Posted inଜାତୀୟ

ମନେପଡନ୍ତି ମିସାଇଲ ମ୍ୟାନ

ନୂଆଦିଲ୍ଲୀ,୨୭।୭: ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଆଜି ୬ମ ଶ୍ରାଦ୍ଧବାର୍ଷିକ। ୨୦୧୫ ମସିହା ଆଜିର ଦିନରେ କଲାମଙ୍କର ଦେହାନ୍ତ ହୋଇଥିଲା। ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବ କଳ୍ପନା କରି ନ ଥିବେ। ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ। ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ’ ଆଖ୍ୟା ଦିଆଯାଇଥିଲା। ଭାରତର ଅନେକ କ୍ଷେପଣାସ୍ତ୍ରକୁ ସଫଳତାର ଶିଖରରେ ପହଞ୍ଚାଇବା ପଛରେ ଏହି ମହମାନବଙ୍କର ରହିଛି ବିଶେଷ ଭୂମିକା । କଲାମଙ୍କ ଚେଷ୍ଟାରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଗଣାଗଲା। ସରଳ ଜୀବନର ଅଧିକାରୀ ଡକ୍ଟର କଲାମଙ୍କୁ ଲୋକଙ୍କ ରାଷ୍ଟ୍ରପତି ଭାବେ ସମ୍ବୋଧନ କରାଯାଇଥାଏ। ପଚାଶ ବର୍ଷରୁ ଅଧିକ ଦେଶର ସେବା କରିଥିଲେ କଲାମ। ହେଲେ ତାଙ୍କ ପାଖରେ ନା ଥିଲା ନିଜର ଫ୍ରିଜ, ଟିଭି, କାର୍‌ କି ଏୟାର କଣ୍ଡିସନର। କେବଳ ୨୫୦୦ ପୁସ୍ତକ, ଗୋଟାଏ ହାତ ଘଣ୍ଟା, ୬ଟି ଶର୍ଟ, ୪ଟି ଟ୍ରାଉଜର୍‌, ତିନୋଟି ସୁଟ ଓ ହଳେ ଜୋତା ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ରାଞ୍ଚି,୧।୮: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା ସମସ୍ତେ ଏବେ...

୨୦୨୯ ସୁଦ୍ଧା ମହିଳାଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ,୨୦।୯ : ନୂଆ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ଲୋକ ସଭାରେ ଆଗତ ହୋଇଥିବା ଏହି ବିଲ୍‌କୁ ପ୍ରଧାନମନ୍ତ୍ରୀ ଏକ ‘ଐତିହାସିକ ପଦକ୍ଷେପ’ ଭାବେ ଅଭିହିତ କରିଛନ୍ତି।...

ପ୍ରଧାନ ବିଚାରପତି ଅସୁସ୍ଥ: ମଣିପୁର ମହିଳାଙ୍କ ସହ ହୋଇଥିବା ଅସଦାଚରଣ ମାମଲା ଉପରେ ଆଜି ହେବନାହିଁ ଶୁଣାଣି

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟରେ ମଣିପୁର ହିଂସା ଏବଂ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାର ଶୁଣାଣି କରିବାକୁ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

ଜନ୍ମଦିନ ନ ପାଳିବାକୁ କହିଲେ ରାହୁଲ

ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ କିଛି ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସାମ୍ନାକୁ ଆସିଛି । ଦେଶର...

ଶାହାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ

ନୂଆଦିଲ୍ଲୀ,୨୯।୧୧: କୃଷି ଆଇନକୁ ନେଇ ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ନଭେମ୍ବର ୨୬ଠାରୁ ଦିଲ୍ଲୀ-ହରିୟାଣା ସିନ୍ଧୁ ସୀମା ବୁରାଡ଼ିରେ ପ୍ରଦର୍ଶନ କରୁଛନ୍ତି।...

ଅନିଲ ଅମ୍ବାନୀଙ୍କ ସ୍ତ୍ରୀଙ୍କୁ ଇଡି ଜେରା

ମୁମ୍ବାଇ, ୫ା୭(ପି.ଟି.): ବିଦେଶ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ରିଲାଏନ୍ସ ଏଡିଏ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟିନା ଅମ୍ବାନୀ ମଙ୍ଗଳବାର...

୨୩୨ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ, ୩୧ା୧୦: କେନ୍ଦ୍ର ସରକାର ୨୦୧୯ରେ ଆଣିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ୨୩୨ ଆବେଦନର ଶୁଣାଣି...

Advertisement
Archives

Model This Week