Posted inଖେଳ

ଆଜି ଧୋନୀ, ରୋହିତ ଲଢ଼େଇ

ମୁମ୍ବାଇ,୮ା୪(ପି.ଟି.): ଆଇପିଏଲ ଇତିହାସର ଦୁଇ ସଫଳତମ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ ମଧ୍ୟରେ ଶନିବାର ହେବ ମ୍ୟାଚ୍‌। ରୋହିତଙ୍କ ଶାନ୍ତ ସ୍ବଭାବ ଓ ଧୋନୀଙ୍କ ବୁଦ୍ଧି ମଧ୍ୟରେ ଏକ ସନ୍ତୁଳିତ ଲଢେଇ ଫ୍ୟାନମାନଙ୍କୁ ଦେଖିବାକୁ ମିଳିବ। ଆର୍‌ସିବି ବିପକ୍ଷ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସପ୍ତାହର ବିଶ୍ରାମ ପରେ ପଡିଆକୁ ଫେରୁଛି। ଅନ୍ୟ ପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ବିଜୟ ପରେ ଧୋନୀଙ୍କ ସୁପର କିଙ୍ଗ୍ସ ମଧ୍ୟ ଆତ୍ମବିଶ୍ୱାସରେ ନଜର ଆସିବ। ଚଳିତ ସିଜନରେ ମୁମ୍ବାଇ ପ୍ରଥମ ଥର ପାଇଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓ୍ବାଙ୍ଖଡେରେ ଖେଳିବ। ପ୍ରଥମ ମ୍ୟାଚରେ ମୁମ୍ବାଇର ଟପ୍‌ ଅର୍ଡର ବିଫଳ ହୋଇଥିବା ବେଳେ ଚିନ୍ନାସ୍ବାମୀରେ ବିରାଟ କୋହଲି ଓ ଫାଫ ଡୁ ପ୍ଲେସି ଚାରିଆଡକୁ ଶଟ୍‌ ମାରିଥିଲେ। ଓ୍ବାଙ୍ଖଡେର ଟ୍ରାକ୍‌ ବ୍ୟାଟରଙ୍କୁ ସୁହାଉଥିବା ବେଳେ ଚେନ୍ନାଇ ପେସ୍‌ ବୋଲର ରାଜବର୍ଦ୍ଧନ ହଙ୍ଗରଗେକର ଓ ତୁଷାର ଦେଶପାଣ୍ଡେଙ୍କ ନିକଟରେ ଆବଶ୍ୟକ ଅଭିଜ୍ଞତା ନାହିଁ। ଏହାକୁ ନିଜ ସପକ୍ଷରେ ନେବା ପାଇଁ ମୁମ୍ବାଇ ପ୍ରୟାସ କରିପାରେ। ତେବେ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ ସ୍ପିନ୍‌ ବୋଲର ମିଚେଲ୍‌ ସାଣ୍ଟନର ଓ ମୋଇନ୍‌ ଅଲୀ। ଚେନ୍ନାଇ ଦଳରେ ଯୋଗ ଦେଇଥିବା ସିସାନ୍ଦା ମଗଲା ଏହି ମ୍ୟାଚ୍‌ ପାଇଁ ଦଳରେ ସାମିଲ ହୋଇପାରନ୍ତି। ବିଗତ କିଛି ଆଇପିଏଲ୍‌ ସିଜନରେ ବଡ ଇନିଂସ ଖେଳି ନ ଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବଡ ସ୍କୋରର ଚାପ ରହିବ। ଓ୍ବାଙ୍ଖଡେର ଦୁଇ ପାର୍ଶ୍ୱର ବାଉଣ୍ଡାରୀ ଛୋଟ ହୋଇଥିବାରୁ ଜୋଫ୍ରା ଆର୍ଚରଙ୍କ ବୋଲିଂ ରଣନୀତି ଉପରେ ସଭିଙ୍କ ନଜର ରହିବ। ଅର୍ଶଦ୍‌ ଖାନ୍‌ ଓ କାମେରୁନ୍‌ ଗ୍ରୀନଙ୍କ ପରି ବୋଲରଙ୍କ ବିପକ୍ଷରେ ଆକ୍ରମଣର ଯୋଜନା କରିପାରନ୍ତି ସିଏସ୍‌କେ ଓପନର ଡେଭନ୍‌ କନ୍‌ଓ୍ବେ ଓ ଋତୁରାଜ ଗାଏକ୍ୱାଡ। ଗାଏକ୍ୱାଡ ଚଳିତ ସିଜନରେ ଟପ୍‌ ଫର୍ମରେ ରହିଛନ୍ତି। ଅନ୍ୟ ପକ୍ଷରେ ବୁମ୍‌ରାଙ୍କ ଅନୁପସ୍ଥିତି ମଧ୍ୟ ମୁମ୍ବାଇର ସମସ୍ୟା ବଢାଇଛି। ରିଲି ମେରେଡିଥ୍‌ ଓ ସନ୍ଦୀପ ଓ୍ବାରିୟରଙ୍କ ପରି ବୋଲର ଦଳ ସହିତ ଥିବାରୁ ଏହା ବୋଲିଂ ଆକ୍ରମଣରେ ବିବିଧତା ସୃଷ୍ଟି କରିବ ବୋଲି କହିଛନ୍ତି ରୋହିତ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri