ଘରୋଇ ଚିକିତ୍ସାକୁ ପ୍ରୋତ୍ସାହନ

ଯାଜପୁର,୧୪ା୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ତଥା ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ହେଲେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି)ରେ ସ୍ବାସ୍ଥ୍ୟସେବା ସୀମିତ ରହିଛି। ଅର୍ଥୋପେଡିକ ବିଭାଗ, ବିଶେଷଜ୍ଞ ଡାକ୍ତର, ଲାବୋରୋଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ ସହ ଆବଶ୍ୟକ ଯନ୍ତ୍ରପାତି ଓ ଭିତ୍ତିଭୂମିର ଅଭାବ ସହ ଏଠାରେ ରାଜ୍ୟ ସରକାରଙ୍କ ଉଦାସୀନତା ସହରବାସୀଙ୍କୁ ଅତିଷ୍ଠ କରିଛି। ଏପରି କି ଯାଜପୁରରୋଡ ସହରବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ରାଜନୈତିକ ଅବହେଳାର ଶିକାର ହେଉଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ପୂର୍ବ ପ୍ରତିଶ୍ରୁତି ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ସୁପର ସ୍ପେଶିଆଲିଟି ହସ୍ପିଟାଲ, ୧୦୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଆଦି ଧୂଆଁବାଣ ହୋଇଛି ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ଏହାର ସୁଯୋଗରେ କଟକ, ଭୁବନେଶ୍ୱର, ଯାଜପୁର ଓ ଯାଜପୁରରୋଡ ସିଏଚ୍‌ସିରେ କାର୍ଯ୍ୟରତ କେତେଜଣ ସରକାରୀ ଡାକ୍ତରଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି ବ୍ୟାସନଗର ସହର। ସହରରେ ଥିବା ୩୦ରୁ ଊର୍ଦ୍ଧ୍ୱ ମେଡିସିନ ଷ୍ଟୋର ସମେତ ନିଜ ଘରେ ଡାକ୍ତରମାନେ ସ୍ବାସ୍ଥ୍ୟସେବାକୁ ବ୍ୟବସାୟୀକରଣ କରିଛନ୍ତି। ଅବସରପ୍ରାପ୍ତ ଡାକ୍ତରମାନଙ୍କ ପାଇଁ ଏହା ସ୍ବାଗତଯୋଗ୍ୟ ହୋଇଥିବାବେଳେ ଏଥିଯୋଗୁ ସରକାରୀ ଚାକିରୀରେ ଥିବା ଡାକ୍ତରମାନେ ଅଧିକାଂଶ ସମୟରେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ସାଧାରଣ ରୋଗୀ ହଇରାଣ ହେଉଥିବା ନଜିର ରହିଛି। ବିଶେଷକରି ଯାଜପୁର ରୋଡ ସିଏଚ୍‌ସିରେ କାର୍ଯ୍ୟରତ ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରୋଗୀମାନଙ୍କୁ କ୍ଲିନିକ ଓ ଘରକୁ ଯିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆର୍ଥିକ ସ୍ବଚ୍ଛଳବର୍ଗର ଲୋକମାନେ ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫି ଦେଇ ସ୍ବାସ୍ଥ୍ୟସେବା ପାଉଥିବାବେଳେ ଗରିବ ନୀରିହ ଲୋକ ଏଥିରେ ହଇରାଣ ହେଉଥିବା ମତପ୍ରକାଶ ପାଇଛି।
