ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭, ନୟାଗ଼ଡରୁ ୧୧୭, କୋରାପୁଟରୁ ୧୧୦, ଜଗତସିଂହପୁରରୁ ୧୦୭, ପୁରୀରୁ ୧୦୫, ସମ୍ବଲପୁରରୁ ୧୦୦, ଝାଡସୁଗୁଡାରୁ ୬୭, ମାଲକାନଗିରିରୁ ୬୪, ବଲାଙ୍ଗୀରରୁ ୬୧, କେନ୍ଦ୍ରାପଡାରୁ ୬୧, ବରଗଡରୁ ୫୬, କେନ୍ଦୁଝରରୁ ୫୪, ସୋନପୁରରୁ ୪୧, ସୁନ୍ଦରଗଡରୁ ୩୮, ନବରଙ୍ଗପୁରରୁ ୩୩, କନ୍ଧମାଳରୁ ୨୪, ଗଜପତିରୁ ୨୩, ନୂଆପଡାରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେଓଗଡରୁ ୮, ଅନୁଗୋଳରୁ ୫ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।