ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତବର୍ଷର ଥିମ୍‌ ରହିଛି ‘ବି ଓ୍ବିଥ୍‌ ଯୋଗ, ବି ଆଟ୍‌ ହୋମ୍‌’। ଅର୍ଥାତ୍‌ ମହାମାରୀ କରୋନା ନିୟମ ପାଳନ କରି ସମ୍ପୂର୍ଣ୍ଣ ପରିବାର ସହିତ ଯୋଗ ବନ୍ଧନରେ ବାନ୍ଧି ହୋଇଯିବା। ପ୍ରତିବର୍ଷ ଏହି ଦିବସରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯୋଗାସନ କରୁଥିଲେ। ମାତ୍ର ଚଳିତ ବର୍ଷର ଯୋଗ ଦିବସ ଅନେକାଂଶରେ ସ୍ବତନ୍ତ୍ର। କରୋନା କାଳରେ ଏହା ଲୋକଙ୍କ ପାଇଁ ସଞ୍ଜୀବନୀ ବୋଲି କୁହାଯାଉଛି।
କ’ଣ କୁହନ୍ତି ଏମାନେ…
ଯୋଗ ଦିବସକୁ ଏବେ ଆମେ ଏକ ଉତ୍ସବ ଭଳି ପାଳନ କରୁଛୁ। ଏହାଦ୍ୱାରା ଲୋକଙ୍କୁ ଯୋଗ ସୂତ୍ରରେ ନିଜକୁ ବାନ୍ଧିବା ପାଇଁ ପ୍ରେରଣା ମିଳିଥାଏ। ଶାରୀରିକ ସୁସ୍ଥତା ସହ ଅବସାଦରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ସମାଧାନ। ବର୍ତ୍ତମାନର କୋଭିଡ୍‌ ମହାମାରୀ ସମୟରେ ଯୋଗ ଦ୍ୱାରା ଜଣେ ମନୁଷ୍ୟ ସହଜରେ ନିଜକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖି ପାରିବ।
– ପ୍ରଫୁଲ୍ଲ କୁମାର ବେହେରା, ଯୋଗ ପ୍ରଶିକ୍ଷକ
ମନ, ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକମାତ୍ର ମାଧ୍ୟମ। ବହୁ ଡାକ୍ତରଙ୍କ ସମେତ ବିଶେଷଜ୍ଞମାନେ ମଧ୍ୟ ଏହାକୁ ସ୍ବୀକାର କରି ସାରିଲେଣି। ପ୍ରତ୍ୟେକ ମାତା, ପିତା ନିଜର ପିଲାଙ୍କୁ ଛୋଟ ବେଳୁ ହିଁ ଯୋଗଶିକ୍ଷା ପ୍ରତି ପ୍ରେରଣା ଦେବା ଆବଶ୍ୟକ। କରୋନା ସମୟରେ ଘରୁ ନ ବାହାରି ପରିବାର ସହ ଆମେ କିପରି ଯୋଗ କରିବା ଏବଂ ସୁସ୍ଥ ରହିବା ତାହା ହିଁ ମୁଖ୍ୟ ଲକ୍ଷ୍ୟ।
– ଡ. ପ୍ରସନ୍ନ କୁମାର ପ୍ରଧାନ, ସଭାପତି, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀ
ଆମେ ପୂରା ପରିବାର ଯୋଗ ଶିକ୍ଷା କରୁଛୁ। ସକାଳ ୬ଟାରୁ ପ୍ରତିଦିନ ୧ଘଣ୍ଟା ପାଇଁ ଯୋଗ କରୁଛୁ। ଏହାଦ୍ୱାରା ମୋ ବାପା, ମା’ଙ୍କ ବହୁ ପୁରୁଣା ଅସୁସ୍ଥତା କମିଛି। ଯୋଗ କରିବା ଦ୍ୱାରା ମୁଁ ପୂର୍ବାପେକ୍ଷା ପତଳା ହୋଇ ପାରିଛି। ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ରୁଟିନ୍‌ରେ ସାମିଲ କରିବା ଆବଶ୍ୟକ। ବିଶେଷକରି ଟେନ୍‌ସନ୍‌ରେ ରହୁଥିଲେ ଯୋଗ ବେଶ୍‌ ଫଳପ୍ରଦ।
– ଅଙ୍କିତା ଦଧିଚ, ପ୍ରଶିକ୍ଷାର୍ଥୀ
ମୁଁ ପିଲାବେଳୁ ଯୋଗ କରୁଛି। ଏହା ମୋ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନୀରୋଗ ରହିବା ପାଇଁ ଯୋଗାଭ୍ୟାସ କରିବା ଦରକାର। କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ଯୋଗ ହେଉଛି ସବୁଠାରୁ ଉତ୍ତମ ମାଧ୍ୟମ। ପ୍ରତିଦିନ ପ୍ରାଣାୟାମ, ଯୋଗାଭ୍ୟାସ କରିବା ଦ୍ୱାରା ନିଜର ଇମ୍ୟୁନିଟି ବଢାଇପାରିବେ।
– ଦିବ୍ୟାଂଶୁ ସ୍ବାଇଁ, ପ୍ରଶିକ୍ଷାର୍ଥୀ
୧୪ ବର୍ଷରୁ ମୁଁ ଯୋଗ କରୁଛି। ଆମେ ଯାହା କିଛି କରୁଛେ ତାହା ହିଁ ଯୋଗ। କେବଳ ଯୋଗାସନ ଓ ପ୍ରାଣାୟାମ ଭିତରେ ଯୋଗ ସୀମିତ ନୁହେଁ। ଅଷ୍ଟାଙ୍ଗ ଯୋଗକୁ ଆମେ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବା। ଏହାଦ୍ୱାରା ଆମେ ସୁସ୍ଥ ରହିବା ସହିତ ଅନ୍ୟମାନେ ମଧ୍ୟ ସୁସ୍ଥ ରହିବେ।
– କଳ୍ପନା ବଳିୟାରସିଂ, ପ୍ରଶିକ୍ଷାର୍ଥୀ


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ କେତେ ବୟସରେ ବ୍ରଶ କରାଇବା କଥା ତାହା ଜାଣନ୍ତି ନାହିଁ ୯୦ ପ୍ରତିଶତ ମାତାପିତା

ନୂଆଦିଲ୍ଲୀ: ଯଦି ଆପଣଙ୍କର ୬ମାସର ଶିଶୁର ପାଟିରେ ଏକ ଦାନ୍ତ ଉଠିଛି ଏବଂ କେହି ଆପଣଙ୍କୁ ପ୍ରତିଦିନ ବ୍ରଶ ସାହାଯ୍ୟରେ ଶିଶୁର ଦାନ୍ତ ସଫା କରିବାକୁ...

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri