ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ସୁରକ୍ଷା ଦେଇପାରୁନି ବନ ବିଭାଗ

ଅସମାପିକା ସାହୁ
ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ବାଘ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜୁଲାଇ ୨୯ତାରିଖରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ୨୦୧୦ରେ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଏହି ସମ୍ପର୍କିତ ନିର୍ଣ୍ଣୟ ନିଆଯାଇଥିଲା। ଏହି ଦିବସର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେଇ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗରେ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।
ଭାରତରେ ବାଘ ସଂଖ୍ୟା ବଢ଼ିଛି। ଦେଶର ବାଘ ଗଣନା ପ୍ରକ୍ରିୟା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। କିନ୍ତୁ ଓଡ଼ିଶା ସ୍ଥିତି ଅତ୍ୟନ୍ତ ଶୋଚନୀୟ। ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା କ୍ରମାଗତ କମିବାରେ ଲାଗିଛି। ୨୦୧୯ ଜୁଲାଇ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ବ୍ୟାଘ୍ର ଗଣନା ଫଳାଫଳ ଘୋଷଣା କରିଥିଲେ। ଯେଉଁଥିରେ କି ଭାରତରେ ୨୯୬୭ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଥିଲା। ସେଥିରେ ଓଡ଼ିଶାରେ ୨୮ଟି ମହାବଳ ଥିବାର ଦର୍ଶାଯାଇଥିଲା। ଯଦି ଆମେ ପୂର୍ବ ବର୍ଷର ସଂଖ୍ୟାକୁ ଅବଲୋକନ କରିବା ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ମହାବଳ ଥିବାବେଳେ ୨୦୧୦ରେ ୩୨, ୨୦୧୪ରେ ୨୮ ବାଘ ଥିବା ଦର୍ଶାଯାଇଥିଲା। ଅର୍ଥାତ୍‌ ୨୦୦୬ରେ ଥିବା ବାଘ ସଂଖ୍ୟା ୨୦୧୮ବେଳକୁ ପ୍ରାୟ ୩୮%କୁ କମି ଆସିଥିଲା। କିନ୍ତୁ ଓଡ଼ିଶା ବନ ବିଭାଗ ଏହି ଗଣନା ଭୁଲ୍‌ ବୋଲି କହିବା ସହିତ ନିଜ ତରଫରୁ ଆଉ ଥରେ ଗଣନା କରିଥିଲା। ଶେଷରେ ଓଡ଼ିଶାରେ ୪୦ଟି ବାଘ ଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)କୁ ଚ୍ୟାଲେଞ୍ଜ କରି ବନ ବିଭାଗ ରାଜ୍ୟରେ ବାଘ ଅଧିକ ଥିବା କହିଥିଲା ସତ, କିନ୍ତୁ ବାଘଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘକୁ ମାରି ପୋତି ଦିଆଯାଇଥିଲା। ଡିସେମ୍ବରରେ ମଧ୍ୟପ୍ରଦେଶରୁ ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ମହାବୀର ବାଘର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ରହସ୍ୟମୟ ମୃତ୍ୟୁ ଘଟିଥିଲା। ଏହି ୨ଟି ବାଘର ମୃତ୍ୟୁ ଓଡ଼ିଶା ବନ ବିଭାଗର ଅନେକ କଳାକାରନାମାକୁ ପଦାକୁ ଆଣିଥିଲା।

 

