ସୁସ୍ଥ ରହିବା ପାଇଁ ଚାଣକ୍ୟ କହିଛନ୍ତି ଏପରି କଥା : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ମଧ୍ୟ କହିଛନ୍ତି। ଏକ ଶ୍ଳୋକ ମାଧ୍ୟମରେ ଫିଟ୍‌ ରହିବାକୁ କିଛି ଉପାୟ ବତାଇଛନ୍ତି।

ଏହି ଶ୍ଳୋକରେ ଚାଣକ୍ୟ ପାଣି ପିଇବାର ଠିକ୍‌ ଉପାୟ କହିଛନ୍ତି। ସେ କହିଛନ୍ତି ଯେ, ଜଳ ଜଣେ ବ୍ୟକ୍ତିଙ୍କ ପାଇଁ ଅମୃତ ପରି। ଯଦି ଏହାକୁ ଭୁଲ୍‌ ଭାବରେ ବ୍ୟବହାର କରାଯାଏ, ତେବେ ଏହା ମଧ୍ୟ ବିଷ ଭଳି କାର୍ଯ୍ୟ କରିଥାଏ।
ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି, ଖାଦ୍ୟ ହଜମ ହେବା ପରେ ପାଣି ପିଇବା ଏକ ଔଷଧ ଭଳି କାମ କରିଥାଏ। ଏଥିସହ ସେ କହିଛନ୍ତି, ଭୋଜନ ସମୟରେ ପାଣି ପିଇବା ଉଚିତ ନୁହେଁ।

ଚାଣକ୍ୟଙ୍କ ଅନୁଯାୟୀ, ସୁସ୍ଥ ଶରୀର ତଥା ଚର୍ମରୋଗରୁ ବଞ୍ଚିବା ପାଇଁ ସପ୍ତାହରେ ଥରେ ଶରୀରରେ ତେଲ ମାଲିସ କରିବା ଜରୁରୀ ।

ଏହା ବ୍ୟତୀତ, ଉପରକୁ ଦେଖାଯାଉଥିବା ଶସ୍ୟ ଅପେକ୍ଷା ମାଟିତଳେ ଥିବା ଶସ୍ୟ ଅଧିକ ପୁଷ୍ଟିକର । ମାଟି ତଳ ଶସ୍ୟଠାରୁ ଅଧିକ ପୁଷ୍ଟିକର କ୍ଷୀର। ତାହା ଅପେକ୍ଷା ଅଧିକ ପୁଷ୍ଟିକର ମାଂସ। ଏକ ସୁସ୍ଥ ଜୀବନଯାପନ ପାଇଁ ଏସବୁ ଖାଇବା ଆବଶ୍ୟକ ବୋଲି ବିବେଚନା କରାଯାଏ ।

ଏଥିସହ ଚାଣକ୍ୟ ସମସ୍ତ ଔଷଧକୁ ପ୍ରାଧାନ୍ୟ ଦେଇଛନ୍ତି । ସେ କହିଛନ୍ତି, ଭୋଜନ ହେଉଛି ସବୁଠାରୁ ବଡ଼ ସୁଖ। କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଏପରି କଲେ ଜଣେ ସୁସ୍ଥ ରହିବା ସହ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri