Posted inଖେଳ

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ପ୍ରେମୀ ତଥା କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୧୨ ବର୍ଷ ପୂର୍ବେ, ରାଜକୋଟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪୧୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ମଧ୍ୟ ୪୧୧ ରନ କରିଥିଲା। ୧୫ ଡିସେମ୍ବର ୨୦୦୯ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ୧୦୨ ବଲରେ ୧୪୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ସେମାନଙ୍କ ବ୍ୟତୀତ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଶ୍ରୀଲଙ୍କା ବୋଲରମାନଙ୍କୁ ପ୍ରହାର କରିଥିଲେ। ତିଳକରତ୍ନେ ଦିଲଶାନ ଏବଂ କୁମାର ସାଙ୍ଗାକାରାଙ୍କ ବିସ୍ଫୋରକ ଇନିଂସ ସତ୍ତ୍ୱେ ଶ୍ରୀଲଙ୍କା ଦଳ ତିନି ରନ୍‌ରେ ମ୍ୟାଚ ହାରିଥିଲା।
ସେହ୍ବାଗ ୬୬ ବଲରେ ଏକ ଶତକ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଦ୍ୱାଦଶ ଦିନିକିଆ ଶତକ ଥିଲା। ସେହ୍ବାଗ-ଧୋନୀଙ୍କ ଇନିଂସ ସହାୟତାରେ ଭାରତ ଶ୍ରୀଲଙ୍କା ସମ୍ମୁଖରେ ୪୧୫ ରନ୍‌ର ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲା। ସେପର୍ଯ୍ୟନ୍ତ ଦିନିକିଆରେ ଭାରତୀୟ ଦଳର ସର୍ବାଧିକ ସ୍କୋର ଥିଲା। ଦଳ କେବଳ ଦ୍ୱିତୀୟ ଥର ପାଇଁ ୪୦୦ ମାର୍କ ଅତିକ୍ରମ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୟନ୍ତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୧ (କ୍ରୀଡ଼ା ପ୍ରତିନିଧି): ପର୍ତ୍ତୁଗାଲରେ ଚାଲିଥିବା ଆଇଡବ୍ଲ୍ୟୁଏଏସ୍‌ (ଇଣ୍ଟରନ୍ୟାଶନାଲ ହୁଇଲଚେୟାର ଆଣ୍ଡ ଆମ୍ପ୍ୟୁଟି ସ୍ପୋଟର୍‌ସ) ଓ୍ବାଲର୍‌ଡ ଗେମ୍ସର ଟି୪୬/୪୭ ମହିଳା ୨୦୦ ମିଟର ରେସ୍‌ରେ...

ଜାତୀୟ ରେକର୍ଡ ସହ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ନିଜ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାଫର୍ଦ୍ଦ ଯୋଡ଼ିଛନ୍ତି। ରାଞ୍ଚତ୍ରେ ଚାଲିଥିବା ଜାତୀୟ...

ଧୋନୀଙ୍କ ପାଇଁ ପାଗଳ ପ୍ରଶଂସକ: ପ୍ରସ୍ତୁତ କଲେ ରାପ୍‌ ସଙ୍ଗ୍‌, ୟୁଟ୍ୟୁବରେ ମଚାଇଲା ଧୁମ୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ କ୍ରିକେଟକୁ ଫେରିବେ ତାକୁ ନେଇ ସବୁଠି ଚର୍ଚ୍ଚା। ପ୍ରଶଂସକମାନେ ମଧ୍ୟ ତାଙ୍କ...

ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ

ଆଇପିଏଲ୍‌ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ...

ଏହି କ୍ରିକେଟର୍‌ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା

ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍‌ରେ ଦୌଡ଼ିବାରୁ ଭାରତୀୟ...

ଏହି ଅଭିନେତ୍ରୀଙ୍କ ସହ ଡେଟିଂରେ ଯିବାକୁ ଚାହୁଁଥିଲେ କ୍ରିକେଟର ସୁରେଶ ରାଇନା

ଭାରତୀୟ କ୍ରିକେଟର ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଇବା ସହ ଆଗାମୀ...

ନାଇଟ୍‌କ୍ଲବ୍‌ରେ ପ୍ରଥମଥର ଦେଖି ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି କ୍ରିକେଟର୍‌

ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହେଲେ ଇଂଲଣ୍ଡର ଜିମି ଆଣ୍ଡରସନ। ୧୫୭ଟି ମ୍ୟାଚରେ ୬୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ସେ ବିଶ୍ୱର ଏକମାତ୍ର...

ସ୍ବାମୀଙ୍କ ପରି ‘ଅଲ୍‌ରାଉଣ୍ଡର’ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଷ୍ଟାର୍‌ ଅଲ୍‌ରାଉଣ୍ଡର ସେନ୍‌ ଓ୍ବାଟ୍‌ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍‌ଲଙ୍ଗ ମଧ୍ୟ ଜଣେ ଅଲ୍‌ରାଉଣ୍ଡର।...

Advertisement
Archives

Model This Week