Posted inଜାତୀୟ

ସେନା ଟ୍ରକ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଶହୀଦ

ଶ୍ରୀନଗର,୨୨ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ଡେରା କି ଗଲି ଦେଇ ଗୁରୁବାର ଅପରାହ୍ନରେ ସୈନ୍ୟବାହିନୀର ଦୁଇଟି ଟ୍ରକ୍‌ ଯାଉଥିବାବେଳେ ଆତଙ୍କବାଦୀମାନେ ଏହା ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ବେଳେ ୪ ଯବାନ ଶହୀଦ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଗୋଇନ୍ଦା ସୂଚନାକୁ ଆଧାର କରି ବୁଧବାର ରାତିରୁ ସୈନ୍ୟମାନେ ଡେରା କି ଗଲି ଓ ଏହାର ଆଖପାଖ ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିଲେ। ଗତ ମାସରେ ରାଜୌରୀର କାଲାକୋଟ୍‌ ଅଞ୍ଚଳରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ୨ ଜଣ କ୍ୟାପ୍‌ଟେନ୍‌ଙ୍କ ସମେତ ୫ ଯବାନ ଶହୀଦ ହୋଇଥିଲେ। ଉକ୍ତ ଅଞ୍ଚଳ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ହୋଇଥିବାବେଳେ କିଛିବର୍ଷ ହେଲା ସେନାକୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି। ଗତ ଏପ୍ରିଲ ଓ ମେ’ ମାସରେ ରାଜୌରୀ-ପୁଞ୍ଚ୍‌ ଅଞ୍ଚଳରେ ଡ୍ୟୁଟିରେ ଥିବା ୧୦ ଯବାନ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି...

ଇଫତାର ପାର୍ଟିର ମଜା ନେଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୦।୩: ରାଜଧାନୀ ଦିଲ୍ଲୀରେ ଗୁରୁବାର (୨୦ ମାର୍ଚ୍ଚ, ୨୦୨୫) ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଦ୍ୱାରା ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। କଂଗ୍ରେସ...

ଆପଣଙ୍କୁ ଆଇନର ABCD ଜଣାନାହିଁ, କେମିତି ହେଲେ ଆଡଭୋକେଟ, କାହିଁକି ଅଦାଲତରେଏମିତି କହିଲେ ବିଚାରପତି

ନୂଆଦିଲ୍ଲୀ,୨୦।୩: ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ତାଙ୍କ ମହକିଲଙ୍କ ଜାମିନ ଆବେଦନରେ ବାରମ୍ବାର ‘ସହମତିରେ ସମ୍ପର୍କ’ ଲେଖିବା ପାଇଁ ଗୁରୁବାର ଭର୍ତ୍ସନା କରିଛନ୍ତି। କୋର୍ଟ ତାଙ୍କ ଉପରେ...

ଚାଇନାକୁ ଲାଗିବ ବଡ଼ ଝଟକା! ଭାରତ-ତାଇଓ୍ବାନ ମିଶି କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ,୨୦।୩: ଭାରତ ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଶେଷ କରିବାର ଆବଶ୍ୟକତା...

ଯୋଗ୍ୟ ମହିଳାମାନେ ଭରଣପୋଷଣ ଆବେଦନ କରିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୩: ସମ୍ପ୍ରତି ଏକ ରାୟରେ ଦିଲ୍ଲୀ ହାଇକୋର୍ଟ ଏକ ଭରଣପୋଷଣ ଆବେଦନକୁ ଖାରଜ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri