ରାଜ୍ୟରେ ରେକର୍ଡ: ଆଜି ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜ୍ୟରେ ରେକର୍ଡ। ଶୁକ୍ରବାର ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୮୫ ଜଣ ଥିବାବେଳେ ରାୟଗଡାରୁ ୮୫, ବଲାଙ୍ଗୀରରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡ଼ରୁ ୨୪, ଅନୁଗୋଳରୁ ୨୩, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୭,ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡ଼ାରୁ ୧୦ ରହିଛନ୍ତି। ସେହିପରି ଗଜପତି, ଝାରସୁଗୁଡା, ନବରଙ୍ଗପୁରରୁ ୮ ଜଣ ଲେଖାଏଁ ରହିଛନ୍ତି। ଠିକ ସେହିପରି ମୟୁରଭଞ୍ଜରୁ ୭ ଜଣ, ଭଦ୍ରକରୁ୪ ଜଣ, ପୁରୀରୁ ୩, ଢେଙ୍କାନାଳ, କେନ୍ଦୁଝରରୁ ୨ ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୭୯୭୨ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।