CORONAVIRUS UPDATE: ଆଜି ପୁଣି ୬୧୬ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଲା

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ଲୋକାଲ କେସ୍‌ ରହିଛି।
ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୭, ବାଲେଶ୍ୱର ୨୭, ବରଗଡ଼ ୩୧, ଭଦ୍ରକ ଏବଂ ବଲାଙ୍ଗୀରରୁ ୨ ଜଣ ଲେଖାଏ, କଟକ ୨୩, ଢେଙ୍କାନାଳ ୭, ଜଗତସିଂହପୁର ୧୮, ଯାଜପୁର ୧୭, ଝାରସୁଗୁଡ଼ା ୧୧, କନ୍ଧମାଳ ୬, କେନ୍ଦୁଝର ୨୩, ଖୋର୍ଦ୍ଧା ୨୯, ମାଲକାନଗିରି ୧୪, ମୟୂରଭଞ୍ଜ ୧୩, ନବରଙ୍ଗପୁରରୁ ୪୦, ନୂଆପଡ଼ା ୫, ସୁନ୍ଦରଗଡ଼ରୁ ୫, ଗଜପତି, ପୁରୀ ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭ରେ ପହଞ୍ଚିଥିବା ବେଳେ ୮,୭୫୦ ଜଣ ସୁସ୍ଥ ହୋଇଛନ୍ତି। ୪,୮୯୬ ଚିକିତ୍ସିତ ହେଉଛନ୍ତି।