କଳିଙ୍ଗନଗର ଅଞ୍ଚଳ ସମେତ ବ୍ୟାସନଗର ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ରୋଗଦୁଃଖ ଚିର ସହଚର ହୋଇଛି। କିଡ୍‌ନୀ, ଯକ୍ଷ୍ମା, ଜ୍ୱର, ଝାଡାବାନ୍ତି, ହଇଜା, ଦୁର୍ଘଟଣା ଜନିତ ଆହତ ଓ ଅନ୍ୟାନ୍ୟ ପେଟ ରୋଗ ଏ ଅଞ୍ଚଳ ପାଇଁ ସାଧାରଣ କଥା। କିନ୍ତୁ ଯାଜପୁର ରୋଡରେ ୩୦ଶଯ୍ୟା ବିଶିଷ୍ଟ ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରହିଛି। ଲୋକସଂଖ୍ୟା ତୁଳନାରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି। ଏଠାରେ ନିୟମିତ ମେଡିସିନ, ଅର୍ଥୋପେଡିକ, ସର୍ଜରୀ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଦନ୍ତ ବିଶେଷଜ୍ଞ ଅଛନ୍ତି କିନ୍ତୁ ଆବଶ୍ୟକ ସରଞ୍ଜାମ ନ ଥିବାରୁ ତାହା ନ ଥିଲା ଭଳି ହୋଇଛି। ତେବେ ପ୍ରସୂତି ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଥିଲେ ହେଁ ସେମାନେ ଘରୋଇ ଚିକିତ୍ସାକୁ ଅଧିକ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଯାହା ପାଖରେ ଟଙ୍କା ଅଛି ସେମାନେ ସହରରେ ଥିବା ମେଡିସିନ ଦୋକାନ କିମ୍ବା କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। ଯାହା ପାଖରେ ଅର୍ଥ ନାହିଁ ନିଜ ଭାଗ୍ୟକୁ ଆଦରି ସରକାରୀ ଡାକ୍ତରଖାନାରେ ପଡି ରୁହନ୍ତି। ଏହିକ୍ରମରେ ବ୍ୟାସନଗର ସହରର ବ୍ୟାଙ୍କଷ୍ଟ୍ରିଟ, କଲେଜ ରୋଡ, ଦଲା ରାସ୍ତାର ବିଭିନ୍ନ ମେଡିସିନ ଦୋକାନ ଓ କ୍ଲନିକରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଚର୍ମରୋଗ ବିଶେଷଜ୍ଞ, ଭୁବନେଶ୍ୱରର ସ୍ନାୟୁରୋଗ ବିଶେଷଜ୍ଞ, ଭୁବନେଶ୍ୱର ବୈଦ୍ୟନାଥ ମେମୋରିଆଲ ହସ୍ପିଟାଲର ନାସା, କର୍ଣ୍ଣ ଓ ଗଳା ରୋଗ ବିଶେଷଜ୍ଞ, କଟକ ସନ୍‌ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ, ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ମଧୁମେହ ରୋଗ ବିଶେଷଜ୍ଞ, ଭୁବନେଶ୍ୱର ଆଇଏମ୍‌ସ ଓ ସମ୍‌ ହସ୍ପିଟାଲର ସ୍ତ୍ରୀ, ପ୍ରସୂତି ଓ ବନ୍ଧ୍ୟାତ୍ୱ ବିଶେଷଜ୍ଞ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଥାଇରଏଡ ଓ ମଧୁମେହ ରୋଗ ବିଶେଷଜ୍ଞ, ସଙ୍କୁଳ ସିଏଚସିର ଶିଶୁ ରୋଗ ବିଶେଷଜ୍ଞ, ଭୁବନେଶ୍ୱର ସମ୍‌ ହସ୍ପିଟାଲର ମାନସିକ ରୋଗ, ଟାଟା ମେଡିକା ହସ୍ପିଟାଲର ପେଟରୋଗ ଓ ଛାତି ରୋଗ ପ୍ରମୁଖ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ଡେରା ପକାଇ ଚିକିତ୍ସା ପରାମର୍ଶ ଦେଉଛନ୍ତି। ସରକାରୀସ୍ତରରେ ଚାକିରୀ କରି ପୁଣି ବେସରକାରୀ ଭାବେ ରୋଗୀସେବା କରୁଥିବାରୁ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ନାହିଁ ନ ଥିବାର ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ରୋଡ ସିଏଚ୍‌ସିର ଅଧୀକ୍ଷଣ ଡା. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରୁ ସେ କହିଛନ୍ତି, ନିୟୋଜିତ ଡାକ୍ତରମାନେ ତାଙ୍କ କର୍ତ୍ତବ୍ୟରେ କୌଣସି ଅବହେଳା କରୁନାହାନ୍ତି। ଏଥିରେ ଯଦି କୌଣସି ବ୍ୟତିକ୍ରମ ଘଟେ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?