ଆଜି ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି…

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଶୁକ୍ରବାରରେ ପଡ଼ୁଛି ଏହି ପୂଜା। ଆସନ୍ତୁ ରାଶି ଅନୁଯାୟୀ ବିଶ୍ୱକର୍ମାଙ୍କୁ କିଭଳି ପୂଜା କରିବା ସେ ବିଷୟରେ ଜାଣିବା।

ମେଷ ରାଶି: ଏହି ରାଶିର ବ୍ୟକ୍ତିମାନେ ବିଶ୍ୱକର୍ମା ପୂଜା ଦିନ ଆଠ ବର୍ଷରୁ କମ୍‌ ଶିଶୁଙ୍କୁ ଗୁଡ଼ ଚଣା ବାଣ୍ଟନ୍ତୁ। ଏହାଦ୍ୱାରା ବ୍ୟାପାରରେ ଲାଭ ହେବା ଆରମ୍ଭ ହେବ।

ବୃଷ ରାଶି: ଏହି ରାଶିର ବ୍ୟକ୍ତି ଶ୍ୟାମା ତୁଳସୀ(କଳା ତୁଳସୀ) ଗଛର ଜଟକୁ ଛିଣ୍ଡାଇ ହଳଦିଆ ରଙ୍ଗର ସୁତାରେ ବାନ୍ଧି ବେକରେ ଧାରଣ କରନ୍ତୁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହେବା ସହ କାରବାରରେ ଲାଭ ହେବ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିବିଶେଷ ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀମାନଙ୍କୁ କଳା ରଙ୍ଗର ପିଇବା ଜିନିଷ ଦାନ କରନ୍ତୁ। ଏହାଦ୍ୱାରା କାରୋବାରରେ ଆସୁଥିବା ସବୁ ଅସୁବିଧା ଶେଷ ହୋଇଯିବ।

କର୍କଟ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନ ୧୨ଟା ସମୟରେ ନିଜ ମୁଣ୍ଡ ଉପରେ ଲୁଣ ଭର୍ତ୍ତି ଥାଳିକୁ ୭ଥର ବୁଲାଇ ଗରିବ ଲୋକଙ୍କୁ ଦାନ କରନ୍ତୁ।

ସିଂହ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ସକାଳେ ମେଶିନ ପୂଜା କରିବା ପରେ ନଡ଼ିଆ ବାଣ୍ଟନ୍ତୁ। ଏପରିକି ସମସ୍ତ କର୍ମଚାରୀଙ୍କୁ ମଧ୍ୟ ନଡ଼ିଆ ପ୍ରସାଦ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ ଏହି ପୂଜା ଦିନ ଲଡ୍ଡୁ ଦାନ କରନ୍ତୁ। ଏହା କୌଣସି ଅବିବାହିତା ଝିଅକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ତୁଳା ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଘରର କୌଣସି ବୟସାଧିକ ବ୍ୟକ୍ତିଙ୍କୁ ତମ୍ବାର ମୁଦି ଦାନ କରନ୍ତୁ। ଏହା ନ କରିପାରିଲେ ସାତ ପ୍ରକାର ଶସ୍ୟକୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ବିଛା ରାଶି: ଏହି ରାଶିର ବ୍ୟକ୍ତି ଗାଈଙ୍କୁ ଅଢ଼େଇ କିଗ୍ରା ଓଜନର ସବୁଜ ଘାସ ଖାଇବାକୁ ଦିଅନ୍ତୁ। ମନ୍ଦିରରେ ନ ରଖି ନିଜ ହାତରେ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ଧନୁ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଗରିବଙ୍କୁ ଖାଦ୍ୟଶସ୍ୟ ଦାନ କରନ୍ତୁ। ହେଲେ କାହାକୁ ଜଣାନ୍ତୁ ନାହିଁ। ବ୍ୟାପାରରେ ଉନ୍ନତି ହେବ।

ମକର ରାଶି: ଏହି ରାଶିର ବ୍ୟକ୍ତି ନିଜର ସାନ ଭାଇଭଉଣୀ ଖଟାମିଠା ଚକୋଲେଟ୍‌ ଖାଇବାକୁ ଦିଅନ୍ତୁ। ଗରିବ ଲୋକଙ୍କୁ ସବୁଜ ରଙ୍ଗର ଶସ୍ୟ ଦାନ କରନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ଫଳ, ମିଠା ଆଦି ଦାନ କରିପାରିବେ। ଈଶ୍ୱରଙ୍କ କୃପା ଲାଭ ହେବ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀଙ୍କୁ ଦାନ କରନ୍ତୁ। ମନେ ରଖନ୍ତୁ ଯେପରି କେହି ଆପଣଙ୍କୁ ଏପରି କରିବାରୁ ବାରଣ ନ କରନ୍ତୁ। ନଚେତ ଆଶାତୀତ ଫଳ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri