‘ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ’: ୪୫ବର୍ଷ ପୂର୍ବରୁ ଶିମିଳିପାଳରେ ଥିଲେ ବଳିଆ କୁକୁର

ଜାତୀୟ ବନ୍ୟପ୍ରାଣୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୪ରେ ପାଳିତ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ଜଙ୍ଗଲ କ୍ଷୟ ଏବଂ ଅବୈଧ ଶିକାରରୁ ବନ୍ୟ ପ୍ରାଣୀ, ପକ୍ଷୀ ଓ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଏ। ଏଥିସହିତ ପ୍ରକୃତି ସହିତ ସେମାନଙ୍କ ସ୍ଥାୟୀ ସହାବସ୍ଥାନକୁ ପ୍ରୋତ୍ସାହନ ଗୁରୁତ୍ୱ ଦିଆଯାଇଥାଏ।

ମଣିଷର ଅନ୍ଧବିଶ୍ୱାସ ଓ ସୌଖୀନ ସାମଗ୍ରୀ ପାଇଁ ଅବାଧ ଶିକାର ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନସଚେତନତା ଜରୁରୀ ହୋଇପଡ଼ିଛି। ଏପରିକି ଶିମିଳିପାଳର ବଳିଆ କୁକୁର(ଢୋଲ), ଝିଙ୍କ, ବଜ୍ରକାପ୍ତା ଓ ଶାରୀ ପ୍ରଜାତି ବିଲୁପ୍ତ ହେବାରେ ଲାଗିଛନ୍ତି। ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଓ କଡ଼ା ଆଇନ ପ୍ରଣୟନ କରାଗଲେ ଏମାନଙ୍କ ସୁରକ୍ଷା ସହିତ ବଂଶବୃଦ୍ଧି ହୋଇପାରିବ।
୧୯୮୦ ମସିହା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ବଳିଆ କୁକୁର(ଢୋଲ) ପ୍ରଜାତିର ହିଂସ୍ର ପ୍ରାଣୀ ବସବାସ କରୁଥିଲେ। ଏମାନେ ଦଳବଦ୍ଧ ହୋଇ ରହୁଥିବା ବେଳେ ଏକୁଟିଆ ବାଘ ମଧ୍ୟ ଏହି ପ୍ରଜାତିକୁ ଭୟ କରିଥାଏ। କାଳକ୍ରମେ ଏମାନଙ୍କ ବଂଶ ଲୋପ ପାଇଯାଇଥିବା ବେଳେ ୨ବର୍ଷ ପୂର୍ବେ ସେହି ପ୍ରଜାତିର କୁକୁରକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଥିବା ନେଇ ବନ ବିଭାଗ ପ୍ରକାଶ କରିଛି। ବଳିଆ କୁକୁର ଲୋପ ପାଇବାର କାରଣ ସମ୍ପର୍କରେ ଅଦ୍ୟାବଧି ସମୀକ୍ଷା କରାଯାଇ ନାହିଁ। ତେବେ ମହାବଳ ବାଘ ଭୟରେ ସେମାନେ ପଳାଇଥିବା ବିଭାଗୀୟ ଅଧିକାରୀ କହୁଥିବା ବେଳେ ଏହାର ସତ୍ୟତା ଜଣାପଡି ନାହିଁ। ସେହିପରି ଜିଲାବାସୀ ଢଗଢମାଳିରେ ଶାରୀ ଉଡ଼ିଲେ ପୋଡ଼ାଡିହା ବୋଲି କହିଥାନ୍ତି। ମାତ୍ର ତାହା ଆଜି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁନାହିଁ। ଶାରୀ ପକ୍ଷୀର ବଂଶ ପ୍ରାୟ ଲୋପ ପାଇଛି। ଆଜିର ଦିନରେ ଶାରୀ ଆଉ ଦେଖିବାକୁ ମିଳୁନାହାନ୍ତି। ଅବାଧ ଚୋରା ବ୍ୟବସାୟ ପାଇଁ ଶିମିଳିପାଳରେ ଶାରୀ ନାହାନ୍ତି କହିଲେ ଚଳେ। ତେବେ ଏମାନଙ୍କ ବଂଶ ଲୋପର କାରଣ ଖୋଜାଯାଇ ନ ଥିବା ବେଳେ ଏହାର ବଂଶ ବୃଦ୍ଧି ପାଇଁ କୌଣସି ଯୋଜନା କରାଯାଇ ନାହିଁ। ସେହିପରି ବଜ୍ରକାପ୍ତା ଓ ଝିଙ୍କଙ୍କ ଅବାଧ ଚୋରାଚାଲାଣରୁ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଛି। ଏ ସଂକ୍ରାନ୍ତରେ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ଜାତୀୟ ଅଭୟାରଣ୍ୟର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କୁହନ୍ତି, ଏଭଳି ପ୍ରଜାତିର ଗୋଟିଏ କୁକୁରକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଥିଲା। ମାତ୍ର ଏବେ ଶିମିଳିପାଳରେ ତା’ର ସନ୍ଧାନ ମିଳୁନାହିଁ। ଅନ୍ଧବିଶ୍ୱାସ ଓ ଶିକାରକୁ ରୋକିବା ପାଇଁ ଶିମିଳିପାଳ ପାରିପାର୍ଶ୍ୱିକ ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରଖାଯାଇଛି। ‘ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ ତଥା ଚମଡ଼ାରୁ ପ୍ରସ୍ତୁତ ସୌଖୀନ ସାମଗ୍ରୀ ତିଆରି କରି ଘରେ ଝୁଲାଇବା ଭଳି କାର୍ଯ୍ୟ ନିର୍ଦ୍ଦୟତାର ପରିଚୟ ପ୍ରଦାନ କରୁଛି। ବନ୍ୟପ୍ରାଣୀଙ୍କ ପ୍ରତି ମଣିଷର ଭଲପାଇବା ତଥା ସେମାନଙ୍କ ପ୍ରତି ହିଂସା ଆଚରଣ ଦୂରେଇ ଦେବା ଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି’। ବିଲୁପ୍ତ ପ୍ରାୟ ପ୍ରଜାତିର ପ୍ରାଣୀମାନଙ୍କ ପ୍ରତି ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ତାହା କେବଳ ଛବିରେ ସୀମିତ ରହିବ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି।
ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା

ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସଚେତନତା ଜରୁରୀ
ବିପଦଗ୍ରସ୍ତ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଛାତ୍ରୀଛାତ୍ରମାନେ ପ୍ରତିବଦ୍ଧ ହେବା ଜରୁରୀ। ପ୍ରତିକୂଳ ପରିବେଶ ଓ ମଣିଷଙ୍କ ହିଂସାତ୍ମକ ଆଚରଣରୁ ଅନେକ ବନ୍ୟପ୍ରାଣୀଙ୍କ ବଂଶ ଲୋପପାଇବାକୁ ବସିଛି। ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ। ଏଥିସହ ଏ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କୁ ସାମିଲ ଲାଗି ସୁଯୋଗ ସୃଷ୍ଟି କରାଯିବା ଦରକାର। ରାଜ୍ୟର ଶିମିଳିପାଳ, ଭିତରକନିକା, ଚନ୍ଦକା ଓ ଚିଲିକା ଭଳି ଅନେକ ସ୍ଥାନରେ ପିଲାମାନଙ୍କ ସହ ପରିବାରବର୍ଗଙ୍କୁ ପରିଭ୍ରମଣର ସୁଯୋଗ ଦିଆଗଲେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ଜଙ୍ଗଲ ସୃଷ୍ଟି ସହ ଚାରାରୋପଣକୁ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ। ବିଲୁପ୍ତପ୍ରାୟ ପ୍ରାଣୀଙ୍କୁ ସୁରକ୍ଷା ଦିଆ ନ ଗଲେ ଭବିଷ୍ୟତରେ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ିବ।
– ବିବେକାନନ୍ଦ ପଟ୍ଟନାୟକ, ପରିବେଶବିତ୍‌ ତଥା ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri