ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର/ପୁରୀ ଅଫିସ ୧୪।୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ମକର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ସହ ଉତ୍ତରାୟଣ ଗତି ଆରମ୍ଭ ହୁଏ। ଆଜିଠୁ ଶୀତ ମଧ୍ୟ କମ୍‌ ହୋଇଥାଏ ।
ତେବେ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ ।
ମନ୍ଦିରଠାରୁ ଆରମ୍ଭ କରି ଘରେ ଘରେ ମକର ଚାଉଳ ଭୋଗଲାଗି ହୁଏ । ଚାଉଳ, ଛେନା, ଗୁଡ଼, କଦଳୀ ଚକଟା ହୋଇ ମକର ଚାଉଳ ପ୍ରସ୍ତୁତ ହୁଏ ହୋଇଥାଏ । ମକର ସଂକ୍ରାନ୍ତିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୁଏ । ସେହିପରି ଦକ୍ଷିଣ ଭାରତରେ ଆଜିର ଦିନକୁ ପୋଙ୍ଗଲ ଭାବେ ପାଳନ କରାଯାଏ ।