ଆଜି ନନ୍ଦ ଉତ୍ସବ

ପୁରୀ, ୭ା୯(ଅଜିତ ମହାନ୍ତି)ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ଏଥିଲାଗି ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର ଲାଗିହୋଇଥିଲେ। ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଶୁଦ୍ଧସୁଆର ଭଣ୍ଡାର ଦୁଆର ଆଗରେ ପୋଛା ମାରିଥିଲେ। ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମ ଭଦ୍ରମଣ୍ଡଳ ଲେଖିଥିଲେ। ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ କରିବା ପରେ ବରୁଣ ପୂଜା ହୋଇଥିଲା। ଚିତ୍ରକର ସେବକ ଦେଇଥିବା ଶ୍ରୀକୃଷ୍ଣ ଜନ୍ମପଟି ଓ ବଣିଆଙ୍କଠାରୁ ଆସିଥିବା ୯ ପାଖୁଡ଼ା ବିଶିଷ୍ଟ ରୁପା ପଦ୍ମକୁ ପୂଜାପଣ୍ଡା ମଣ୍ଡଳ ଉପରେ ରଖିଥିଲେ। ପଦ୍ମପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଏବଂ କୃଷ୍ଣ ଲେଖା ରହିଥିଲା। ଏକ ସୁନା କୃଷ୍ଣମୂର୍ତ୍ତି ମଣ୍ଡଳ ଉପରେ ରଖାଯାଇ ୯ଟି ପଙ୍କ୍ତିଭୋଗ ବଢ଼ାଯାଇଥିଲା। ପୂଜାପଣ୍ଡା ପଞ୍ଚପଚା ପୂଜା କରି ଭୋଗ ବଢ଼ାଇବା ପରେ ଦକ୍ଷିଣୀଘରୁ ଶ୍ରୀମଦନମୋହନଙ୍କୁ ଆଣି ସିଂହାସନ ଉପରେ ବିଜେ କରାଇଥିଲେ। ପରେ ମୁଦିରସ୍ତ ମହାପ୍ରଭୁଙ୍କ ଧଣ୍ଡିପ୍ରସାଦ ଆଜ୍ଞାମାଳ ଶ୍ରୀମଦନମୋହନଙ୍କୁ ଲାଗି କରାଇଥିଲେ। ମହାଜନ ସେବକମାନେ ଶ୍ରୀମଦନ ମୋହନଙ୍କୁ ଆଣି ଜନ୍ମଚକଡ଼ାରେ ବିଜେ କରାଇଥିଲେ। ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ ମଣୋହି କରିଥିଲେ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପାଦନ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କରାଇଥିଲେ। ପାଳିଆ ମହାସୁଆର ଦେଇଥିବା ଦୁଧ, ଲହୁଣି ଓ ଗଣ୍ଡୁଷ ମସଲା ପୂଜାପଣ୍ଡା ସମର୍ପଣ କରି ମଣୋହି କରିଥିଲେ। ଦେବକୀ, ବସୁଦେବଙ୍କ ସହିତ ମହାଜନ ସେବକ ଭଣ୍ଡାରଘରୁ ଆସିଥିବା ରୁପାଥାଳିରେ କୃଷ୍ଣ (ମଦନମୋହନ)ଙ୍କୁ ବିଜେ କରାଇଥିଲେ। ଏହାପରେ ଜଗମୋହନ ଦେଇ ସରସ୍ବତୀ ମନ୍ଦିର ସମ୍ମୁଖ ଯମୁନା ନଈ କୂଳକୁ ବିଜେ କରାଇଥିଲେ। ଏହି ସମୟରେ ଠାକୁରଙ୍କ ଶିର ଉପରେ ସପ୍ତଫେଣୀ ବାସୁକୀ ରହିଥିଲେ। ଯମୁନା ନଦୀ କୂଳରେ ଉଗ୍ରସେନ ଭେଟ ନୀତି ହୋଇଥିଲା। ଉଗ୍ରସେନ ଶ୍ରୀକୃଷ୍ଣଙ୍କୁ ଦଣ୍ଡ ପ୍ରଣାମ କରି ଗୋପପୁରକୁ ଯିବା ଲାଗି ବସୁଦେବଙ୍କୁ ବାଟ ଛାଡ଼ିଥିଲେ। ଠାକୁର ଘଣ୍ଟ, ଛତା, କାହାଳୀ ସହିତ ଯାଇ ନାଭିକଟା ମଣ୍ଡପଠାରେ ଥିବା ଖଟଶେଯରେ ବିଜେ କରିଥିଲେ। ମହାଜନ ସେବକ ଦକ୍ଷିଣୀ ଘରୁ ରାମକୃଷ୍ଣଙ୍କୁ ଆଣି ଖଟଶେଯରେ ବିଜେ କରାଇଥିଲେ। ସେଠାରେ ଜନ୍ମ ନୀତି, ନାଭିକଟାଠାରୁ ଉପନୟନ ସଂସ୍କାର ପର୍ଯ୍ୟନ୍ତ କର୍ମମାନ ହୋଇଥିଲା। ମହାଜନ ସେବକ ଠାକୁରଙ୍କୁ ଜଗମୋହନରେ ବନ୍ଧାଯାଇଥିବା ଦୋଳିରେ ବିଜେ କରାଇଥିଲେ। ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥିଲା। ରାମକୃଷ୍ଣ ଭିତର ସିଂହାସନକୁ ଏବଂ ମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିବା ପରେ ବଡ଼ସିଂହାର ଭୋଗ ବଢି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନ୍ୟାନ୍ୟ଼ ନୀତି ସମ୍ପନ୍ନ ହୋଇଥିଲା। ଗୁରୁବାର ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri