‌, ହୁକା, ପିକା ଇତ୍ୟାଦିରେ ଟଣା ହେଉଥିବା ଧୂଆଁରେ ୭ ହଜାର ପ୍ରକାରର କ୍ଷତିକାରକ କେମିକାଲ୍‌ ଥାଏ। ଏଥିରୁ ୭୦ରୁ ୧୦୦ କେମିକାଲ୍‌ କ୍ୟାନ୍‌ସରର ମୁଖ୍ୟ କାରଣ।
୨ୟ ପ୍ରକାର- ଏଥିରେ କେବଳ ଚୋବେଇ ଓ ପାଟି ଭିତରେ ରଖି ଏପରିକି ଶୋଇବା ବେଳେ, ଗାଡ଼ିରେ ଯାତ୍ରା ବେଳେ, କାମ କରିବା ବେଳେ ତମାଖୁ ଧୂଆଁପତ୍ର, ଗୁଟ୍‌ଖା ଇତ୍ୟାଦି ବ୍ୟବହାର କରାଯାଏ। ଏଥିରେ ଧୂଆଁ ସୃଷ୍ଟି ହୁଏ ନାହିଁ। ମାତ୍ର ଏଥିରୁ ବାହାରୁଥିବା ବିଷାକ୍ତ କେମିକାଲ୍‌ ପାଟି, ଜିଭ, ଗାଲ, ତଣ୍ଟି, ଫୁସ୍‌ଫୁସ୍‌, ପାକସ୍ଥଳୀ, ଖାଦ୍ୟନଳୀ, ଗଳା, ସ୍ବରଯନ୍ତ୍ର, ଆଖି ଓ ନାକ ଇତ୍ୟାଦିରେ କ୍ଷତି ପହଞ୍ଚାଇଥାଏ। ନାସ ଓ ଗୁଣ୍ଡ ହୋଇଥିବା ତମାଖୁ ମଧ୍ୟ ନାକରେ ଗ୍ରହଣ କରାଯାଇଥାଏ। ଏହା ଅଧିକ କ୍ଷତିକାରକ।
ସାଧାରଣତଃ ମହିଳାମାନେ ଏହି ଧୂମହୀନ ତମାଖୁ ବ୍ୟବହାର କରିଥାନ୍ତି। ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଜିଲାରେ ଏହା ବହୁଳ ଭାବରେ ପରିଲକ୍ଷିତ। ଏହା ଅଭ୍ୟାସରେ ପଡ଼ିଗଲେ ଆଉ ସେଥିରୁ ବାହାରି ହୁଏ ନାହିଁ। ବିଶେଷତଃ ଏଥିରୁ ବାହାରୁଥିବା ନିକୋଟିନ୍‌ ମନରେ ସ୍ଫୂର୍ତ୍ତି ଆଣିଥାଏ ବୋଲି ବିଚାର କରାଯାଏ। ମାତ୍ର ଏହା ଠିକ୍‌ ନୁହେଁ।
ସେହିପରି ଧୂମକୁ ମଧ୍ୟ ୩ ପ୍ରକାର ବିଭକ୍ତ କରାଯାଇଛି। ଯଥା:
୧ମ ପ୍ରକାର ଧୂମ: ନିଜେ ଧୂମପାନ କରିବାକୁ ପ୍ରଥମ ପ୍ରକାରର ଧୂମ ବା ପ୍ରତ୍ୟକ୍ଷ ଧୂମପାନ କୁହାଯାଇଥାଏ କୁହାଯାଏ।
୨ୟ ପ୍ରକାର ଧୂମ: ଧୂମପାୟୀ ବ୍ୟକ୍ତି ତ୍ୟାଗ କରୁଥିବା ଧୂମ ଓ ତା’ର ସିଗାରେଟ୍‌ ଓ ବିଡିର ଅବଶିଷ୍ଟ ଅଂଶରୁ ବାହାରୁଥିବା ଧୂମକୁ ଦ୍ୱିତୀୟ ପ୍ରକାର ଧୂମ କୁହାଯାଏ। ଯାହା ପାଖ ଲୋକ ନିଃଶ୍ୱାସରେ ତା’ ଦେହକୁ ଯାଇଥାଏ ଓ ଏହା ଅଧିକ କ୍ଷତିକାରକ, ଯାହାକୁ ପରୋକ୍ଷ ଧୂମପାନ କୁହାଯାଇଥାଏ। କାରଣ ଏଥିରେ ଧୂମପାୟୀ ଛାଡିଥିବା ଅଙ୍ଗାରକାମ୍ଳ, ଜୀବାଣୁ ଓ ଭୂତାଣୁ ଅଧିକ ଥାଏ।
୩ୟ ପ୍ରକାର ଧୂମ: ସେହିପରି ଗର୍ଭବତୀ ମା’ର ଦେହକୁ ଯାଉଥିବା ତମାଖୁର ଧୂଆଁ ତା’ର ଗର୍ଭରେ ବୃଦ୍ଧି ପାଉଥିବା ଶିଶୁ ଦେହକୁ ଯାଇ ତା’ର କ୍ଷତି କରିଥାଏ। ଯାହାକୁ ତୃତୀୟ ପ୍ରକାର ତମାଖୁ ଧୂମ
କୁହାଯାଏ।

ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ
ତମାଖୁ ନାରୀମାନଙ୍କୁ ଦେଉଥିବା ଭଲଗୁଣ ଠାରୁ ଖରାପ ଗୁଣ ଶହସ୍ର ଗୁଣ ଅଧିକ। ତମାଖୁ ବ୍ୟବହାର ଦ୍ୱାରା ପ୍ରଜନନ ଶକ୍ତି ହ୍ରାସ ପାଇଥାଏ। ଇଷ୍ଟ୍ରୋଜେନ୍‌ ହରମୋନ୍‌ କମ୍‌ ବାହାରିଥାଏ, ଫଳରେ ଡିମ୍ବାଣୁ ପ୍ରସ୍ପୁଟିତ ହୁଏ ନାହିଁ। ଏହା ଜରାୟୁକୁ ରକ୍ତ ସଞ୍ଚାଳନ କମ୍‌ କରିଥାଏ। ଶିଶୁ ଜନ୍ମ ପରେ ଅସ୍ଥିଜନିତ ରୋଗ କ୍ୟାଲସିୟମ୍‌ ଅଭାବରୁ ହୁଏ, ଯାହାକି ଧୂମପାନ ଯୋଗୁ ଘଟିଥାଏ। ଅତ୍ୟଧିକ ଧୂମପାନ ଦ୍ୱାରା ସମୟ ପୂର୍ବରୁ ପିଲାଜନ୍ମ, କମ୍‌ ଓଜନର ଶିଶୁ, ବନ୍ଧ୍ୟାତ୍ୱ ମଧ୍ୟ ହୋଇଥାଏ। ବେଳେବେଳେ କୌଣସି କାରଣ ନ ଥାଇ ଶିଶୁମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି।
ମୋଟାମୋଟି କହିବାକୁ ଗଲେ ନାରୀମାନେ ତମାଖୁ ଓ ତମାଖୁ ଧୂଆଁ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ତଥା ଅଜଣା ଭାବେ ପ୍ରଭାବିତ ହୁଅନ୍ତି ଓ ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଭାବିତ ହୁଏ। ତମାଖୁ କ୍ୟାନ୍‌ସର ସହ ଆହୁରି ଅନେକ ରୋଗର କାରଣ- ଶ୍ୱାସ, ଯକ୍ଷ୍ମା ଓ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଏଥିରେ ପ୍ରମୁଖ।
ମହିଳାମାନେ ଚାହିଁଲେ ସେମାନଙ୍କ ସ୍ବାମୀ, ପୁଅ ଓ ପରିଜନମାନଙ୍କୁ ଧୂମପାନ ନ କରିବା ପାଇଁ ପ୍ରବର୍ତ୍ତାଇବାରେ ସଫଳ ହୋଇପାରିବେ। ନିଜେ ମଧ୍ୟ ଧୂମପାନ ତ୍ୟାଗ କରିପାରିବେ ଓ ଦ୍ୱିତୀୟ, ତୃତୀୟ ପ୍ରକାର ତମାଖୁ ଧୂଆଁରୁ ନିଜକୁ ସୁରକ୍ଷା ପ୍ରଦାନ କରିପାରିବେ।

ଡା. ରାମଚନ୍ଦ୍ର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri