ପୁରୀବାସୀଙ୍କୁ ଟ୍ୟାପ୍‌ରେ ସ୍ଵଚ୍ଛ ପାଣି

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୭। ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ସୋମବାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହା ଦ୍ୱାରା ପୁରୀବାସୀ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇ ପାରିବେ। ପିଇବା ପାଣିକୁ ଏବେ ଆଉ ଗଚ୍ଛିତ କରି ରଖିବା କିମ୍ବା ଫିଲ୍‌ଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ। ବିଶ୍ବର କେବଳ ବଡ଼ ବଡ଼ ସହରଗୁଡ଼ିକରେ ଏଭଳି ସୁବିଧା ମିଳେ। ଏହା ଦ୍ୱାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସମେତ ଏଠାକୁ ବର୍ଷକୁ ଆସୁଥିବା ପ୍ରାୟ ୨କୋଟି ପର୍ଯ୍ୟଟକ ଉପକୃତ ହେବେ ବୋଲି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାରା ଓଡ଼ିଶାର ବିକାଶ ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଏହି ପ୍ରକଳ୍ପରେ ବଡ଼ଦାଣ୍ଡ ସମେତ ସହରର ୪ଶହ ସ୍ଥାନରେ ମୁକ୍ତ ଭାବେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆଉ ପାଣି ବୋତଲ ଧରି ବୁଲିବାକୁ ପଡିବ ନାହିଁ। ଏହାଦ୍ୱାରା ୪ଶହ ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁରୁ ମଧ୍ୟ ସହର ରକ୍ଷା ପାଇବ। ବିଶୁଦ୍ଧ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଏବଂ ଅର୍ଥନୀତି ସହ ଗଭୀର ସମ୍ପର୍କ ରହିଛି। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି। ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୫-ଟି ମାଧ୍ୟମରେ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଆମ ଦେଶର ମେଟ୍ରୋ ସହରଗୁଡ଼ିକରେ ବି ଏଭଳି ସୁବିଧା ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ପୁରୀ ସହର ଲଣ୍ଡନ, ନ୍ୟୁୟର୍କ ,ସିଙ୍ଗାପୁର ଭଳି ବିଶ୍ବର ବଡ଼ ବଡ଼ ସହର ତାଲିକାରେ ସାମିଲ ହୋଇପାରିଛି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିଛି ଓ ଆଗାମୀ ଦିନରେ ୧୬ ଜିଲାରେ ଏହା କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଉଦ୍‌ଘାଟନ ପରେ ମନ୍ତ୍ରୀ ପ୍ରଥମେ ଟ୍ୟାପ୍‌ରୁ ପାଣି ପିଇଥିଲେ। ଏହାପରେ ବଳିଆପଣ୍ଡାର ବବିନା ସରକାର ଓ ତନୁଶ୍ରୀ ବିଶ୍ୱାସ ଟ୍ୟାପ୍‌ରୁ ପାଣି ପିଇ ଏତାଦୃଶ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ନିରନ୍ତର ସେବା ଯୋଗାଇ ଦେବାକୁ ପ୍ରତ୍ୟେକ ୱାର୍ଡରେ ଜଳସାଥୀ ନିୟୋଜିତ ହେବେ। ଏପର୍ଯ୍ୟନ୍ତ ପ୍ରାୟ ୩୨ହଜାର ନୂଆ ସଂଯୋଗ ଦିଆଯାଇଥିବା ପୁରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣଓ ନଗର ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର କହିଥିଲେ ଯେ ଶ୍ରାବଣ ମାସର ପ୍ରଥମ ସୋମବାର ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା। ଏହା ଭାରତର ଅନ୍ୟ ସହରଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛି। ପୁରୀ ବଳିଆପଣ୍ଡାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସାକ୍ଷୀଗୋପାଳ ବିଧାୟକ ଉମାକାନ୍ତ ସାମନ୍ତରାୟ ଏବଂ ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ ସ୍ବାଗତ ଭାଷଣ ଏବଂ ୱାଟ୍‌କୋ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ନିର୍ମାଣ ନାମରେ ହରିଲୁଟ୍‌

ଭାପୁର,୪ା ୮(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନାମରେ ହୋଇଛି ଲକ୍ଷାଧିକ ଟଙ୍କା...

ଟ୍ରକ୍‌ ଟର୍ମିନାଲକୁ ଜୋର୍‌ଦାର ବିରୋଧ

ଅନୁଗୋଳ ଅଫିସ,୩।୮: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗାରେ ହେବ ଟ୍ରକ୍‌ ଟର୍ମିନାଲ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାକୁ ଶାବଳଭଙ୍ଗା ଗ୍ରାମର ମହିଳା...

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ, ଦେଶର ବିକାଶରେ ସହଭାଗୀ ହୁଅନ୍ତୁ

ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ପଡିଆଠାରେ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...

‘ଜାଗା ସମ୍ପର୍କ’ ଆୟୋଜନ କଲା ପୌରସଂସ୍ଥା

ଢେଙ୍କାନାଳ ଅଫିସ, ୨୧।୧ ଢେଙ୍କାନାଳ ପୌରାଞ୍ଚଳର ୧ନଂ. ଓ୍ବାର୍ଡ କାଠଗଡ଼ା ପର୍ବତିଆ ସାହିରେ ପୌର ସଂସ୍ଥା ପକ୍ଷରୁ ନିର୍ବାଚନ ଲାଗି ଜାରି କରାଯାଇଥିବା ଆଦର୍ଶ ଆଚରଣ...

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ। ସେ ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଅସୁସ୍ଥ ଥିଲେ। କଟକର ଏକ ଘରୋଇ...

ଶହୀଦ ସୁଶାନ୍ତଙ୍କ ମାଆ ଅସୁସ୍ଥ

ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍‌ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମେ...

ସ୍ମାର୍ଟ କ୍ଲାସ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଗ୍ରସ୍ତରେ ଆସି ସ୍କୁଲରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ।...

ଏମ୍‌ପି ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି।...

Advertisement
Archives

Model This Week