ବରଗଡ଼ ମହାବଳ ମୃତ୍ୟୁ
ବରଗଡ଼ ଜିଲାର ଦେବ୍ରୀଗଡ଼ ଅଭୟାରଣ୍ୟ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ। କ୍ୟାମେରା ଟ୍ରାପିଂରୁ ଏକ ଅଣ୍ଡିରା ମହାବଳ ବାଘର ଫଟୋ ଦେଖିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଦେବ୍ରୀଗଡ଼କୁ ଏକ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ହେଲେ ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘର ମୃତଦେହ ଠାବ କରାଯାଇଥିଲା। କିନ୍ତୁ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଏବଂ ଆରସିସିଏଫ୍‌ ତାକୁ ଏକ କଲରାପତରିଆ ବାଘର ମୃତଦେହ ବୋଲି ସରକାରଙ୍କୁ ରିପୋର୍ଟ ଦେଲେ। ଖାଲି ସେତିକି ନୁହେଁ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଅଭୟ ଦଳେଇ ଜଣେ ଫରେଷ୍ଟର ଏବଂ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ। ତେବେ ପାରିପାଶର୍‌ବିକ ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ବରଗଡ଼ ଡିଏଫ୍‌ଓଙ୍କ ରିପୋର୍ଟକୁ ବିଶ୍ୱାସ କରିପାରି ନ ଥିଲେ ଏବଂ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବରେ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା ହେବା ୨୪ଘଣ୍ଟା ନ ପୂରୁଣୁ ସେହି ଡିଏଫ୍‌ଓ ଏକ ମହାବଳ ବାଘର ପଞ୍ଝା ଏବଂ ନିଶ ଆଦି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଶେଷରେ ବିଭାଗ ପକ୍ଷରୁ କୁହଗଲା ଯେ, ଦେବ୍ରୀଗଡ଼ରେ ଦେଖାଦେଇଥିବା ମହାବଳ ବାଘକୁ ମାରି ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶିକାରୀମାନେ ବାଘଟିକୁ ମାରି ଥିଲେ ସୁଦ୍ଧା ଏଯାବତ୍‌ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ମହାବଳ ବାଘକୁ ମାରି ଶିକାରୀମାନେ ଯେତିକି ଦୋଷୀ ଥିଲେ, ତାଙ୍କ ଠାରୁ ଅଧିକ ଦୋଷୀ ଥିଲେ ବରଗଡ଼ର ତତ୍କାଳୀନ ଡିଏଫ୍‌ଓ ଏବଂ ସମ୍ବଲପୁରର ତତ୍କାଳୀନ ଆର୍‌ସିସିଏଫ୍‌। କାରଣ ସେମାନେ ମହାବଳ ବାଘର ପରିଚୟ ଲୁଚେଇବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ନା ବିଭାଗ ନା କ୍ରାଇମବ୍ରାଞ୍ଚ କେହି ବି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।

 

ମହାବୀର ମୃତ୍ୟୁ
ସାତକୋଶିଆ ଟାଇଗର ରିଜର୍ଭରେ ବାଘ ବଂଶ ବିସ୍ତାର ପାଇଁ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରାୟ ୨୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ମଧ୍ୟ ହେଲା। ଏହି ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ‘ମହାବୀର’ ଓ ‘ସୁନ୍ଦରୀ’ ଦୁଇଟି ବାଘ ପର୍ଯ୍ୟାୟ କ୍ରମେ ଅଣାଯାଇଥିଲା। ତେବେ ‘ସୁନ୍ଦରୀ’ ମଣିଷମରା ଅଭିଯୋଗରେ ବନ୍ଦୀ ହୋଇ ରହିଥିବାବେଳେ ବନ ବିଭାଗର ଅବହେଳା କାରଣରୁ ‘ମହାବୀର’ର ମୃତ୍ୟୁ ଘଟିଲା। ‘ମହାବୀର’ର ଗତିବିଧି ମନିଟରିଂ କରିବା ପାଇଁ ତା’ର ବେକରେ ରେଡିଓ କଲାର ଲଗାଯିବା ସହ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ ମହାବୀରର ମୃତ୍ୟୁ ପାଇଁ କେହି ବି ଦାୟୀ ରହିଲେ ନାହିଁ। ନା କେଉଁ ଶିକାରୀ ଧରାପଡ଼ିଲେ ନା କେଉଁ ବନ କର୍ମଚାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା। ସବୁଠୁ ହାସ୍ୟାସ୍ପଦ କଥା ହେଲା, ତତ୍କାଳୀନ ସାତକୋଶିଆ ଫିଲ୍‌ଡ ଡାଇରେକ୍ଟର ଝିଙ୍କକାଠି ଖାଇ ମହାବୀର ମରିଛି ବୋଲି କହିଥିଲେ। ମହାବୀର ବେକରେ ଥିବା କ୍ଷତ ସ୍ପଷ୍ଟ ଦର୍ଶାଉଥିଲା କି ଫାଶରେ ପଡ଼ି ମରିଛି, କାରଣ ତା’ର ବେକ ଛିଣ୍ଡି ପଡ଼ିବା ଅବସ୍ଥାରେ ଥିଲା। ଘା ହୋଇଥିବା ସ୍ଥାନରେ ମ୍ୟାଗଟ୍‌ ମଧ୍ୟ ଲାଗିଥିଲେ। ଏହି ଭଳି ଅବସ୍ଥାରେ ବାଘଟି ଅତି କମ୍‌ରେ ୩-୪ ଦିନ ପୂର୍ବରୁ ଚଲାବୁଲା କରିପାରି ନ ଥିବ। ତେଣୁ ବିଭାଗୀୟ କର୍ମଚାରୀ କିପରି ବାଘକୁ ମନିଟରିଂ କରୁଥିଲେ, ତାହା ଏଥିରୁ ବାରି ହୋଇପଡ଼ିଥିଲା। ଯଦିଓ କିଛିମାସ ପରେ ଏନ୍‌ଟିସିଏ ତରଫରୁ ମହାବୀର ମୃତ୍ୟୁ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବନ ବିଭାଗକୁ ଅନୁରୋଧ କରାଯାଇଥିଲା, ହେଲେ ରାଜ୍ୟ ବନ ବିଭାଗ ସେହି ଫାଇଲ୍‌କୁ ଚାପି ଦେଇ ବସି ପଡ଼ିଲା। କିନ୍ତୁ କିଛି ଦିନ ପରେ ଏନ୍‌ଟିସିଏ ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ଆରମ୍ଭ କରିଥିବା ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପକୁ ବାତିଲ କଲା ଏବଂ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରେଇବା ପାଇଁ ଚିଠି ଲେଖିଲା।
ଏହି ଦୁଇଟି ଘଟଣାକୁ ଦେଖିଲେ, ବନ ବିଭାଗର ଆଭିମୁଖ୍ୟ ସବୁବେଳେ ସନ୍ଦେହ ଘେରରେ ରହୁଛି। କୌଣସି ଘଟଣା ଘଟିଲେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ ବଡ଼ ଅଧିକାରୀଙ୍କୁ ମାଫ୍‌ କରାଯାଉଛି। ‘ମହାବୀର’ ମୃତ୍ୟୁ ଓ ‘ସୁନ୍ଦରୀ’କୁ ପ୍ରାୟ ଦେଢ଼ବର୍ଷ ବନ୍ଦୀ କରି ରଖି ଓଡ଼ିଶା ବନ ବିଭାଗ ଭୁଲ କରିଥିବା ଏନ୍‌ଟିସିଏ ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା। ଏପରି କି ସାତକୋଶିଆ ପ୍ରକଳ୍ପରେ ମିଳିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇ ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍‌ଟିସିଏ ସରକାରଙ୍କୁ କହିଥିଲା। କିନ୍ତୁ ଏପର୍ଯ୍ୟନ୍ତ କାହା ବିରୋଧରେ ସେମିତି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେଣୁ ରାଜ୍ୟର ବନ ବିଭାଗ ଯେତେ ବାହୁସ୍ଫୋଟ ମାରୁ ନା କାହିଁକି ପ୍ରକୃତରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ଆନ୍ତରିକତା ଦେଖାଉ ନ ଥିବା ଜଣାପଡ଼ିଛି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ ବିଭାଗର ମୁଣ୍ଡିଆଳ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବେ ସେ ପର୍ଯ୍ୟନ୍ତ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ଅସମ୍ଭବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଦାବି କରୁଛନ୍ତି।

ରାଜ୍ୟରେ ବାଘଙ୍କ ପାଇଁ ପ୍ରଶସ୍ତ ବାସସ୍ଥାନ ରହିଛି। ବନ ବିଭାଗ ବାଘ ଶିକାରୀଙ୍କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବାରେ ଲାଗିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ବାଘ ସଂଖ୍ୟା ହ୍ରାସର ଆଉ ଏକ ପ୍ରମୁଖ କାରଣ। ଯେତେବେଳେ କୌଣସି ଘଟଣା ଘଟୁଛି ସେତେବେଳେ କୌଣସି ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉତ୍ତରଦାୟୀ ରହୁ ନାହାନ୍ତି। କେବଳ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସୀମିତ ରଖାଯାଉଛି।
– ବିଶ୍ୱଜିତ୍‌ ମହାନ୍ତି, ବନ୍ୟପ୍ରାଣୀ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri