Posted inରାଜ୍ୟ

ଆଜି ସବୁଠୁ ଛୋଟ ଦିନ

ଭୁବନେଶ୍ୱର, ୨୧।୧୨(ବନ୍ଦନା ସେଠୀ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏ, ଯାହା କି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ। ତେବେ ଚଳିତବର୍ଷ ଭୁବନେଶ୍ୱରରେ ଶୁକ୍ରବାର ୨୨ ତାରିଖ ସବୁଠାରୁ ଛୋଟ ଦିନ ହେବ। ଏହାର ଅବଧି ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ। ରାତି ଦୀର୍ଘତମ ହେବ ଅର୍ଥାତ୍‌ ୧୩ ଘଣ୍ଟା ୫ ମିନିଟ ୩୬ ସେକେଣ୍ଡ ରହିବ। ତେବେ ସୁନ୍ଦରଗଡ଼ଠାରେ ଦିନର ଲମ୍ବା ମାତ୍ର ୧୦ ଘଣ୍ଟା ୪୭ ମିନିଟ ଓ ଓ ମାଲକାନଗିରିରେ ଦିନ ୧୧ ଘଣ୍ଟା ୦୧ ମିନିଟ୍‌ ରହିବ।

କିନ୍ତୁ ଦିଲ୍ଲୀ ଓ କନ୍ୟାକୁମାରୀଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ ଓ ୧୧ ଘଣ୍ଟା ୩୯ ମିନିଟ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ, ବର୍ଷର ଏହି ଛୋଟ ଦିନରୁ ଶୀତଦିନ ଆରମ୍ଭ ହେବାସହ ଧୀରେଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ। ମାର୍ଚ୍ଚ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

ସୂଚନାଯୋଗ୍ୟ, ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ଘୂରୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଗୋଟିଏ ସ୍ଥାନରେ ଅସ୍ତ ଯାଏ ନାହିଁ। ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ସୂର୍ଯ୍ୟର ଦକ୍ଷିଣାୟଣ ଗତି କୁହାଯାଏ। ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ଡିସେମ୍ବର ୨୨ ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତି ଉପରେ ଗତି କରିଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ  ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri