Posted inଫୁରସତ

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଖବରକାଗଜ ବିକ୍ରିକୁ ନିଜର ପେସା ଭାବେ ଆପଣେଇଥିବା ହକରମାନେ ଖରା, ବର୍ଷା, ଶୀତକୁ ଖାତିର ନ କରି ବର୍ଷ ସାରା ନିଜର କର୍ତ୍ତବ୍ୟ ନିର୍ବାହ କରିଚାଲିଛନ୍ତି। ପାଠକଙ୍କ ନିକଟରେ ସକାଳୁ ଖବରକାଗଜ ପହଞ୍ଚାଇବାର ପ୍ରୟାସ କରି ସେମାନେ ସବୁଠି ପ୍ରିୟଭାଜନ ହୋଇପାରୁଛନ୍ତି।

ହକରମାନଙ୍କର ବହୁତ ସମସ୍ୟା ରହିଛି। କରୋନା ମହାମାରୀ ସମୟରେ ସରକାର ହକରମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇଥିଲେ। ମାତ୍ର ବର୍ଷାଦିନେ ରେନି କୋଟ ଶୀତଦିନେ ଶୀତବସ୍ତ୍ର, ବାସସ୍ଥାନ ଓ ସ୍ବାସ୍ଥ୍ୟ ବୀମା ଆଦି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲାନାହିଁ। ଏନେଇ ବାରମ୍ବାର ଚିଠି ଦିଆଯାଉଥିଲେ ମଧ୍ୟ ଉତ୍ତର ମିଳୁନାହିଁ। ସରକାରଙ୍କୁ ଅନୁରୋଧ କରୁଛୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତୁ।
-ପ୍ରଭାସ ପ୍ରଧାନ, ଖବରକାଗଜ ବିକ୍ରେତା

ଖବରକାଗଜ ବିକ୍ରେତାମାନେ ବହୁ ସମସ୍ୟା ମଧ୍ୟରେ ରହିଆସୁଛନ୍ତି। ସରକାର ଆମମାନଙ୍କ ଉନ୍ନତି ପାଇଁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଆବଶ୍ୟକ। ଏବେ ଏକ ସଙ୍କଟ ଦେଖାଦେଇଛି। ଖବରକାଗଜ ବିକ୍ରି ପାଇଁ ପହଞ୍ଚିବା ପୂର୍ବରୁ ଲୋକେ ଇ-ପେପର ମୋବାଇଲରେ ପାଇଯାଉଛନ୍ତି। ଫଳରେ ଖବରକାଗଜ ବିକ୍ରି କମିବାରେ ଲାଗିଛି। ତେଣୁ ସକାଳ ୧୦ଟା ପରେ ଇ-ପେପର ଇଣ୍ଟରନେଟରେ ଛଡ଼ାଯାଉ। ଏଥିସହ ପିଡିଏଫ୍‌ ଫାଇଲ୍‌ ଶେୟାର ଉପରେ ରୋକ୍‌ ଲଗାଯାଉ। ଖବରକାଗଜ ପହଞ୍ଚିବାକୁ ପାଠକ ଅପେକ୍ଷା କରି ରହିବେ। ପୂର୍ବପରି ଖବରକାଗଜ ବିକ୍ରି ହେବ।
-ସନ୍ତୋଷ ମହାନ୍ତି, ଖବରକାଗଜ ବିକ୍ରେତା

 

୩୯ ବର୍ଷ ତଳେ ଖବରକାଗଜ ବିକ୍ରି ଆରମ୍ଭ କରିଥିଲି। ସେତେବେଳେ ରାତି ୧୨ଟା ଯାଏ ପାଠକମାନେ ଖଣ୍ଡେ ଖବରକାଗଜ ପାଇଁ ଅପେକ୍ଷା କରି ରହୁଥିଲେ। ଏବେ ଆଉ ସେ ସମୟ ନାହିଁ। ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିମୁହୂର୍ତ୍ତରେ ଖବର ପରିବେଷଣ କରୁଥିଲେ ବି ଖବରକାଗଜ ଭୂମିକା କିନ୍ତୁ ଅଲଗା। ଯେତେ ବାଧାବିଘ୍ନ ଆସିଲେ ବି ଖବରକାଗଜ ବିକ୍ରି ନିଶାରେ ପରିଣତ ହୋଇସାରିଛି।
-ରଘୁନାଥ ପାଣିଗ୍ରାହୀ, ଖବରକାଗଜ ବିକ୍ରେତା

୧୯୮୨ ମସିହାରେ ଖବରକାଗଜ ବିକ୍ରି ଆରମ୍ଭ କରିଥିଲି। ସେତେବେଳେ ସା ସଂସ୍କରଣ ଥିଲା। ମାତ୍ର ଏବେ ଲୋକଙ୍କ ରୁଚି ବଦଳିଛି। ନୂଆ ନୂଆ ସ୍ବାଦର ଖବର ଲୋକେ ଖବରକାଗଜରୁ ଆଶା ରଖୁଛନ୍ତି, ଯାହାକି ଅନ୍ୟତ୍ର ମିଳିବ ନାହିଁ। ପାଠକମାନଙ୍କ ରୁଚିକୁ ପ୍ରାଧାନ୍ୟ ଦେଇ ଖବରକାଗଜରେ ଭିନ୍ନ ରୁଚିର ଖବର, ସାହିତ୍ୟ ବା ଅନ୍ୟାନ୍ୟ ପ୍ରସଙ୍ଗଭିତ୍ତିକ ରହିବା ଆବଶ୍ୟକ ବୋଲି ମନେକରୁଛି।
-ଦୀନବନ୍ଧୁ ସାହୁ, ଖବରକାଗଜ ବିକ୍ରେତା


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri